ETV Bharat / state

୪୪ଘଣ୍ଟା ପରେ ମୃତଦେହ ଉଦ୍ଧାର; ପିକନିକ ଯାଇ ସେଲ୍ଫି ନେବାବେଳେ ଭାସିଯାଇଥିଲେ ଯୁବକ - ୪୪ ଘଣ୍ଟାର ସର୍ଚ୍ଚ ଅପରେସନ

ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ସେଲ୍ଫି ନେବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ଭାସି ଯାଇଥିଲେ ଯୁବକ। ରାଉରକେଲା ସହରରୁ ପିକନିକ ପାଇଁ ଯାଇଥିବା ବେଳେ ହୋଇଥିଲା ଅଘଟଣ। ଅଧିକ ପଢନ୍ତୁ

deadbody recovered
deadbody recovered
author img

By

Published : Dec 20, 2022, 9:14 PM IST

ରାଉରକେଲା: ଉଦ୍ଧାର ହେଲା ନିଖୋଜ ଥିବା ଯୁବକଙ୍କ ମୃତଦେହ । ୪୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ପଥର କଣ ଭିତରୁ ମୃତଦେହ ଉଦାଧାର ହୋଇଥିବା ଜଣାପଡିଛି । ସେଲ୍ଫି ହେଲା କାଳ । ପିକନିକ ଯାଇ ସେଲ୍ଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ବୁଡି ନିଖୋଜ ହୋଇଥିଲେ ରାଉରକେଲା ଯୁବକ । ଏନେଇ ଦୀର୍ଘ 44 ଘଣ୍ଟା ର ସର୍ଚ୍ଚ ଅପରେସନ ପରେ ପତ୍ତା ପାଇଲା ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ । ତେବେ ମୃତ ଯୁବକ ଜଣକ ରାଉରକେଲା ୧୫ ନମ୍ବର ସେକ୍ଟର ଅଞ୍ଚଳ ର ସୋମେଶ ମଲ୍ଲିକ ।

ସୂଚନା ଯୋଗ୍ୟ ଯେ, ରବିବାର ଦିନ ରାଉରକେଲା ରୁ ସୋମେଶ ତାଙ୍କ ସାଙ୍ଗ ମାନଙ୍କ ସହ କାରରେ ରେ ପିକନିକ୍ ପାଇଁ ବାହାରି ଥିଲେ। ତଳସରା ଥାନା ଘୋଘର ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କାହ୍ନାକୁଣ୍ଡ କୁ ପିକନିକ ପାଇଁ ସେମାନେ ଯାଇଥିଲେ । ସେଠାରେ ପଥର ଉପରେ ଛିଡା ହୋଇ ସେଲ୍ଫି ନେବା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । ଯାହାଦ୍ବାରା ସେ ପାଣି ରେ ପଡ଼ି ଯାଇଥିଲେ । ତେବେ ସାଙ୍ଗ ମାନେ ଓ ସ୍ଥାନୀୟ ଲୋକେ ଖୋଜାଖଜି କରିବା ପରେ ନ ପାଇବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଏନେଇ ଅଗ୍ନିଶମ ଟିମ ଖୋଜା ଖୋଜି କରି ବିଫଳ ହେବା ପରେ ମଧ୍ୟ ଅଗ୍ନିଶମ ଟିମ ଏବଂ ଓଡ୍ରାଫ ଟିମ ପହଞ୍ଚି ଯୁବକଙ୍କୁ ଖୋଜା ଖୋଜି କରିଥିଲେ। ତେବେ ଆଜି 44 ଘଣ୍ଟା ସମୟ ବିତିବା ପରେ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ ଆଜି ଯୁବକଙ୍କ ମୃତଦେହକୁ ଠାବ କରିଛି। ତେବେ ଏକ ପଥର କଣ ମଧ୍ୟରେ ସୋମେଶଙ୍କ ମୃତଦେହ ଲାଖି ରହିଥିବା ବେଳେ ଉଦ୍ଧାର କରାଯାଇଛି।

ସେହିପରି ପୁର୍ବରୁ ମଧ୍ୟ ସେଲଫି ନେବାକୁ ଯାଇ ସେହି ସ୍ଥାନରେ ପାଣିରେ ବୁଡି 2 ଜଣ ଙ୍କ ମୁତ୍ୟୁ ହୋଇ ସାରିଛି। ଏବେ ପିକନିକ ଋତୁ ଥିବାରୁ ଟୁରିଷ୍ଟ ସ୍ଥାନ ମାନଙ୍କରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡିଛି। ଏଥିସହ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ତେଣୁ କରି ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ପାଣି ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.