ETV Bharat / state

ଚିନ୍ତା ବଢାଇଲାଣି କୋରୋନା; ଲୋକଙ୍କୁ ସଚେତନ କଲା ପୋଲିସ ଓ ପ୍ରଶାସନ

author img

By

Published : Mar 26, 2021, 12:43 PM IST

ପୁଣି କୋରେନାର ଲେଉଟାଣି ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏନେଇ ଲୋକଙ୍କୁ ସଚେତନ କରିଛି ପୋଲିସ ଓ ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡ ସଚେତନ କଲେ ପୋଲିସ ଓ ପ୍ରଶାସନ
କୋଭିଡ ସଚେତନ କଲେ ପୋଲିସ ଓ ପ୍ରଶାସନ

ସୁନ୍ଦରଗଡ: ରାଜ୍ୟରେ ପୁଣି ଲେଉଟିଲାଣି କୋରୋନା । ଏ ନେଇ ପ୍ରତି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ସୁନ୍ଦରଗଡ ଜିଲ୍ଲାରେ ମହାମାରୀ ପୁଣି ଆତଙ୍କ ସୃଷ୍ଟି କରିଛି । ଏ ନେଇ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲାପାଳ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଲୋକଙ୍କୁ ସଚେତନ କରାଇଛନ୍ତି ।

କୋଭିଡ ସଚେତନ କଲେ ପୋଲିସ ଓ ପ୍ରଶାସନ

ରାଉରକେଲା ସହର ସ୍ଥିତ ତିନୋଟି ପ୍ରମୁଖ ସ୍ଥାନ ଟ୍ରାଫିକ ଗେଟ, ଡେଲି ମାର୍କେଟ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଲୋକଙ୍କୁ ସଚେତନ କରାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଓ ଆରକ୍ଷୀ ଅଧିକ୍ଷକ ( ରାଉରକେଲା ) ମୁକେଶ କୁମାର ଭାମୋ ଲୋକଙ୍କୁ ବ୍ୟକ୍ତିଗତ ଭାବେ ସଚେତନ କରିବା ସହ ସତର୍କ କରାଇଛନ୍ତି ।

ନିୟମ ସଂପର୍କରେ ସଚେତନ କରିଥିଲା ବେଳେ ନିୟମ ଖିଲାପକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି କହିଛନ୍ତି । ମାକ୍ସ ପିନ୍ଧିବା ,ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତା ମୂଳକ ଅଟେ ଅନ୍ୟଥା ବାଧ୍ୟ ହୋଇ ପ୍ରଶାସନ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବ ବୋଲି ଜନ ସାଧାରଣଙ୍କୁ ଆଜି ସଚେତନ କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.