ରାଉରକେଲା: ଗତ ମେ 26 ତାରିଖ ଦିନ ରାଉରକେଲା ମହତାବ ରୋଡରେ ପୋଲିସ ଉପରକୁ ପଥର ମାଡ ସହ ପୋଡାଜଳା ଘଟଣାରେ 31 ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଥାଉକି, କଣ୍ଟେନମେଣ୍ଟ ହଟାଇବା ଦାବିରେ କଣ୍ଟେନମେଣ୍ଟ ଜୋନ ବାସିନ୍ଦା ତୀବ୍ର ବିରୋଧ କରି ହିଂସାକାଣ୍ଡ ଘଟାଇଥିଲେ ।
ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ 2ଟି ମାମଲା ରୁଜୁ ହୋଇଥିଲା । ମଙ୍ଗଳବାର ଦିନ ରାଉରକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ ଏବଂ ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଏ ବାବଦରେ ସୂଚନା ଦେଇଛନ୍ତି । ଘଟଣାରେ ପ୍ରମାଣ ମିଳିଲେ ଆହୁରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ