ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲ ପରିସରରେ ବହୁ ସଂଖ୍ୟାରେ ଗଛକଟା ଘଟଣାକୁ ନେଇ ଡ଼ିଏଫଓ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଗଣଧାରଣା । ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦିଆଯାଇଛି ।
ଗଛ କାଟିଥିବା ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରସ ଦେଇଛି ଏହି ଗଣଧାରଣା । ବିଧାୟକ ଜର୍ଜ ତିର୍କୀ କହିଛନ୍ତି, ଡାଳ କାଟିବ ପାଇଁ ଅନୁମତି ନେଇ ବହୁତ ସଂଖ୍ୟାରେ ବଡ଼ ବଡ଼ ଗଛ କାଟି ଦିଅଯାଇଛି ତଥା ପ୍ରମାଣ ନଷ୍ଟ କରିବା ପାଇଁ ଗଛକୁ ମୂଳରୁ ଓପାଡିବା ପାଇଁ ପ୍ରୟାସ ମଧ୍ୟ କରଯାଇଛି ।
ହସ୍ପିଟାଲ ପରିସରରୁ ଗଛକଟା ଯାଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଗଛ କାଟିଥିବା ଲୋକଙ୍କ ବିରୋଧରେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ । ବନ ବିଭାଗ ନିକଟରେ ଅଭିଯୋଗ ସ୍ବତ୍ତେ ମଧ୍ୟ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନଥିବାରୁ ଧାରଣା ଦିଆଯାଇଛି । ଆଗକୁ ଯଦି ଏହା ଉପରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ପପକ୍ଷରୁ ଚେତାବନୀ ଦିଆଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ