ETV Bharat / state

ରାଜଗାଙ୍ଗପୁରରେ କଂଗ୍ରେସର ନିଆରା ପ୍ରତିବାଦ, ଅଫିସକୁ ପଶି କର୍ମଚାରୀଙ୍କୁ ପିନ୍ଧାଇଲେ ଫୁଲମାଳ - congress stage protest against watco

ୱାଟକୋ ଅଫିସକୁ ପଶି କର୍ମଚାରୀଙ୍କୁ ଫୁଲମାଳ ପିନ୍ଧାଇ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ରାଜଗାଙ୍ଗପୁର ସହରରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କଂଗ୍ରେସର ନିଆରା ପ୍ରତିବାଦ
କଂଗ୍ରେସର ନିଆରା ପ୍ରତିବାଦ
author img

By

Published : Aug 12, 2023, 9:59 PM IST

କଂଗ୍ରେସର ନିଆରା ପ୍ରତିବାଦ

ରାଉରକେଲା/ରାଜଗାଙ୍ଗପୁର: ପାନୀୟ ଜଳ ଯୋଗାଣରେ ଅନିୟମିତତାକୁ ନେଇ କଂଗ୍ରେସ ପକ୍ଷରୁ ନିଆରା ପ୍ରତିବାଦ କରାଯାଇଛି । ୱାଟକୋ ଅଫିସକୁ ପଶି କର୍ମଚାରୀଙ୍କୁ ଫୁଲମାଳ ପିନ୍ଧାଇ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ୱାଟକୋ ଅଫିସ କର୍ମଚାରୀଙ୍କୁ ଫୁଲମାଳ ପିନ୍ଧାଇ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ୱାଟକୋ ଅଫିସରେ ଏଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି।

ୱାଟକୋର ଅବହେଳାକୁ ନେଇ ଏଭଳି ନିଆରା ଢଙ୍ଗରେ ପ୍ରତିବାଦ କରିଛି ରାଜଗାଙ୍ଗପୁର କଂଗ୍ରେସ। ସହରରେ ପାନୀୟ ଜଳ ସମସ୍ୟା ନେଇ ଆଜି ରାଜଗାଙ୍ଗପୁର ଟାଉନ କଂଗ୍ରେସ ପକ୍ଷରୁ ୱାଟକୋ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏହି ପ୍ରଦର୍ଶନ କିଛି ଭିନ୍ନ ଧରଣର ହୋଇଥିବା ଦେଖିବାକୁ ମିଳିଛି। ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ କଂଗ୍ରେସ କର୍ମୀମାନେ ଶାନ୍ତି ଶୃଙ୍ଖଳାର ସହ ବିରୋଧ ପ୍ରଦର୍ଶନ କରିଛନ୍ତି।

ତେବେ ରାଜଗାଙ୍ଗପୁର ଟାଉନ କଂଗ୍ରେସର ଏଭଳି ଅଭିନବ ପ୍ରତିବାଦ ସହର ସମେତ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ରାଜଗାଙ୍ଗପୁର ସହରରେ ଦୀର୍ଘଦିନ ହେବ ୱାଟକୋର କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ସହରରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରୀଷ୍ମ ଋତୁ ସାରା ଏହି ପାନୀୟ ଜଳ ସମସ୍ୟା ଲାଗି ରହିଥିଲା। ସେହିପରି ବର୍ତ୍ତମାନ ବର୍ଷା ଦିନରେ ମଧ୍ୟ ବିଶୁଦ୍ଧ ପାଣି ଟିକିଏ ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ରାଜଗାଙ୍ଗପୁର ଅଞ୍ଚଳବାସୀ। ଏଥରେ ୱାଟକୋ ବିଭାଗ ଅବହେଳା କରିଥିବା ନେଇ ଅଭିଯୋଗ କରିଛି ରାଜଗାଙ୍ଗପୁର ଟାଉନ କଂଗ୍ରେସ।

ଏହା ବି ପଢନ୍ତୁ...ପଞ୍ଚାୟତ ନିର୍ବାଚନକୁ ବିତିଲାଣି ୧୫ମାସ, ସମିତି ବୈଠକ ନହେବା ବିରୋଧରେ କଂଗ୍ରେସର ପ୍ରତିବାଦ

ଆଜି ଟାଉନ କଂଗ୍ରେସର ସଭାପତି ଦେବ ରଞ୍ଜନ ବିନୋଦଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ କରାଯିବା ସହ ଏକ ୫ ଦଫା ଦାବିପତ୍ର ପ୍ରଦାନ କରାଯଆଇଛି। ସହରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ସମସ୍ତ ଅଞ୍ଚଳକୁ ପାଣି ଯୋଗାଣ, ସମସ୍ତ ପାଇପ ଲାଇନ ଠିକ ସମୟରେ ମରାମତି, ଲୋକଙ୍କ ଜଳ ସମସ୍ୟା ଅଭିଯୋଗକୁ ତୁରନ୍ତ ସମାଧାନ ଏବଂ ସମସ୍ତ ଲୋକଙ୍କ ପାଖକୁ ପାନୀୟ ଜଳ ଯୋଗାଇ ଦେବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୀର୍ଘ ଦିନ ହେବ ସହରରେ ଜଳ ଯୋଗାଣ ସମସ୍ୟା ଲାଗି ରହିଥିବାବେଳେ ସ୍ଥାୟୀ ସମାଧାନ କରାଯାଉନଥିବା ଅଭିଯୋଗ ହୋଇଛି।

ଏନେଇ ରାଜଗାଙ୍ଗପୁର କଂଗ୍ରେସ ସଭାପତି ଦେବ ରଞ୍ଜନ ବିନୋଦ କହିଛନ୍ତି, "ସହରର ସମସ୍ତ ସ୍ଥାନରେ ପାଇପ୍ ସଂଯୋଗ ହୋଇନାହିଁ। ପାନୀୟ ଜଳର ବିଶୋଧନ ଓ ଗୁଣବତ୍ତା ନିମ୍ନମାନର ହୋଇଥିବାବେଳେ ପାଇପ ଫାଟିଲେ ମଧ୍ୟ ତାହାର ମରାମତି କରାଯାଉ ନାହିଁ ।"

ଆଜି ଟାଉନ କଂଗ୍ରେସର ପଦାଧିକାରୀ ୱାଟକୋ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିଥିଲେ। କଂଗ୍ରେସ କର୍ମୀଙ୍କ ଏଭଳି ଆଚରଣ ଯୋଗୁ ଅଧିକାରୀ ମଧ୍ୟ ଲଜ୍ଜିତ ଅନୁଭବ କରିଛନ୍ତି । ତେବେ ଆଗାମୀ ଦିନରେ ସହରର ପାନୀୟ ଜଳ ସମସ୍ୟାର ସମାଧାନ ନହେଲେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାପାଇଁ କଂଗ୍ରେସ କର୍ମୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.