ରାୟପୁର: ଛତିଶଗଡ଼ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ହାଇଦ୍ରାବାଦରୁ ଗିରଫ କରିଛି SIT । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ପରେ ହାଇଦ୍ରାବାଦରୁ ଛତିଶଗଡ଼ ଆଣିବା ପରେ ହତ୍ୟାକାଣ୍ଡ ଉପରୁ ହଟିବ ପରଦା ।
ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ:
ଅଭିଯୁକ୍ତ ସୁରେଶ ଚନ୍ଦ୍ରାକର ପେଷାରେ ଜଣେ କଣ୍ଟ୍ରାକ୍ଟର । ପୂର୍ବ ଶତ୍ରୁତାକୁ ନେଇ ସେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗତ ୩ ତାରିଖରେ ସତ ଜଣାପଡିବା ପରେ ତଦନ୍ତ ଆରମ୍ଭ କରିଥିଲେ ବିଜାପୁର ପୋଲିସ ଓ ଏସଆଇଟିର ମିଳିତ ଟିମ୍ । ରବିବାର ବିଳମ୍ବିତ ରାତିରେ ହାଇଦ୍ରାବାଦରୁ ସୁରେଶକୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
#UPDATE | Prime accused of journalist Mukesh Chandrakar's murder case, Suresh Chandrakar, who was absconding after the crime, has been detained. The accused was detained from Hyderabad late last night by the SIT and he is being questioned: Bastar Police https://t.co/CFFLm5QtJ2
— ANI (@ANI) January 6, 2025
ପୂର୍ବରୁ ଗିରଫ ହୋଇଥିଲେ ଦୁଇ ଭାଇ:
ଏହି ମାମଲାରେ ପୂର୍ବରୁ ସୁରେଶର ଦୁଇ ଭାଇ ରୀତେଶ ଚନ୍ଦ୍ରାକର ଏବଂ ଦୀନେଶ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର (33) ଯିଏକି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିଲେ । ପୋଲିସର ସୂଚନା ଅନୁସାରେ, ମୁକେଶ ଜାନୁଆରୀ 1 ତାରିଖରେ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । 3 ତାରିଖରେ ଏକ ସେପଟିକ୍ ଟ୍ୟାଙ୍କରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଟ୍ୟାଙ୍କ ଛତିଶଗଡ ବିଜାପୁରର ଛତନପରା ବସ୍ତିରେ ଥିବାବେଳେ ଏହାର ମାଲିକ ସୁରେଶ ଚନ୍ଦ୍ରାକର ।
ମୁକେଶ ଚନ୍ଦ୍ରାକର କିଏ?
ମୁକେଶ ଚନ୍ଦ୍ରାକର ବିଜାପୁରରେ ଏକ ନ୍ୟୁଜ୍ ଚ୍ୟାନେଲ ପାଇଁ ଫ୍ରିଲାନ୍ସ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଚଳାଉଥିଲେ । ଯେଉଁଥିରେ 1.61 ଲକ୍ଷ ଫଲୋର୍ସ ଅଛନ୍ତି। । ଗତ 1 ତାରିଖରୁ ସେ ନିଖୋଜ ଥିଲେ । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିଥିଲା । ପରେ ଜଣେ ମୃତକଙ୍କ ଫୋନ ଟ୍ରାକ କରିବା ପରେ ଜଣେ ବେସରକାରୀ କଣ୍ଟ୍ରାକ୍ଟରଙ୍କ ଘର ପରିସରରେ ଥିବା ସେପଟିକ ଟାଙ୍କିରେ ତାଙ୍କର ମୃତଦେହ ଥିବା ପୋଲିସ ଜାଣିବାକୁ ପାଇଥିଲା ।
ସୂଚନାଯୋଗ୍ୟ, 2021 ମସିହାରେ ବିଜାପୁରରେ ଏକ ଏନକାଉଣ୍ଟର ପରେ ନକ୍ସଲଙ୍କ ଦ୍ୱାରା ଅପହରଣ ହୋଇଥିବା CRPF କନଷ୍ଟେବଳଙ୍କ ମୁକ୍ତିରେ ମୁକେଶ ଚନ୍ଦ୍ରକାରଙ୍କ ପ୍ରମୁଖ ଭୂମିକା ଥିଲା । ନିକଟରେ ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଚନ୍ଦ୍ରକାର ଖବର ପ୍ରସାରଣ କରିଥିଲେ । ଏସବୁ ଦିଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।
ଏହା ମଧ୍ୟ ପଢନ୍ତୁ-ଥାନା ଦ୍ବନ୍ଦ୍ବରୁ ହୋଇପାରୁନି ବ୍ୟବଚ୍ଛେଦ, ରେଳଟ୍ରାକରୁ ମିଳିଥିଲା ମୃତଦେହ - YOUTH BODY FOUND