ରାଉରକେଲା: କଲେଜ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ । +3ର ଜଣେ ଛାତ୍ରୀଙ୍କ ସହ 4 ଜଣ ସହପାଠୀ କରିଛନ୍ତି ଗଣଦୁଷ୍କର୍ମ ।
ଏନେଇ ପିଡିତାଙ୍କ ପରିବାର ଥାନାକୁ ଆସି ଏତଲା ଦେଇଛନ୍ତି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏତଲା ଆଧାରରେ ସଦର ଥାନା ପୋଲିସ ଘଟଣାରେ ପ୍ରୟୋଗ ହୋଇଥିବା ବାଇକ ଜବତ କରିବା ସହ 4 ଜଣଙ୍କୁ ଅଟକ ରଖିଛି।
ଖବରମୁତାବାକ, ଜୁନ 26 ତାରିଖ ଦିନ ପୀଡିତା ଛାତ୍ରୀ ଜଣକ କଲେଜ ଯିବା ପାଇଁ ସୁନ୍ଦରଗଡରେ ଠିଆ ହୋଇଥିଲେ । ସେହି ସମୟରେ ସହପାଠୀମାନେ କଲେଜରେ ଛାଡି ଦେବେ ବୋଲି କହି ତାଙ୍କୁ ବାଇକ୍ରେ ନେଇଥିଲେ। କଲେଜ ବଦଳରେ କିଞ୍ଜିରକେଲା ଥାନାର ପାଉଟୁଡିହ ଅଞ୍ଚଳରେ ଛାତ୍ରୀଙ୍କୁ ଜଣେ ସହପାଠୀ ଦୁଷ୍କର୍ମ କରିଥିଲା। ତା ପରେ ପରେ ଅନ୍ୟ 3 ଜଣ ମଧ୍ୟ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ।ଘଟଣା ପର ଠାରୁ ଛାତ୍ରୀ ଜଣକ ଲୋକଲଜ୍ଜାରେ କଲେଜ ଯାଉ ନଥିଲା। ପରେ ପୀଡିତାଙ୍କ ବ୍ୟବହାର ବଦଳିବା ଦେଖି ଘର ଲୋକେ ପଚରା ଉଚରା ପରେ ଦୁଷ୍କର୍ମ ସମ୍ପର୍କରେ ପରିବାରବର୍ଗ ଜାଣିଥିଲେ । ଏହାପରେ ତୁରନ୍ତ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ