ETV Bharat / state

ବିଡିଓଙ୍କ ମନମୁଖୀ କାର୍ଯ୍ୟ, ବଦଳି ପ୍ରତିବାଦରେ CITUର ବିକ୍ଷୋଭ ପ୍ରଦର୍ଶନ

author img

By

Published : Mar 15, 2023, 4:14 PM IST

କୋଇଡା ବିଡ଼ିଓଙ୍କ ବଦଳି ଦାବି ନେଇ ସିଆଇଟିୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିକ୍ଷୋଭକାରୀଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

CITU Workers protest
CITU Workers protest
ବଦଳି ପ୍ରତିବାଦରେ CITUର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ବିଡିଓଙ୍କ ବଦଳି ପ୍ରତିବାଦରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର କୋଇଡା ବ୍ଲକ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିକ୍ଷୋଭ । ଏନେଇ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ହଜାରହଜାର ସିଆଇଟିୟୁ କର୍ମୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ଯେପର୍ଯ୍ୟନ୍ତ ବିଡିଓଙ୍କ ବଦଳି ନହୋଇଛି ସେପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନକାରୀମାନେ ଭଙ୍ଗାରୁଜା ମଧ୍ୟ କରିଥିଲେ । ବିଧାୟକଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ୧୨ ଗୋଟି ସରପଞ୍ଚ ଓ ସମିତିସଭ୍ୟ ଆଦି ସାମିଲ ହୋଇଥିଲେ ।

ତେବେ ଦୀର୍ଘ ତିନି ବର୍ଷ ହେବ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଏମଏଲଏ ଫଣ୍ଡ ଓ ପଞ୍ଚାୟତ ସମିତି ଫଣ୍ଡକୁ ଖର୍ଚ୍ଚ ନକରି ବିକାଶର ବାଧକ କରାଯାଉଛି । ଏଥିସହ ପଞ୍ଚାୟତ ସମିତି ଚେୟାରମ୍ୟାନ, ଜିଲ୍ଲା ପରିଷଦ ଓ ସରପଞ୍ଚଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ଦେଉ ନାହାନ୍ତି ବୋଲି ବିକ୍ଷୋଭକାରୀ କହିଛନ୍ତି । 16 ଫେବୃଆରୀରେ ଏ ଘଟଣା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା ଏବଂ ଦୀର୍ଘ ଦୁଇ ବର୍ଷ ତଳେ ମଧ୍ୟ ତାଙ୍କ ବଦଳି ଦାବିରେ ଏମିତି ଆନ୍ଦୋଳନ କରାଯାଇଥିଲା କିନ୍ତୁ ପ୍ରଶାସନ କୌଣସି କର୍ଣ୍ଣପାତ କରିନଥିବା ସହ କାର୍ଯ୍ୟାନୁଷ୍ଠାନ ଆଜି ଯାଏଁ ନେଇ ନାହିଁ । ଏନେଇ ଆଜି ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିବା କହିଛନ୍ତି ବିକ୍ଷୋଭକାରୀ ।

ଉତ୍ତେଜନା ସ୍ଥଳରେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇ ଏସଡିପିଓ ସ୍ୱରାଜ ଦେବତା, କୋଇଡା ତହସିଲଦାର ପହଞ୍ଚି ସିଆଇଟିୟୁର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ମହାନ୍ତି, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିସଦଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏପଟେ ଯଥାଶୀଘ୍ର ବିଡିଓଙ୍କ ବଦଳି ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଧାୟକ କହିଛନ୍ତି । ତେବେ ଯେପର୍ଯ୍ୟନ୍ତ କୋଇଡା ବିଡ଼ିଓଙ୍କ ବଦଳି ନହୋଇଛି ସେପର୍ଯ୍ୟନ୍ତ ଏଭଳି ଭାବରେ ବିକ୍ଷୋଭ ଜାରି ରହିବ ବୋଲି କହିଛନ୍ତି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ବିଡିଓ ନିଜର ମନ ମୁତାବକ କାର୍ଯ୍ୟ କରିବା ସହ ବ୍ଲକର ଉନ୍ନତି କରିବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବିଧାୟକ କହିଛନ୍ତି ।

ଇଟିଭି ବାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.