ETV Bharat / state

ସୁନ୍ଦରଗଡବାସୀଙ୍କୁ 4915 କୋଟି ପ୍ରକଳ୍ପର ଭେଟି

author img

By

Published : Feb 16, 2021, 10:57 AM IST

Updated : Feb 16, 2021, 1:04 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

12:59 February 16

ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେଲା ଦେଶର ସର୍ବବୃହତ ହକି ଷ୍ଟାଡିୟମ

ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେଲା ଦେଶର ସର୍ବବୃହତ ହକି ଷ୍ଟାଡିୟମ । ଷ୍ଟାଡିୟମର ଶିଳାନ୍ୟାସ ଅବସରରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

12:55 February 16

‘ସୁନ୍ଦରଗଡ ହକିର ଏନ୍ତୁଡିଶାଳ’

ରାଉରକେଲାରେ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରେ ସେ କହିଛନ୍ତି,‘ରାଉରକେଲା ଆସି ମୁଁ ବହୁତ ଖୁସି । ବିର୍ସା ମୁଣ୍ଡାଙ୍କ ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ରାଉରକେଲାକୁ ଆସିଲେ ବିଜୁବାବୁଙ୍କ କଥା ମନେପଡେ । ଷ୍ଟିଲ ପ୍ଲାଣ୍ଟ ବିଜୁ ବାବୁଙ୍କ ସ୍ମୃତି । ରାଉରକେଲା ହେଉଛି ଆଶାର ସହର । ଓଡିଶାର ପ୍ରଥମ ଇଣ୍ଟରଷ୍ଟିଆଲ ସିଟି । କେବଳ ଓଡିଶା ନୁହେଁ ପାଖ ରାଜ୍ୟର ଲୋକ ମଧ୍ୟ ଜୀବିକା ପାଇଁ ରାଉରକେଲା ଆସନ୍ତି ।’ 

ସେହିପରି 2000 ମସିହା ପରେ ରାଉରକେଲାର ଦ୍ରୁତ ବିକାଶ ଘଟୁଛି । ଦେଶର ସ୍ମାର୍ଟସିଟି ପାଇବାରେ ରାଉରକେଲା ସଫଳ ହୋଇଛି । ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  

12:08 February 16

ସୁନ୍ଦରଗଡର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୁନ୍ଦରଗଡର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରୁ ସମସ୍ତ ପ୍ରକଳ୍ପର କଲେ ଶିଳାନ୍ୟାସ । 4915 କୋଟି ଟଙ୍କାର ପ୍ରକଳ୍ପର ହେଲା ଶିଳାନ୍ୟାସ । 

11:44 February 16

ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ କରିବେ ଅନେକ ପ୍ରକଳ୍ପର ଶିଳାନ୍ୟାସ । 

10:47 February 16

ଭୁବନେଶ୍ବରରୁ ବାହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇସ୍ପାତ ନଗରୀରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ରଖିବେ । ଏହି ଷ୍ଟାଡିୟମରେ 20 ହଜାର ଦର୍ଶକ ଖେଳ ଦେଖିପାରିବେ ।

ସେହିପରି ମୁଖ୍ୟମନ୍ତ୍ରୀ 4915 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ବିପିୟୁଟି ପରିସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏସବୁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ସକାଳ 10ଟା 20ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ରାଉରକେଲାରେ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 11.20 ମିନିଟରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଞ୍ଚିବା ପରେ ବିପିୟୁଟି ପରିସରରେ 11ଟା 30ରେ ପହଞ୍ଚିବେ ।

ସେଠାରେ ସୁନ୍ଦରଗଡର ସମସ୍ତ ବ୍ଲକର ରାସ୍ତାର ଉନ୍ନତିକରଣ ପାଇଁ 976.88 କୋଟି, ଶିକ୍ଷାର ଉନ୍ନତି ପାଇଁ 314 କୋଟି, ରାଉରକେଲାରେ ନୂତନ ହକି ଷ୍ଟାଡିୟମ ନିର୍ମାଣ ପାଇଁ 120 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ଯେପରି ସମସ୍ତ ବ୍ଲକ ଓ ପଞ୍ଚାୟତବାସୀ ଦେଖିପାରିବେ ସେନେଇ ଏଲଇଡିର ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ଅନେକ ମନ୍ତ୍ରୀ ଓ ବିଧାୟକ ସୁନ୍ଦରଗଡ ଗସ୍ତରେ ରହିଛନ୍ତି । ତେବେ ଏହି ସମୟରେ 17ଟି ବ୍ଲକରେ 17 ଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି । କାର୍ଯ୍ୟକ୍ରମ ସରିବା ପରେ ରାଉରକେଲା ବିମାନଘାଟିରୁ 12ଟା 35ରେ ଭୁବନେଶ୍ବର ଅଭିମୁଖେ ମୁଖ୍ୟମନ୍ତ୍ରୀ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.