ରାଉରକେଲା: ରାଉରକେଲାର ହେଡ ପୋଷ୍ଟ ଅଫିସରେ ରେଡ଼ । ରେଡ଼ରେ ଧରା ପଡିଲେ ପୋଷ୍ଟ ଅଫିସ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଏବଂ ଦଲାଲ । ପଚାଶ ହଜାର ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରା ପଡିଲେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ବିଶ୍ୱ ରଞ୍ଜନ ବେହେରା ଏବଂ ଦଲାଲ ବଳରାମ ମୁଦୁଲି । ଆଜି ରାଉରକେଲା ମୁଖ୍ୟ ଡାକଘରେ ହୋଇଛି ସିବିଆଇ ଚଢ଼ାଉ। ତେବେ କିଛିଦିନ ତଳେ ରାଉରକେଲା ସହରର ଛେଣ୍ଡ ନିବାସୀ ପ୍ରଭାସିନୀ ସୂତାର ନାମୀ ଜଣେ ମହିଳା ନିଜର ଜମା ରାଶି ଉଠାଣ ନେଇ ପ୍ରଥମେ ରାଉରକେଲା ମୁଖ୍ୟ ପୋଷ୍ଟ ଅଫିସ କୁ ଆସିଥିଲେ।
ତେବେ ରାଉରକେଲା ହେଡ ପୋଷ୍ଟ ଅଫିସ ରେ ମହିଳା ଜଣକ ଜଣେ ଦଲାଲ ହାତରେ ପଡିଗଲେ। ଯେଉଁଥିପାଇଁ ଦଲାଲ ଜଣକ ମହିଳାଙ୍କୁ କହିଥିଲେ ଯେ କୁହନ୍ତୁ କଣ କାମ ଅଛି ମୁ ଶୀଘ୍ର କରାଇଦେବି । ତେବେ ଅସୁବିଧାରେ ପଡିଥିବା ମହିଳାଙ୍କୁ ନିଜ ଜାଲରେ ଫସାଇବାକୁ ଆରମ୍ଭ କରିଥିଲେ ପ୍ଲାନ। ତେବେ ମହିଳାଙ୍କୁ ନେଇ ଟଙ୍କା ଉଠାଣ ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଦଲାଲ ଏବଂ ପୋଷ୍ଟ ଅଫିସ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର। ତେବେ ଅସୁବିଧାରେ ପଡିଥିବା ମହିଳା ଜଣଙ୍କ କିଛି ଉପାୟ ପାଇ ନଥିଲେ। ଏବଂ ବାରମ୍ବାର ପୋଷ୍ଟ ଅଫିସ ଦଉଡି ଦଉଡି ହଇରାଣ ହେଲେ ମଧ୍ୟ କେହି ଶୁଣି ନଥିଲେ ବରଂ କାମ ବଦଳରେ ଟଙ୍କା ଲାଞ୍ଚ ମଗୁଥିଲେ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର । ବାଧ୍ୟତାମୂଳକ ମହିଳା ଜଣକ CBI ରେ ଖବର ଦେଇଥିଲେ ।
ରାଉରକେଲା ହେଡ ପୋଷ୍ଟ ଅଫିସ ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ମହିଳାଙ୍କୁ ନିଜର ଜମା ରାଶି ପୋଷ୍ଟ ଅଫିସ ରୁ ଉଠାଇବା କୁ ଦୁଇ ଲକ୍ଷ ଟଙ୍କା ମାଗୁଛନ୍ତି। ତେବେ CBI ପ୍ଲାନିଂ କରି ପୋଷ୍ଟ ମାଷ୍ଟର ଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ମହିଳା ଜଣଙ୍କ ଯେତେବେଳେ ଟଙ୍କା ନେଇ ପୋଷ୍ଟ ଅଫିସ ଯାଇଥିଲେ ଏବଂ ଦଲାଲ ଜରିଆରେ 50 ହଜାର ଟଙ୍କା ଲାଞ୍ଚ ନେଇଉଥିବା ବେଳେ ଭୁବନେଶ୍ୱରରୁ ଆସିଥିବା 10 ଜଣିଆ ସିବିଆଇ ଟିମ୍ ଚଢାଉ କରି ଟଙ୍କା ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ବିଶ୍ବରଞ୍ଜନ ବେହେରା ଓ ଏଜେଣ୍ଟ ବିମଳ କୁମାର ମୁଦୁଲି ଙ୍କୁ ଗିରଫ କରିଛନ୍ତି।
ଏହାସହ ସିବିଆଇ ଏହି ଦୁଇ ଜଣଙ୍କ ବାସଭବନ ଉପରେ ଚଢ଼ାଉ ଜାରି ରଖିଛି । ଏହି ଚଢାଉରେ ସିବିଆଇ ଡିଏସପି ଦିବାକର ନନ୍ଦ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏ.କେ.ନନ୍ଦ ଓ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିଲେ। ସୂଚନା ଅନୁସାରେ ସେ ତାଙ୍କର ଜମା ଟଙ୍କା ରୁ ଟଙ୍କା ଉଠାଇବା ପାଇଁ ତାଙ୍କୁ 2 ଲକ୍ଷ ଟଙ୍କା ଲାଞ୍ଚ ଦାବି କରୁଥିଲେ।
ଇଟିଭି ଭାରତ, ରାଉରକେଲା