ETV Bharat / state

ବ୍ରିଜ ତଳକୁ ଖସି ପଡ଼ିଲା କାର, ଯାତ୍ରୀ ସୁରକ୍ଷିତ

author img

By ETV Bharat Odisha Team

Published : Nov 19, 2023, 12:58 PM IST

ରାଉରକେଲାରେ କାର ଦୁର୍ଘଟଣା । ବ୍ରିଜ ତଳକୁ ଖସି ପଡ଼ିଲା କାର । 3 ଆହତ। ଅଧିକ ପଢନ୍ତୁ

ବ୍ରିଜ ତଳକୁ ଖସି ପଡ଼ିଲା କାର, ଯାତ୍ରୀ ସୁରକ୍ଷିତ
ବ୍ରିଜ ତଳକୁ ଖସି ପଡ଼ିଲା କାର, ଯାତ୍ରୀ ସୁରକ୍ଷିତ
ବ୍ରିଜ ତଳକୁ ଖସି ପଡ଼ିଲା କାର, ଯାତ୍ରୀ ସୁରକ୍ଷିତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ନିକଟରେ କାର ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗ୍ରାମରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା କାର । ଏହି ଦୁର୍ଘଟଣାରେ 3 ଜଣ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..ଅନୁଗୋଳରେ ଭୟଙ୍କର ଦୁର୍ଘଟଣା; ଟ୍ରକ ମାଡିଯିବାରୁ ୩ ମୃତ, ଜଣେ ଗୁରୁତର

ସୂଚନା ଅନୁଯାୟୀ, ଆଜି(ରବିବାର) ତେବେ ଭୋର 4ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନାର ଫୁଲଝର ନଗରିଆ ପୋଲ ନିକଟରେ ଏକ କାର ଦୁର୍ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗ୍ରାମରୁ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ତଳକୁ ପାଣି ଭିତରେ ଖସି ପଡ଼ିଥିଲା । କାରରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଆହତଙ୍କୁ ବଣାଇ ଡାକ୍ତରଖାନା ଅଣାଯାଇଥିଲା । ପରେ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି ।

ଏହାମଧ୍ୟ ପଢନ୍ତୁ..ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତେବେ ଆହତମାନେ ହେଲେ କେନ୍ଦୁଝର ଜିଲ୍ଲା କାଦଡ଼ିଆ ଗାଁର ଅଜିତ ମହାନ୍ତ, ଓମକାର ବେହେରା ଏବଂ ଯଦୁମଣି ମହାକୁଡ଼ । ତେବେ ଏହି ଗାଡ଼ି ଦୁର୍ଘଟଣା ହେବା ପରେ ପଛରେ ଆସୁଥିବା ଏକ ଟ୍ରକ୍‌ ଚାଳକ ଏହି ଦୁର୍ଘଟଣା ହୋଇଥିବା ଦେଖିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ଲୋକେ ପହଞ୍ଚି ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଥିଲା ଏବଂ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ.. ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର

ତେବେ ଗାଡି ଚାଳକ କେଉଁ ପରିସ୍ଥିତିରେ ଗାଡି ଉପରୁ ନିୟନ୍ତ୍ରଣ ହରାଇଲେ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣା ପଛରେ କେଉଁ କାରଣ ରହିଛି ତାହା ଜାଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.