ସୁନ୍ଦରଗଡ: ରାଜଗାଙ୍ଗପୁର ପୋଲିସ ଦ୍ବାରା 5.390 ଗ୍ରାମ ବ୍ରାଉନ ସୁଗାର ଜବତ ହେବା ସହ 3 ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ପାଖରୁ17,900 ଟଙ୍କା, 3ଟି ମୋବାଇଲ ଫୋନ ସହ ଏକ ବାଇକ ଜବତ ହୋଇଛି । ଏହି ଅଭିଯୁକ୍ତମାନଙ୍କୁ ପୋଲିସ ରାଜଗାଙ୍ଗପୁର ଥାନା ଲିପଲୋଇ ନିକଟରୁ ଗିରଫ କରିଛି ।
![ବ୍ରାଉନ ସୁଗାର ଜବତ, ୩ ଗିରଫ](https://etvbharatimages.akamaized.net/etvbharat/prod-images/od-sng-brownsugarseized-3-accdarrested-sng-od10033_17082021220454_1708f_1629218094_80.jpg)
ଗିରଫ ଅଭିଯୁକ୍ତମାନେ ହେଲେ ଲବ ସା ,ଗୋବିନ୍ଦ ସା ଓ ମହମ୍ମଦ ନୌସଦ ଓରଫ ଟେମ୍ପା । ଟେମ୍ପାର ଘର ରାଜଗାଙ୍ଗପୁର ହୋଇଥିଲାବେଳେ ଗୋବିନ୍ଦ ଓ ଲବର ଘର ସୁନ୍ଦରଗଡ ବୋଲି ପୋଲିସ କହିଛି । ପୋଲିସ ଏମାନଙ୍କୁ 21(b) NDPS Act ରେ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ଆଜି ଅପରାହ୍ନରେ ରାଜଗାଙ୍ଗପୁରରୁ ବ୍ରାଉନ ସୁଗାର ଧରି ସୁନ୍ଦରଗଡ ଅଭିମୁଖେ ଯାଉଥିବା ଖବର ପାଇ ପୋଲିସ ଅଭିଯୁକ୍ତଙ୍କ ଉପରେ ଅତର୍କିତ ଚଢାଉ କରି ଲିପଲୋଇ ନିକଟରୁ ଗିରଫ କରିବାରେ ସଫଳ ହୋଇଥିଲା।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ