ETV Bharat / state

ସିଡିଏମଓଙ୍କ ନିଲମ୍ବନ ଘଟଣା; ଗର୍ଜିଲା ବିଜେପି, କାଲି 6ଘଣ୍ଟିଆ ବନ୍ଦ ଡାକରା

ସିଡିଏମଓଙ୍କ ନିଲମ୍ବନ ପ୍ରତିବାଦରେ ସୋମବାର 6 ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେଇଛି ବିଜେପି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ସଚିବ ପାଣ୍ଡିଆନ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 13, 2019, 9:51 PM IST

Updated : Oct 13, 2019, 10:34 PM IST

ରାଉରକେଲା: ସିଡିଏମଓଙ୍କ ନିଲମ୍ବନକୁ ବିଜେପିର ବିରୋଧ । ପଦଯାତ୍ରା ମାଧ୍ୟମରେ ପ୍ରତିବାଦ ଓ ବିକ୍ଷୋଭ କରିଛି ବିଜେପି । ଏହା ସହ ଆସନ୍ତାକାଲି ଅର୍ଥାତ ସୋମବାର ୬ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଦଳ। ପ୍ରଭାବରେ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ସ୍କୁଲ, କଲେଜ ଓ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ । ସୁନ୍ଦରଗଡ ଜିଲ୍ଲା ବିଜେପି ସଭାପତି ବଟକିଶୋର ମିଶ୍ର ଏନେଇ ସୂଚନା ଦେଇଛନ୍ତି ।

ସିଡିଏମଓଙ୍କ ନିଲମ୍ବନ ଘଟଣାରେ ବିଜେପିର ପ୍ରତିବାଦ

ମୁଖ୍ୟମନ୍ତ୍ରୀ , 5ଟି ସଚିବ ପାଣ୍ଡିଆନ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଭି.କେ ପାଣ୍ଡିଆନଙ୍କ ରବିବାର ସୁନ୍ଦରଗଡ଼ ଗସ୍ତ ଏବଂ ଗସ୍ତ ପରେ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ନିଲମ୍ବନକୁ ନେଇ ଘୋର ପ୍ରତିବାଦ କରିଛି ସୁନ୍ଦରଗଡ଼ ଜିଲ୍ଲା ବିଜେପି । ସ୍ଥାନୀୟ ଡିଆରଡିଏ ଛକ ନିକଟରେ ରାଲି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବଟ କିଶୋର ମିଶ୍ର ଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ପଦଯାତ୍ରା କରି ସହର ପରିକ୍ରମା କରିଛନ୍ତି ।

ରାଲି ସରିବା ପରେ ଡିଆରଡିଏ ଛକ ଠାରେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ କୁଶପୁତ୍ତଳିକା ଦାହ କରି ଥିଲେ କର୍ମୀ । ଅନ୍ୟ ପଟେ ସାଇ ପାଥୋଲ୍ୟାବ କୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଏହି ଲ୍ୟାବରେ ରକ୍ତ ପରିକ୍ଷା ସହ ଅନେକ ସ୍ବାସ୍ଥ୍ୟ ପରିକ୍ଷା ହେଉଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ । ଏହି ଘଟଣାରେ ସିଡିଏମଓଙ୍କୁ ନିଲମ୍ବିତ କରି ଥିଲେ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ସିଡିଏମଓ ଙ୍କ ନିଲମ୍ବନ କୁ ବିଜେପି ର ପ୍ରତିବାଦ, ରାଲି ବିକ୍ଷୋଭ ଓ ପଣ୍ଡିଆନ, ନବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ
ରାଉରକେଲା- 5 ଟି ସଚିବ ଭି କେ ପଣ୍ଡିଆନ ଙ୍କ ଆଜି ସୁନ୍ଦରଗଡ଼ ଗସ୍ତ ଏବଂ ଗସ୍ତ ପରେ ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କୁ ନିଲମ୍ବନ କୁ ଘୋର ପ୍ରତିବାଦ କରିଛି ସୁନ୍ଦରଗଡ଼ ଜିଲ୍ଲା ବିଜେପି ।

Body:ଆଜି ସ୍ଥାନୀୟ ଡିଆରଡିଏ ଛକ ନିକଟ ରେ ରାଲି କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପଣ୍ଡିଆନଙ୍କ ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ବିରୁଦ୍ଧ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବଟ କିଶୋର ମିଶ୍ର ଙ୍କ ନେତୃତ୍ବ ରେ ଛକ ଠାରୁ ଶତାଧିକ ବିଜେପି କର୍ମୀ ଏକ ରାଲି କରି ସହର ପରିକ୍ରମା କରିଛନ୍ତି ।
Conclusion:
ରାଲି ସରିବା ପରେ ଡିଆରଡିଏ ଛକ ଠାରେ ମୁଖ୍ୟମନ୍ତ୍ରୀ, ପଣ୍ଡିଆନ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ କୁଶପୁତ୍ତଳିକା ଦାହ କରି ଥିଲେ.
ଅନ୍ୟ ପଟେ ସାଇ ପାଥୋ ଲେବ କୁ ସିଲ କରିଛନ୍ତି ଜିଲ୍ଲା ପ୍ରଶାସନ।ଏହି ଲେବ ରୁ ରକ୍ତ ତଥା ଅନ୍ୟ ଯାଞ୍ଚ ହେଉଥିବା ଧରି ଥିଲେ ଶ୍ରୀ ପଣ୍ଡିଆନ ତଥା CDMO କୁ ନିଲମ୍ବିତ କର ଯାଇ ଥିଲେ।
Last Updated : Oct 13, 2019, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.