ETV Bharat / state

ଅଡ଼ୁଆରେ ଶ୍ରମମନ୍ତ୍ରୀ ! କାର୍ଯ୍ୟାନୁଷ୍ଠାନ ଦାବିରେ ମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା - ଶ୍ରମମନ୍ତ୍ରୀଙ୍କ ନାଁରେ ବିଜେପି ଥାନାରେ ଦେଲା ଏତଲା

ବିବାଦ ଘେରରେ ଶ୍ରମମନ୍ତ୍ରୀ ଶାରଦା ନାୟକ । ପୁଳାପୁଳା ଟଙ୍କା ଉଡାଇବା ସହ ରକ୍ତଦାନ ଶିବିରରେ ସିରିଞ୍ଜ ଫୁଟାଇବା ଭିଡିଓ ଭାଇରାଲ । ବିଜେପି ପକ୍ଷରୁ ଥାନାରେ ଏତଲା । କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅଧିକ ପଢ଼ନ୍ତୁ

ଭିଡିଓ ଭାଇରାଲ ପରେ ତାତିଲା ବିଜେପି, କାର୍ଯ୍ୟାନୁଷ୍ଠାନ ଦାବିରେ ମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

author img

By ETV Bharat Odisha Team

Published : Oct 20, 2023, 10:21 AM IST

Updated : Oct 20, 2023, 2:07 PM IST

ଅଡ଼ୁଆରେ ଶ୍ରମମନ୍ତ୍ରୀ ! କାର୍ଯ୍ୟାନୁଷ୍ଠାନ ଦାବିରେ ମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ରାଉରକେଲା: ବିବାଦ ଘେରରେ ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶାରଦା ନାୟକ । ଟଙ୍କା ଉଡ଼ାଇବା ଓ ଡାକ୍ତରଙ୍କ ଭଳି ସିରିଞ୍ଜ ଫୁଟାଇବା ଭିଡିଓ ଭାଇରାଲ ହେଉଥିବା ବେଳେ ଶ୍ରମମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛି ବିଜେପି । ମନ୍ତ୍ରୀଙ୍କ ନାଁରେ ରଘୁନାଥପଲ୍ଲୀ ଥାନାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।

ଦିନକୁ ଦିନ ଅଧିକରୁ ଅଧିକ ବିବାଦ ଘେରରେ ଛନ୍ଦି ହୋଇଯାଉଛନ୍ତି ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶାରଦା ନାୟକ । କିଛି ଦିନ ତଳେ ଟଙ୍କା ଉଡାଇ ବିବାଦ ମଧ୍ୟରେ ଫସିଥିବା ଶ୍ରମ ମନ୍ତ୍ରୀ ଏବେ ପୁଣି ଡାକ୍ତରଙ୍କ ଭଳି ଜଣେ ବ୍ୟକ୍ତି ସିରିଞ୍ଜରେ ରକ୍ତ ଦେବାକୁ କହୁଥିବା ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି । ଅନ୍ୟପଟେ ଏହାକୁ ବିରୋଧ କରି ଶ୍ରମ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏନେଇ ରଘୁନାଥପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ନେତା ଓ କର୍ମୀ ।

ଏହାମଧ୍ୟ ପଢନ୍ତୁ..ମନ୍ତ୍ରୀ ଶାରଦା ନାୟକଙ୍କ ରଙ୍ଗୀନ ମିଜାଜ, ଗାୟକଙ୍କ ଉପରେ ଉଡ଼ାଇଲେ ପୁଳା ପୁଳା ଟଙ୍କା

ତେବେ କିଛିଦିନ ତଳେ ଶ୍ରମମନ୍ତ୍ରୀଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ 'ମେ ହୁଁ ଡନ୍‌' ଗୀତରେ ଷ୍ଟେଜ୍‌ ଉପରେ ନୃତ୍ୟ କରୁଥିଲେ । ଏହାପରେ ପୁଣି ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଥିଲା ତାଙ୍କର ଟଙ୍କା ଉଡାଇବା ଦୃଶ୍ୟ । ସୁନ୍ଦରଗଡ଼ଠାରେ ହୋଟେଲ ଜେଡିଆରରେ ଆୟୋଜିତ ଏକ କୱାଲି କାର୍ଯ୍ୟକ୍ରମରେ ଶାରଦା ନାୟକ ପୁଳା ପୁଳା ଟଙ୍କା ଉଡାଇବା ସହ ମଉଜ ମଜଲିସ କରୁଥିବା ଦେଖିବାକୁ ମିଳିଥିଲା । ଟଙ୍କା ଉଡାଇବାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ସେହିଭଳି ଶ୍ରମ ମନ୍ତ୍ରୀଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ରଘୁନାଥପାଲ୍ଲୀ ଥାନା ଅଞ୍ଚଳରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଏଥିରେ ଜଣେ ଡାକ୍ତର ଭଳି ଦେହରେ ସିରିଞ୍ଜ୍‌ ପୁରାଇ ବ୍ଲଡ୍‌ ଦେବାକୁ ସେ କହୁଥିବା ଦେଖିବାକୁ ମିଳିଥିଲା । ରକ୍ତଦାନ ଶିବିରରେ ଅଭିଜ୍ଞତା ନଥାଇ କିଭଳି ଜଣେ ବିଧାୟକ ଜଣକ ସିରିଞ୍ଜ ଫୁଟାଇ ବ୍ଲଡ ବାହାରୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସମସ୍ତ ଘଟଣାକୁ କଡା ବିରୋଧ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଥାନାରେ ଏତଲା ଦେଇଛି । ଏଥିସହ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାଉରକେଲା, ଇଟିଭି ଭାରତ

Last Updated : Oct 20, 2023, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.