ETV Bharat / state

ସୁନ୍ଦରଗଡରେ ଧାନ କିଣା ଅବ୍ୟବସ୍ଥା ତାତି, 2 ଘଣ୍ଟିଆ ଚକା ଜାମ କଲା ବିଜେପି - ସୁନ୍ଦରଗଡ ଜିଲ୍ଲା ବିଜେପି

ସୁନ୍ଦରଗଡରେ ରାଜ୍ୟ ସରକାରଙ୍କ ଧାନକିଣା ଅବ୍ୟବସ୍ଥାକୁ ବିରୋଧ କରି 2 ଘଣ୍ଟା ଚକା ଜାମ କଲା ବିଜେପି । ଆଗାମୀ ଦିନରେ ସରକାର ନ ଚେତିଲେ ବିଶାଳ ଆନ୍ଦୋଳନ ଚେତାବନୀ ଦେଲା ଦଳ । ଅଧିକ ପଢନ୍ତୁ....

ସୁନ୍ଦରଗଡରେ ଧାନ କିଣା ଅବ୍ୟବସ୍ଥା ତାତି, 2 ଘଣ୍ଟିଆ ଚକା ଦାମ କଲା ବିଜେପି

author img

By

Published : Jul 1, 2021, 7:52 PM IST

ସୁନ୍ଦରଗଡ: ରାଜପଥରେ ପୁଣି ଧାନ ସମସ୍ୟା ନେଇ ବିଜେପିର ରାସ୍ତାରୋକ । ରାଜ୍ୟ ସରକାରଙ୍କ ଧାନ କିଣା ନୀତିକୁ ବିରୋଧ କରି ଆଜି ସୁନ୍ଦରଗଡ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ 10 ନମ୍ବର ରାଜ୍ୟ ରାଜପଥ ଭୋଜପୁର ନିକଟରେ ଉଭୟ ପାର୍ଶ୍ବ ରାସ୍ତାରେ 2 ଘଣ୍ଟିଆ ପ୍ରତୀକାତ୍ମକ ଚକାଜାମ କରି ଶାସକ ଦଳକୁ ଚେତାବନୀ ଦେଇଛି ।

ସୁନ୍ଦରଗଡରେ ଧାନ କିଣା ଅବ୍ୟବସ୍ଥା ତାତି, 2 ଘଣ୍ଟିଆ ଚକା ଦାମ କଲା ବିଜେପି

ଏହି ପ୍ରତୀକାତ୍ମକ ବିକ୍ଷୋଭକୁ ଦେଖି ସରକାର ଯଦି ନିଜ ନୀତିରେ ପରିବର୍ତ୍ତନ ନ ଆଣନ୍ତି ତେବେ ବିଜେପି ରାଜଧାନୀରେ ଏହି ଆନ୍ଦୋଳନକୁ ଜୋରଦାର କରିବ ବୋଲି ସୁନ୍ଦରଗଡ ବିଧାୟିକା ସ୍ପଷ୍ଟ କରିଛନ୍ତି । ଚାଷୀଙ୍କର ହକ , ଧାନ ମଣ୍ଡିରେ ଅବ୍ୟବସ୍ଥାର ସୁଧାର , ପଞ୍ଜୀକୃତ ହୋଇଥିବା ସମସ୍ତ ଚାଷୀ ଓ ଅକାମୀ ହୋଇଥିବା ଟୋକନରେ ଧାନ ଉଠାଇବା ଦାବିରେ ଆଜି ଦଳ ପକ୍ଷରୁ ଦାବି କରାଯାଇଛି । ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସୁନ୍ଦରଗଡ ସାଧାରଣ ଯୋଗାଣ ବିଭାଗ ଅଧିକାରୀଙ୍କୁ ମଧ୍ୟ ଦଳ ପକ୍ଷରୁ ପ୍ରଦାନ କରାଯାଇଛି।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.