ETV Bharat / state

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ରାଉରକେଲାବାସୀ

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144ତମ ଜନ୍ମ ଜୟନ୍ତୀ ଅବସରରେ ରାଉରକେଲା ବିଶ୍ରା ଛକରେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

author img

By

Published : Nov 15, 2019, 3:00 PM IST

ରାଉରକେଲାବାସୀ

ରାଉରକେଲା: ଆଜି ହେଉଛି ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 144ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଉରକେଲାରେ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି କମିଟି ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ବର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ମନେ ପକାଇଲେ ରାଉରକେଲାବାସୀ

ଆଜି ସକାଳୁ ରାଉରକେଲା ବିଶ୍ରା ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦ୍ଦେଶକ ଦୀପକ ଚାଟାର୍ଜୀ , ରାଉରକେଲା ଏ ଡି ଏମ ଏଦୁଲା ବିଜୟ , ଏସ୍‌ପି କେ.ଶିବା ସୁବ୍ରମଣି , ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସ୍ବାଧୀନତା ସଂଗ୍ରାମରେ ଶହିଦ ବିର୍ସା ମୁଣ୍ଡାଙ୍କ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଏଥିସହ ସରଣା ପୂଜା କମିଟି ସହିତ ବିଭିନ୍ନ ସଂଗଠନ ତରଫରୁ ଆଦିବାସୀ ପରମ୍ପରା ନାଚ ଗୀତ ପ୍ରସ୍ତୁତ କରାଯାଇଥିଲା । ସେହିଭଳି ରାଜଗାଙ୍ଗପୁର, ଗୁରୁଣ୍ଡିଆ, ବୀରମିତ୍ରପୁର ସହିତ ବିଭିନ୍ନ ଅଞ୍ଚଳରେ ଶହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ମାଲ୍ୟାର୍ପଣ କରାଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିରସା ମୁଣ୍ଡା ଙ୍କ 144 ତମ ଜୟନ୍ତୀ ରାଉରକେଲା ରେ ବିରସା ମୁଣ୍ଡା ପ୍ରତିମୂର୍ତ୍ତି କମିଟି ଏବଂ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଉଛି । ବିଶ୍ରା ଛକରେ ଥିବା ବିରସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା ମୁଖ୍ୟ ନିର୍ବାହୀ ନିର୍ଦେଶକ ଦୀପକ ଚଟର୍ଜ୍ଜ , ରାଉରକେଲା ଏ ଡି ଏମ ଏଦୁଲା ବିଜୟ , ଏସ ପି କେ ଶିବା ସୁବ୍ରମନୀ , ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମ ରେ ସହିଦ ବିରସା ମୁଣ୍ଡା ଙ୍କ ଯୋଗଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ ।

Body:ସକାଳୁ ରାଉରକେଲା ବିଶ୍ରା ଛକ ରେ ପ୍ରବଳ ଭିଡ ଦେଖିବା କୁ ମିଳି ଥିଲା। ସେହି ଭଳି ରାଜଗାଙ୍ଗପୁର, ଗୁରୁଣ୍ଡିଆ, ବିରମିତ୍ରପୁର ସହିତ ବିଭିନ୍ନ ଅଞ୍ଚଳ ରେ ବିରସା ମୁଣ୍ଡା ଙ୍କ ପ୍ରତିମୂର୍ଟି କୁ ମାଲ୍ୟାର୍ପଣ କର ଯାଇ ଥିଲା।Conclusion:ସରଣା ପୂଜା କମେଟି ସହିତ ବିଭିନ୍ନ ସଂଗଠନ ତରଫ ରୁ ଶ୍ରଦ୍ଧଞ୍ଜଳି ପ୍ରଦାନ କର ଯିବା ସହିତ ଆଦିବାସୀ ପରମ୍ପରା ନାଚ ଗୀତ ପ୍ରସ୍ତୁତ କରି ଥିଲେ।
ବାଇଟ-ମନିଲାଲ କେର୍କେଟଟା, ସରଣା ପୂଜା କମିଟି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.