ETV Bharat / state

ଜନ୍ମମାଟିରେ ବି ପିଛା ଛାଡୁନି ଦୁଃଖ, ପାକିସ୍ତାନରୁ ଫେରିବା ପରେ ଦୟନୀୟ ଅବସ୍ଥାରେ ବିରଜୁ

author img

By ETV Bharat Odisha Team

Published : Nov 23, 2023, 9:43 PM IST

ପାକିସ୍ତାନରୁ ଫେରିବା ପରେ ଦୟନୀୟ ଅବସ୍ଥାରେ ବିରଜୁ କୁଲୁ । ବିରଜୁଙ୍କ ମାନସିକ ସ୍ଥିତି ଠିକ ନଥିବାବେଳେ ସରକାରଙ୍କ ତରଫରୁ କୌଣସି ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

birju kulu facing problem in native
ଦୟନୀୟ ଅବସ୍ଥାରେ ବିରଜୁ
ଦୟନୀୟ ଅବସ୍ଥାରେ ବିରଜୁ

ରାଉରକେଲା: ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ପୂର୍ବରୁ ପାକିସ୍ତାନ ଜେଲର ବନ୍ଦୀ ଥିବା ବିରଜୁ କୁଲୁ । ସରକାର ଦେଉଥିବା ମାସିକ ୧୦ କିଲୋ ଚାଉଳ ମଧ୍ୟ ମିଳୁନଥିବାବେଳେ ବିଧବା ଭାଇ ବୋହୁ ନିକଟରେ ବୋଝ ହେଇ ରହିଛନ୍ତି ବିରଜୁ । "ପାକିସ୍ତାନ ଜେଲରେ ଭଲ ଥିଲି" ବୋଲି କୋହଭରା କଣ୍ଠରେ କହିଛନ୍ତି ବିରଜୁ କୁଲୁ । ସେ କୋହଭରା କଣ୍ଠରେ କହିଛନ୍ତି, "ପାକିସ୍ତାନ ଜେଲରେ ଥିଲି ଭଲ ଥିଲି । ମୋତେ ମୋ ମାଟିକୁ ଆଣି ଛାଡିଦେଲା ପ୍ରଶାସନ, କିନ୍ତୁ ମୋ କଥା ବୁଝିଲାନି । ପାକିସ୍ତାନରେ ଜେଲ ଜୀବନ ମୋ ପାଇଁ ଭଲ ଥିଲା।"

ସୂଚନା ଅନୁସାରେ, ସେ ୨୫ ବର୍ଷ କାଳ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିଥିଲେ । କୁତ୍ରା ବ୍ଲକ ଅନ୍ତର୍ଗତ ଜଙ୍ଗରପଡା ବାସିନ୍ଦା ହେଉଛନ୍ତି ବିରଜୁ କୁଲୁ । ମାନସିକ ଅନଗ୍ରସର ହେଲେ ମଧ୍ୟ ଏବେ ନିଜ କାମ ନିଜେ କରୁଛନ୍ତି । ହେଲେ ସେ ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି । ପିଲାଦିନେ ଘରୁ ବାହାରି ବୁଲି ବୁଲି ଜାଣି ନପାରି ପାକିସ୍ତାନର ସୀମାକୁ ପଳାଇଥିଲେ ବିରଜୁ । ସେଠାରେ ପାକିସ୍ତାନର ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ବନ୍ଦୀ କରି ରଖିନେଇଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ବିରଜୁକୁ ପାଇନଥିଲେ ଶେଷରେ ଭାଗ୍ୟକୁ ଆଦରି ବିରଜୁ ଅପେକ୍ଷାରେ ରହିଥିଲେ ବାପା, ମା, ଭାଇ ଓ ଭଉଣୀ ।

ଦୁର୍ଭାଗ୍ୟର ବିଷୟ ହେଉଛି, ପୁଅର ବାଟକୁ ଅନେଇ ବାପା ମା' ଓ ଭାଇ ଆର ପାରିକୁ ଚାଲିଗଲେ । ପାକିସ୍ତାନ ଜେଲରେ ୨୫ ବର୍ଷ ବନ୍ଦୀ ଜୀବନ କାଟିବା ପରେ ପାକିସ୍ତାନ ସରକାର ବିରଜୁଙ୍କୁ ୨୦୨୦ ମସିହା ଅକ୍ଟୋବର ମାସ ୨୬ ତାରିଖ ଦିନ ମୁକ୍ତ କରି ଭାରତ ପଠାଇଥିଲେ । ଏହାପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ ୨୦୨୦ ମସିହା ନଭେମ୍ବର ମାସ ୧୩ ତାରିଖରେ ନିଜ ଜନ୍ମ ମାଟିକୁ ଅଣାଯାଇଥିଲା । ନିଜ ପୈତୃକ ଗାଁରେ ତାଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଥିଲା । ହେଲେ ବର୍ତ୍ତମାନ ବିରଜୁ ଅବହେଳିତ ଅବସ୍ଥାରେ ଜୀବନ କାଟୁଛନ୍ତି । ସେ ତାଙ୍କ ଭାଇ ବୋହୂ ଆଶ୍ରିତା କୁଲୁଙ୍କ ନିକଟରେ ରହୁଛନ୍ତି ।

ଏହା ବି ପଢନ୍ତୁ...ଏବେ ବି ରାଜ୍ୟରେ ଆଦିବାସୀ ବଞ୍ଚିତ ଅବହେଳିତ: ଛତିଶଗଡ ରାଜ୍ୟପାଳ

ପ୍ରଶାସନ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲିଯାଇଥିବା ଅଭିଯୋଗ ହୋଇଛି । ଏପରିକି ଅନ୍ନପୂର୍ଣ୍ଣା ଯୋଜନାରେ ଦେଉଥିବା ୧୦ କେଜି ଚାଉଳ ମଧ୍ୟ ଦୀର୍ଘ ୧ ବର୍ଷ ହେବ ବନ୍ଦ କରିଦେଇଛି । ଆଶ୍ରିତା ଦିନମଜୁରିଆ ଭାବେ କାର୍ଯ୍ୟ କରି ଜୀବନ କାଟୁଥିବାବେଳେ ବିରଜୁଙ୍କୁ ପାଳିବା ପାଇଁ ତାଙ୍କ ନିକଟରେ ସମ୍ବଳ ନାହିଁ । ତେବେ ଏହି ମାମଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.