ରାଉରକେଲା: ଟାଙ୍ଗିଆରେ ନିଜ ଭାଉଜଙ୍କୁ ହତ୍ୟା ପରେ ଦିଅର ରସି ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣା ଦେଖିବାକୁ ମିଳିଛି ବୀରମିତ୍ରପୁର ଥାନା ଅନ୍ତର୍ଗତ ରିଉ ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ, ରିଉ ଗାଁର ଲାଖିରାମ ଭୂମିଜ ତାଙ୍କ ଭାଉଜ ମାନି ଭୂମିଜକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ । ତା ପରେ ସେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ