ETV Bharat / state

ବଣାଇ ବିଜେଡିର ଭିଡ଼ିଓ ଭାଇରାଲ; ତୃତୀୟ ମହଲାରେ କେମିତି ହୁଏ ଟିକେଟ ଡିଲ ? ଶୁଣନ୍ତୁ ନେତାଙ୍କ ମୁହଁରୁ - ବିଧାୟକ ଟିକେଟ ନେଇ ବିଜେଡି କର୍ମୀଙ୍କ କଥାବାର୍ତ୍ତା ଲିକ

ବଣାଇ ନିର୍ବାଚନ ମଣ୍ଡଳୀ ବିଜେଡିର ଭିଡ଼ିଓ ଭାଇରାଲ । ବିଧାୟକ ଟିକେଟ ପାଇଁ ଦେବାକୁ ପଡ଼େ ୨୫ ରୁ ୩୦ ଲକ୍ଷ ଟଙ୍କା । ତୃତୀୟ ମହଲାରେ ଟଙ୍କା ନଦେଲେ ଟିକେଟ ମିଳେନାହିଁ ବୋଲି କହୁଛନ୍ତି ନେତା । ଅଧିକ ପଢ଼ନ୍ତୁ

banai bjd workers discussion video viral
ବଣାଇ ବିଜେଡିର ଭିଡ଼ିଓ ଭାଇରାଲ
author img

By ETV Bharat Odisha Team

Published : Aug 26, 2023, 9:44 PM IST

ବଣାଇ ବିଜେଡିର ଭିଡ଼ିଓ ଭାଇରାଲ

ରାଉରକେଲା: "ଟଙ୍କା ଦେଇ କିଣିବାକୁ ପଡେ ବିଧାୟକ ପଦ ପାଇଁ ଟିକେଟ । ତୃତୀୟ ମହଲାରେ ଟଙ୍କା ନଦେଲେ ମିଳିବନି ବିଧାୟକ ପଦ ପାଇଁ ଟିକେଟ । ବିଧାୟକ ପଦ ପାଇଁ ମିଳିଥିବା ଟିକେଟର ଦାମ ହେଉଛି ୨୫ ରୁ ୩୦ ଲକ୍ଷ ।" ହଁ ଆଜ୍ଞା ରାଜ୍ୟରେ ଚାଲୁଛି ବିଧାୟକ ପ୍ରାର୍ଥୀ ପଦ ପାଇଁ ଟିକେଟ ବିକ୍ରି । ଯିଏ ଟିକେଟ ନେବେ ସେ ଗଣିବେ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା । ଏକଥା ଆମେ କହୁନୁ କହୁଛନ୍ତି ନିଜେ ବିଜେଡିର ଜଣେ ନେତା । ଚା' ଖଟିରେ ବସି ନେତା ଜଣକ ବିଜେଡିର ଭିତିରି କଥାକୁ ପଦାରେ ପକାଇଦେଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ଦଳରୁ ବିଧାୟକ ପଦ ଟିକେଟ ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ଉପର ମହଲାରେ ଦେବାକୁ ପଡିଥାଏ । ସେଠାରେ ଯିଏ ଯେତେ ଟଙ୍କା ଦେବେ ତାହା ଅନୁସାରେ ଟିକେଟ ଫାଇନାଲ ହୋଇଥାଏ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ । ଜଣେ ଦଳୀୟ କର୍ମୀ ଖୋଦ ଏହି ଭିଡ଼ିଓ କରି ଭାଇରାଲ କରୁଛନ୍ତି । ରାଜ୍ୟ ସରକାର ସ୍ୱଚ୍ଛ ଶାସନ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ତା'ର ଅସଲ ଚିତ୍ର ଏବେ ପଦାରେ ପଡ଼ିଛି । ଭିଡ଼ିଓଟି ଭାଇରାଲ ହେବା ପରେ ସୁନ୍ଦରଗଡ଼ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ବଣେଇର କୌଣସି ଏକ ସ୍ଥାନରେ ବିଜେଡି ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ସମୟରେ ବିଗତ ବିଧାୟକ ନିର୍ବାଚନ ସମୟରେ ବଣେଇ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରଞ୍ଜିତ କିସାନଙ୍କ ବିଧାୟକ ପଦ ଟିକେଟ ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା କେମିତି ଖର୍ଚ୍ଚ କରିବାକୁ ପଡିଥିଲା ବୋଲି ବିଜେଡି ନେତା ତଥା ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ସଭାପତି ପ୍ରଦୁମ୍ନ କୁମାର ତ୍ରିପାଠୀ କହିଛନ୍ତି । ଏଥିସହ ସେ ଟଙ୍କା କେମିତି ତୃତୀୟ ମହଲରେ ବସିଥିବା ନେତା ମାନଙ୍କୁ ଦିଆ ଯାଇଥାଏ ଏବଂ କିଭଳି ଭାବରେ ଟିକେଟ ରେଟ ଫାଇନାଲ ହୁଏ ତାହା କହିଛନ୍ତି । ଏହି ସମୟର ଭିଡିଓ ଜଣେ ଦଳୀୟ କର୍ମୀ କ୍ୟାମେରାରେ କଏଦ କରି ଭାଇରାଲ କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଭିଡ଼ିଓରେ ସମସ୍ତ ସ୍ଥାନୀୟ ନେତାଙ୍କ ମୁହଁ ସ୍ପଷ୍ଟ ଭାବେ ଜଣାପଡୁଥିବା ବେଳେ ଏହା କେବେର ଭିଡ଼ିଓ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରୁଛି ବିଜେଡି ! କଂଗ୍ରେସର ଅଭିଯୋଗ

ଯେଉଁଠି ବିଜେଡି ସରକାର ଦଳ ସ୍ୱଚ୍ଛ, ନିର୍ମଳ ଏବଂ ନେତାଙ୍କ କାମକୁ ଦେଖି ଟିକେଟ ପ୍ରଦାନ କରାଯାଏ ବୋଲି କହୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ଓଲଟା କାହାଣୀ ଜଣେ ଦଳୀୟ ନେତାଙ୍କ ପାଟିରୁ ଶୁଣିବାକୁ ମିଳୁଛି । ବର୍ତ୍ତମାନ ଏହି ଭିଡ଼ିଓ ସମ୍ପୂର୍ଣ୍ଣ ନିଆଁ ଭଳି ବ୍ୟାପିବାରେ ଲାଗିଲାଣି । ବର୍ତ୍ତମାନ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଏଭଳି ଭିଡ଼ିଓ ଭାଇରାଲ ହେବା କୌଣସି ଛୋଟ କଥା ନୁହେଁ । ଏବେ ଦେଖିବାକୁ ବାକି ରହିଲା ସରକାର ଏହି ଭିଡ଼ିଓକୁ ନେଇ କି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନେଇ ଆମ ପ୍ରତିନିଧି ଜିଲ୍ଲା ବିଜେଡି ସଭାପତି ହାଲୁ ମୁଣ୍ଡାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ । ଭିଡ଼ିଓରେ କଣ ଅଛି ତାହାର ତଦନ୍ତ ଚାଲିଛି ଏବଂ ହାଇ କମାଣ୍ଡ ଏହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଜିଲ୍ଲା ସଭାପତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.