ETV Bharat / state

ସ୍ବାମୀଙ୍କ ପାଇଁ ଚିନ୍ତାରେ ରହୁଥିଲେ ସୁସ୍ମିତା ମିଞ୍ଜ ! କୋର୍ଟରେ କରିଥିଲେ ଛାଡପତ୍ର ଆବେଦନ

author img

By ETV Bharat Odisha Team

Published : Oct 13, 2023, 7:37 PM IST

ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ସ୍ୱାମୀ ସୁଶୀଲଙ୍କ ନିର୍ଯାତନା ସହି ନପାରି ସେ ଛାଡପତ୍ର ଆବେଦନ କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁସ୍ମିତାଙ୍କ ଓକିଲ । ଅଧିକ ପଢନ୍ତୁ

susmita minj death mystry
ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା
ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା

ରାଉରକେଲା: ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା । ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାକୁ ନେଇ ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଛାଡପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ସୁସ୍ମିତା । ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ନେଇ ସେ ଦର୍ଶାଇଥିଲେ । ସ୍ୱାମୀ ସୁଶୀଲଙ୍କ ନିର୍ଯାତନା ସହି ନପାରି ସେ ଛାଡପତ୍ର ଆବେଦନ କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁସ୍ମିତାଙ୍କ ଓକିଲ । ସୁସ୍ମିତାଙ୍କ ଅଭିଯୋଗ ଅନୁଯାୟୀ, "ସ୍ୱାମୀ ସୁଶୀଲ ଜଣେ ମଦ୍ୟପ । ବିବାହ ପରଦିନ ଠାରୁ ମଦ ପିଇ ସୁସ୍ମିତାଙ୍କ ଉପରେ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ସୁସ୍ମିତା ।" ବିବାହ ପରେ ସ୍ୱାମୀଙ୍କ ସହ କୌଣସି ସମ୍ପର୍କ ନଥିବା ନେଇ ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସରେ ଜମିଜମା ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା ରୋଚକ ମୋଡ଼ ନେଇଛି । ବର୍ତ୍ତମାନ ଏହି ଖବର ସମ୍ପୂର୍ଣ୍ଣ ରାଉରକେଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ ସୁସ୍ମିତାଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ବଢୁଛି ସସପେନ୍ସ । ଏହାରି ମଧ୍ୟରେ ଜେରା ପରେ ଜେରା ହେଉଥିବାବେଳେ ତଦନ୍ତ ମଧ୍ୟ ଜୋରଦାର ଚାଲିଛି ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ଖୁବଶୀଘ୍ର ଏହି ଘଟଣାରେ ସତ୍ୟତା ସାମ୍ନାକୁ ଆସିବ ବୋଲି ସୂଚନା ରହିଛି । ପୂର୍ବରୁ ସୁସ୍ମିତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡପତ୍ର ପାଇଁ ଆବେଦନ କରାଯାଇଥିଲା । ଯାହାକୁ ନେଇ ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି ।

ଏହା ବି ପଢନ୍ତୁ...ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଜିଲ୍ଲାପାଳ

ଏହା ବି ପଢନ୍ତୁ...ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା ? CBI ତଦନ୍ତ ଦାବି କଲା ପରିବାର

ସୁସ୍ମିତାଙ୍କ ଓକିଲ ବିସ୍ମୟ ଦାସ କହିଛନ୍ତି, "ଦୁହେଁ ପରସ୍ପରକୁ ଛାଡପତ୍ର ଦେବାକୁ ରାଜି ହୋଇଯାଇଥିଲେ । ସ୍ୱାମୀଙ୍କ ସହ କୌଣସି ପ୍ରକାର ପାରିବାରିକ ସମ୍ପର୍କ ନଥିଲା । ତେବେ ମଦ୍ୟପ ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ।" ସୁସ୍ମିତାଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠୁଥିବାବେଳେ ସୁସ୍ମିତା କେଉଁ କାରଣ ପାଇଁ ମାନସିକ ଚାପରେ ରହୁଥିଲେ ସେନେଇ ଖୋଳତାଡ କରୁଛି ପୋଲିସ । ସେପଟେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁକୁ ନେଇ ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ ।

ସୁନ୍ଦରଗଡ଼ ଜିଲ୍ଲାପାଳ କହିଥିଲେ ଯେ, ବର୍ତ୍ତମାନ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନୁହେଁ । ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ତଦନ୍ତ ଶେଷ ହେଲା ପରେ ହିଁ ଘଟଣାର ସତ୍ୟତା ସାମ୍ନାକୁ ଆସିବ । ଅପରପେକ୍ଷ, "ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିରପେକ୍ଷ, ସ୍ଵାଧୀନ ଓ ଚାପମୁକ୍ତ । ମୃତ୍ୟୁ ପଛରେ ଯଦି କାହାର ଦୋଷ ବାହାରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ" ବୋଲି କହିଥିଲେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ତେବେ ଏହି ଘଟଣାରେ ଅଧିକ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ମନ୍ତ୍ରୀ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.