ETV Bharat / state

ଦୋକାନ ଘର ଆବଣ୍ଟନରେ ପ୍ରଶାସନର ଅନିୟମିତତା ଅଭିଯୋଗ

ସୁନ୍ଦରଗଡରେ ଦୋକାନ ଘର ଆବଣ୍ଟନରେ ପ୍ରଶାସନର ଅନିୟମିତତା । ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ନେତା । ଅଧିକ ପଢନ୍ତୁ...

author img

By

Published : Jul 27, 2021, 9:35 AM IST

ଦୋକାନ ଘର ଆବଣ୍ଟନରେ ପ୍ରଶାସନର ଅନିୟମିତତା ଅଭିଯୋଗ
ଦୋକାନ ଘର ଆବଣ୍ଟନରେ ପ୍ରଶାସନର ଅନିୟମିତତା ଅଭିଯୋଗ

ସୁନ୍ଦରଗଡ: ସୁନ୍ଦରଗଡ ଏନ.କେ.କେ ନିକଟ ଓ ଶଙ୍କରା ଏନ୍.ଟି.ପି.ସି ମେଡିକାଲ କଲେଜ ଆଣ୍ଡ ହସପିଟାଲ ସମ୍ମୁଖ ଦୋକାନ ଘର ଆବଣ୍ଟନରେ ପ୍ରଶାସନ ଅନିୟମିତତା କରିଛି । ଏନେଇ ଆଶାୟୀ ଦୋକାନୀ ଅଭିଯୋଗ ଆଣି ଗତକାଲି ବିଜେପି ନେତା ଡାକ୍ତର ହିମାଂଶୁ ଶେଖର ଷଡଙ୍ଗୀଙ୍କୁ ଭେଟି ଜଣାଇବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ପୂର୍ବରୁ ଡାକ୍ତର ଷଡଙ୍ଗୀ ଏହି ଦୋକାନୀଙ୍କ ସମସ୍ୟାର ସମାଧାନ ନେଇ ସଂଗ୍ରାମ ଜାରି ରଖିଥିବାବେଳେ ଗତକାଲି ପୁଣି ପ୍ରତ୍ୟେକ୍ଷ ଭାବେ ଜିଲ୍ଲାପାଳଙ୍କୁ ଏହାର ସମାଧାନ ନେଇ ଅନୁରୋଧ କରିଛନ୍ତି ।

ତେବେ ଦୋକାନ ଘର ଆବଣ୍ଟନରେ ତେଲିଆ ମୁଣ୍ଡରେ ତେଲ ଦେଇ ଆବଣ୍ଟନ କରାଯାଇଥିବା କଥା ଡାକ୍ତର ଷଡଙ୍ଗୀ କହିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଅଣ ଦେଖା କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଶାସନ ବାରମ୍ବାର ଖେଳ ଖେଳୁ ଥିବା କଥା ସେ କହିଛନ୍ତି । ତେବେ ଏହାର ପୁନର୍ବିଚାର କରାଯାଉ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଡାକ୍ତର ଷଡଙ୍ଗୀ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.