ETV Bharat / state

Hockey World Cup 2023: ଶେଷ ପୁଲ ମ୍ୟାଚ୍‌ ପାଇଁ ରାଉରକେଲାରେ ପହଞ୍ଚିଲେ ୪ ଦଳ

ଚଳିତ ହକି ବିଶ୍ବକପ ୨୦୨୩ରେ ନିଜ ନିଜର ଶେଷ ପୁଲ ମ୍ୟାଚ୍‌ ପାଇଁ ରାଉରକେଲାରେ ପହଞ୍ଚିଲେ ପୁଲ 'ଏ'ର ୪ ଦଳ । ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଦଳ ନିଜର ଶେଷ ପୁଲ ମ୍ୟାଚ ଖେଳିବା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ରାଉରକେଲାରେ ପହଞ୍ଚିଲେ ପୁଲ ଏ ର ୪ ଦଳ
ରାଉରକେଲାରେ ପହଞ୍ଚିଲେ ପୁଲ ଏ ର ୪ ଦଳ
author img

By

Published : Jan 17, 2023, 9:06 PM IST

ରାଉରକେଲାରେ ପହଞ୍ଚିଲେ ପୁଲ ଏ ର ୪ ଦଳ

ରାଉରକେଲା: ରାଉରକେଲାରେ ପହଞ୍ଚିଲେ ପୁଲ 'ଏ'ର ୪ଟି ବିଶ୍ବକପ ଦଳ । ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଦଳ ନିଜର ଶେଷ ପୁଲ ମ୍ୟାଚ ଖେଳିବା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି । ତେବେ କ୍ବାର୍ଟର ଫାଇନାଲ ପୂର୍ବରୁ ଶେଷ ପୁଲ ମ୍ୟାଚ୍‌ ଖେଳିବା ପାଇଁ ଉତ୍ସାହିତ ୪ଟି ଯାକ ହକି ଦଳ ।

ହକି ବିଶ୍ବକପ ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଗାଁରୁ ନେଇ ସହର ସୁବୁଠାରେ ହକି ଫିଭର । ଏହାରି ମଧ୍ୟରେ ଓଡ଼ିଶାର ଦୁଇଟି ହକି ବିଶ୍ବକପ ଭେନ୍ୟୁ ଭୁବନେଶ୍ବର ଏବଂ ରାଉରକେଲାରେ ପହଞ୍ଚିଯାଇଛନ୍ତି ପୁଲ ପର୍ଯ୍ୟାୟରେ ଶେଷ ମ୍ୟାଚ ଖେଳିବାକୁଥିବା ସମସ୍ତ ହକି ଟିମ । ତେବେ ମଙ୍ଗଳବାର ରାଉରକେଲାଠାରେ ପୁଲ 'ଏ'ର ସମସ୍ତ ଟିମ ପହଞ୍ଚିଛନ୍ତି । ପ୍ରଥମେ ୨.୩୦ରେ ଦକ୍ଷିଣ ଆଫ୍ରିକା ଓ ୨.୪୦ରେ ଫ୍ରାନ୍ସ ଟିମ ରାଉରକେଲାରେ ପହଞ୍ଚିଥିଲେ । କିନ୍ତୁ ପାଗ କୋହଲା ଥିବାରୁ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ଦଳ ରାଉରକେଲା ବଦଳରେ ଝାରସୁଗୁଡାରେ ପହଞ୍ଚି ସେଠାରୁ ରାଉରକେଲା ଅଭିମୁଖେ ଆସିଛନ୍ତି । ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଥିବା ହକି ସ୍ପୋର୍ଟ୍ସ ଭିଲେଜକୁ ନିଆଯାଇଛି । ଏଠାରେ ରହି ବିଶ୍ଵକପରେ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତ ହେବ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ।

ସମସ୍ତ ବିଦେଶୀ ଦଳ ନିଜର ଲିଗ ପର୍ଯ୍ୟାୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ରାଉରକେଲା ସହରରେ ପହଞ୍ଚି ଯାଇଛନ୍ତି । ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରୁ ରାଉରକେଲାକୁ ପହଞ୍ଚିଥିଲେ ଚାରିଟି ଯାକ ଟିମ । ତେବେ ସାଉଥ ଆଫ୍ରିକା ଟିମ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ବକପର ଶେଷ ଲିଗ ମ୍ୟାଚରେ ଜାନୁଆରୀ ୨୦ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ସେହିଦିନ ଫ୍ରାନ୍ସ ଏଠାରେ ନିଜର ଶେଷ ଲିଗ ମ୍ୟାଚ ଆର୍ଜେଣ୍ଟିନା ସହ ଖେଳିବ । ଏନେଇ ୪ ହକି ଦଳର ମୁଖ୍ୟ କୋଚଙ୍କ ସହ କ୍ୟାପଟେନ ରାଉରକେଲାରେ ପହଞ୍ଚି ସମସ୍ତେ ହକି ବିଶ୍ବକପ ୨୦୨୩ର ଶେଷ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଉତ୍ସାହିତ ଥିବା କହିଛନ୍ତି । ନୂଆ ଷ୍ଟାଡିୟମରେ ନୂଆ ଲୋକଙ୍କ ମଧ୍ୟରେ ମ୍ୟାଚ ଖେଳିବାକୁ ନେଇ ସେମାନେ ଖୁବ ଉତ୍ସାହିତ ଥିବା କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ପୁଲ 'ଏ'ରେ ଦକ୍ଷିଣ ଆଫ୍ରିକା ଜିରୋ ପଏଣ୍ଟ ସହ ସବୁଠାରୁ ତଳେ ଅର୍ଥାତ ଚତୁର୍ଥ ନମ୍ବରରେ ରହିଛି । ଦୁଇଟି ମ୍ୟାଚ ଖେଳି ଦୁଇଟି ପରାସ୍ତ ହୋଇଛି । ଫ୍ରାନ୍ସ ଦଳ ତିନି ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଏହି ଦଳ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ଏବଂ ଗୋଟିଏରେ ପରାସ୍ତ ହୋଇଛି । ସେହିଭଳି ଆର୍ଜେଣ୍ଟିନା ଦଳ ଚାରି ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ଅଛି । ଏହା ଦୁଇଟି ମ୍ୟାଚ ଖେଳିଥିବାବେଳେ ଗୋଟିଏରେ ବିଜୟ ଏବଂ ଗୋଟିଏ ଡ୍ର ରଖିଥିଲା । ଅଷ୍ଟ୍ରେଲିଆ ଦଳ ପୁଲ 'ଏ'ର ଶୀର୍ଷରେ ଚାରି ପଏଣ୍ଟ ସହ ରହିଛି ଏବଂ ଏହି ଦଳ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ଏବଂ ଗୋଟିଏ ଡ୍ର ରଖିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.