ETV Bharat / state

ଚାରି ଦଫା ଦାବି ନେଇ ଧାରଣାରେ ପେନସନର୍ସ ଆସୋସିଏସନ

author img

By

Published : Feb 28, 2023, 1:24 PM IST

ଚାରି ଦଫା ଦାବି ନେଇ ଧାରଣାକୁ ଓହ୍ଳାଇଛି ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସଂଘ । ଅଧିକ ପଢନ୍ତୁ

epf pensioner association protest
epf pensioner association protest
epf pensioner association protest

ରାଉରକେଲା: ନିଜ ହକ ପାଇଁ ଧାରଣାକୁ ଓହ୍ଳାଇଛି ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ । ସୋମବାର ଚାରି ଦଫା ଦାବି ନେଇ ରାଉରକେଲାରେ ରାଜରାସ୍ତାକୁ ଓହ୍ଳାଇ ବିକ୍ଷୋଭ ପ୍ରଦର୍ଶନ କରିଛି ଇପିଏଫ ପେନସନର୍ସ ଆସୋସିଏସନ । ମାସିକ ସର୍ବନିମ୍ନ ପେନସନ 9 ହଜାର ଟଙ୍କା, ଦରମା ପରିମାଣ ଆଧାରରେ ପେନସନ, ପେନସନ ସହ ମହଙ୍ଗା ଭତ୍ତା, ସରକାରୀ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆସୋସିଏସନ କହିଛି ଯେ, ଓଡିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନେ ବହୁ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ବିଶେଷକରି ବର୍ଦ୍ଧିତ ପେନସନ ବାବଦରେ ସୁପ୍ରିମକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଗତବର୍ଷ ନଭେମ୍ବର 4 ତାରିଖରେ ପ୍ରକାଶ ପାଇଥିଲା । ଏହାପରେ ପେନସନଭୋଗୀଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳି ଯାଇଥିଲା । କିନ୍ତୁ ଆଜି ଯାଏ କେଉଁମାନଙ୍କ ପେନସନ ବଢିବ ତାହା ବର୍ତ୍ତମାନ ଯାଏ ସଠିକ ଭାବରେ ଜଣାପଡ଼ିନାହିଁ । ଏହି ରାୟକୁ କାର୍ଯ୍ୟକାରୀ କରିବା ବଦଳରେ ଏହାକୁ କାର୍ଯ୍ୟକାରୀ ନକରିବା ପାଇଁ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପେନସନର୍ସ ଆସୋସିଏସନ ସଦସ୍ୟ ।

ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଆହୁରିମଧ୍ୟ କହିଛି ଯେ, ସର୍ବନିମ୍ନ ପେନସନ ବୃଦ୍ଧି ଦାବିକୁ ସର୍ବଦା ଆସୋସିଏସନ ପ୍ରାଥମିକତା ଦେଇ ଆସିଛି । ଓଡିଶାରେ ଦୁଇ ଲକ୍ଷ ଇପିଏଫ ପେନସନଭୋଗୀ ମଧ୍ୟରୁ ଦେଢ଼ ଲକ୍ଷ ସର୍ବନିମ୍ନ ପେନସନ ପାଉଛନ୍ତି । ତେବେ ସମସ୍ତ ପେନସନ ଭୋଗୀଙ୍କ ପେନସନ ବୃଦ୍ଧି ଲାଗି ବାରମ୍ବାର ଇପିଏଫ ପେନସନର୍ସ ଆସୋସିଏସନ ଦାବି ଜଣାଇ ଆସିଛି । ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ଭବିଷ୍ୟନିଧି ସଂଗଠନ କର୍ତ୍ତୃପକ୍ଷଙ୍କୁ ଲଗାତାର ଭାବରେ ଦାବି ଉପସ୍ଥାପନା କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ଅଭିଯୋଗ କରିଛି ଇପିଏଫ ପେନସନର୍ସ ଆସୋସିଏସନ ।

ସର୍ବନିମ୍ନ ପେନସନ ନଅ ହଜାର ଟଙ୍କା ସହ ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଆଧାରରେ ସମସ୍ତଙ୍କୁ ବର୍ଦ୍ଧିତ ପେନସନ ନମିଳିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ବିରୁଦ୍ଧରେ ଏହି ଲଢେଇ ଜରି ରହିବ ବୋଲି କହିଛି ଇପିଏଫ ପେନସନର୍ସ ଆସୋସିଏସନ ।

ଆସୋସିଏସନ ସଦସ୍ୟ କହିଛନ୍ତି, ''ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ କେନ୍ଦ୍ର ସରକାର ଏହି ପେନସନ ଭୋଗୀଙ୍କ ସମସ୍ୟା ହୃଦୟଙ୍ଗମ କରି ପେନସନ ବଢାଇବା ବଦଳରେ ନିଦା ବିଷ୍ଣୁ ସାଜି ବସିଛନ୍ତି । ଯାହାଫଳରେ ସମସ୍ତ ଇପିଏଫ ପେନସନ ଭୋଗୀ ଦୁଃଖ ଦୁର୍ଦ୍ଦଶାରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି । ଆମ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ । ''

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.