ETV Bharat / state

ବଞ୍ଚି ଥାଉଥାଉ ସରକାରୀ କାଗଜପତ୍ରରେ ମାରିଦେଲେ, ୭ ମାସ ହେଲା ମିଳୁନି ଭତ୍ତା ଟଙ୍କା

author img

By

Published : Apr 21, 2023, 8:50 PM IST

ବଞ୍ଚି ଥାଉଥାଉ କାଗଜ ପତ୍ରରେ ମୃତ ଘୋଷଣା । ୭ ମାସ ଧରି ବିଧବା ଟଙ୍କା ପାଇନଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

woman not getting Allowance in sundargarh
୭ ମାସ ହେଲା ମହିଳାଙ୍କୁ ମିଳୁନି ଭତ୍ତା ଟଙ୍କା
୭ ମାସ ହେଲା ମହିଳାଙ୍କୁ ମିଳୁନି ଭତ୍ତା ଟଙ୍କା

ରାଉରକେଲା: ଭୂତ ଖୋଜୁଛି ସାତ ମାସର ଭତ୍ତା । ବଞ୍ଚି ଥାଉଥାଉ ସରକାରୀ କାଗଜପତ୍ରରେ ମାରିଦେଲେ । ଜୀବିତ ଲୋକଙ୍କୁ ମୃତ ଘୋଷଣା କରି ଭତ୍ତା ବନ୍ଦ କରିଦେଲେ ସରକାରୀ ବାବୁ । ବର୍ତ୍ତମାନ ଭୂତ ସାଜି ମାଗୁଛନ୍ତି ନ୍ୟାୟ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଅନ୍ତର୍ଗତ ଜକେଇକେଲା ପଞ୍ଚାୟତର ବଡପୋଷ ଗ୍ରାମରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ବିଧବା ଭତ୍ତା ଥାଇ ବି ମହିଳାଙ୍କୁ ସାତ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି ।

ବଡ଼ପୋଷ ଗ୍ରାମର ମଲ୍ଲି କିଷାନଙ୍କ ସ୍ବାମୀ କିଛି ବର୍ଷ ତଳେ ଆରପାରିକୁ ଚାଲି ଯାଇଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଦିନ ମଜୁରି କରି ପେଟ ପୋଷୁଛନ୍ତି । ବହୁ କଷ୍ଟରେ ବିଧବା ଭତ୍ତା ଆବେଦନ କରିଥିଲେ ଏବଂ ତାଙ୍କୁ ଭତ୍ତା ମଧ୍ୟ ମିଳିଥିଲା । କ୍ରମାଗତ ଭାବେ ତାଙ୍କୁ ଭତ୍ତା ମିଳୁଥିଲା, ସେଥିରେ ତାଙ୍କ ପରିବାର ଚଳୁଥିଲା । ହେଲେ ଦିନେ ହଠାତ ବନ୍ଦ ହୋଇଗଲା ଭତ୍ତା । ଆକାଉଣ୍ଟକୁ ଆଉ ଟଙ୍କା ଆସିଲା ନାହିଁ । ପ୍ରଥମ ମାସରେ ଟଙ୍କା ନଆସିବାରୁ ଆସନ୍ତା ମାସକୁ ଆସିବ ଭାବି ଅପେକ୍ଷା କଲେ । ପ୍ରାୟ ୭ ମାସ ଧରି ଭତ୍ତା ଟଙ୍କା ଅପେକ୍ଷାରେ ବୃଦ୍ଧ ମହିଳା ମଲ୍ଲି କିଷାନ । ଦିନେ ଜିଦ ଧରି ଜନସେବା କେନ୍ଦ୍ରରେ ବସିବାରୁ ବ୍ଲକ ଅଫିସରେ ଯୋଗାଯୋଗ କରିବା ପାଇଁ ସେମାନେ କହିଲେ । ଶେଷରେ ବାଧ୍ୟ ହୋଇ ବୃଦ୍ଧ ମହିଳା ବଣେଇ ବ୍ଲକରେ ଯାଇ ଅଭିଯୋଗ କରିଥିଲେ । ତାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିବା କହିଥିଲେ । କେଉଁ କାରଣରୁ ଟଙ୍କା ଆସୁନାହିଁ ବୋଲି ଅଧିକାରୀକୁ ପ୍ରଶ୍ନ କରିଥିଲେ । ତେବେ ବ୍ଲକ ଅଧିକାରୀଙ୍କ ଉତ୍ତର ଶୁଣି ସେ ତାଜୁବ ହୋଇଯାଇଥିଲେ । ତାଙ୍କ ମୃତ୍ୟୁ ଘଟିବା ଯୋଗୁଁ ତାଲିକାରୁ ନାଁ କଟାଯାଇଥିବା ଜାଣିବାକୁ ପାଇଲେ ।

ଶେଷରେ ସେ ନିଜର ପରିଚୟ ଦେଇ କହିଲେ ଯେ ତାହାଲେ ଯେ, ମୁଁ ହେଉଛି ମଲ୍ଲି କିଷାନ । ଯିଏକି ଜୀବିତ ଅଛି, ବଞ୍ଚି ଥାଉଥାଉ କିପରି ମାରିଦେଲେ ବୋଲି ପ୍ରଶ୍ନ କରିଥିଲେ । ତାପରେ ଅଙ୍ଗନବାଡ଼ି କର୍ମଚାରୀ ଦେଇଥିବା ରିପୋର୍ଟରେ ମଲ୍ଲି କିଷାନ ମୃତ ଥିବା ଉଲ୍ଲେଖ ରହିଛି ବୋଲି ବ୍ଲକ କର୍ମଚାରୀ କହିଥିଲେ । ସେଠାରେ ପୁଣି ଥରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କରି ଘରକୁ ଫେରିଲେ । ଏହାରି ଭିତରେ ଦୁଇମାସ ବିତିଗଲାଣି । ବ୍ଲକ ଏବଂ ଅଙ୍ଗନବାଡି଼ କେନ୍ଦ୍ରକୁ ଯାଇ ଯାଇ ନୟାନ୍ତ ହେଲେଣି, ହେଲେ ୭ ମାସର ଭତ୍ତା ଟଙ୍କା ପାଇ ପାରିନାହାନ୍ତି ମଲ୍ଲି କିଷାନ । ଅଙ୍ଗନବାଡି କେନ୍ଦ୍ରକୁ ବୁଝିବାକୁ ଗଲେ ଏଠାରେ କିଛି କାମ ନାହିଁ ବ୍ଲକ ଅଫିସକୁ ଯାଅ କହି ତଡ଼ି ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବଣାଇ ଉପଜିଲ୍ଲାପାଳ କହିଛନ୍ତି ଯେ, "ଏହି ଅଭାବନୀୟ ଘଟଣା ସମ୍ପର୍କରେ କୌଣସି ଖବର ନାହିଁ । ବ୍ଲକ ଅଧିକାରୀଙ୍କୁ ପଚାରି ବୁଝିବା ପରେ ଘଟଣାଟି ଜଣାପଡ଼ିଛି । ହିତାଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ନିଶ୍ଚିତ ଯୋଗାଇ ଦିଆଯିବ ଏବଂ ସାତ ଦିନ ମଧ୍ୟରେ ଭୁଲ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.