ETV Bharat / entertainment

କାମ ଦେଲାନି କଙ୍ଗନାଙ୍କ ଯାଦୁ, ପ୍ରଥମ ଦିନରେ ଏତିକି ଆୟ କଲା 'ଏମରଜେନ୍ସି' - EMERGENCY BOX OFFICE COLLECTION

ମନ ଜିତିଲାନି କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' । ପ୍ରଥମ ଦିନରେ କଲା ଏତିକି କଲେକ୍ସନ । ଜାଣନ୍ତୁ,

emergency box office collection
emergency box office collection (film poster)
author img

By ETV Bharat Entertainment Team

Published : Jan 18, 2025, 9:38 AM IST

ହାଇଦ୍ରାବାଦ: ଅନେକ ବାଦ ବିବାଦ ପରେ ଶେଷରେ (ଗତକାଲି) ଜାନୁଆରୀ ୧୭ ତାରିଖରେ ମୁକ୍ତିଲାଭ କଲା କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଏହି ଫିଲ୍ମକୁ ସମାଲୋଚକମାନଙ୍କଠାରୁ ସକାରାତ୍ମକ ସମୀକ୍ଷା ମଧ୍ୟ ମିଳିଛି । ତଥାପି ଫିଲ୍ମ ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି । ଅନେକ ଫିଲ୍ମ ଫ୍ଲପ୍ ପରେ 'ଏମରଜେନ୍ସି' ସହ ପରଦାକୁ ଫେରିଥିଲେ କଙ୍ଗନା । ହେଲେ ବକ୍ସ ଅଫିସରେ କାମ ଦେଲାନି କଙ୍ଗନାଙ୍କୁ ଯାଦୁ । କିନ୍ତୁ 'ଏମରଜେନ୍ସି' ତାଙ୍କ ପୂର୍ବ ଫିଲ୍ମ 'ତେଜସ'ର ଓପନିଂ ରେକର୍ଡକୁ ପଛରେ ପକାଇଛି । 'ଏମରଜେନ୍ସି' ରିଲିଜର ପ୍ରଥମ ଦିନରେ କେତେ ଆୟ କରିଛି ?

'ଏମରଜେନ୍ସି' କଲେକ୍ସନ

କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' ରିଲିଜ ପୂର୍ବରୁ ଅନେକ ବିବାଦରେ ଘେରି ରହିଥିଲା । ଟ୍ରେଲର ରିଲିଜ ପରେ ପ୍ରଶଂସକମାନେ ମଧ୍ୟ ଏହାକୁ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଶେଷରେ 'ଏମରଜେନ୍ସି' ସିନେମା ହଲ୍‌କୁ ଆସିଛି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅନୁପମ ଖେର, ଶ୍ରେୟସ ତଲପଡେ ଏବଂ ମହିମା ଚୌଧୁରୀଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ଏମରଜେନ୍ସି'ର ପ୍ରଥମ ଦିନର ଆୟର ପ୍ରାରମ୍ଭିକ ଆକଳନ ଆସିଛି । କଙ୍ଗନାଙ୍କ ଏହି ଫିଲ୍ମଟି ତାଙ୍କର ଶେଷ ମୁକ୍ତିଲାଭ କରିଥିବା ତେଜସ୍ ଅପେକ୍ଷା ଭଲ ଆରମ୍ଭ କରିଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ରିଲିଜର ପ୍ରଥମ ଦିନରେ 2.35 କୋଟି ଟଙ୍କା ରୋଜଗାର କରିଛି ।

'ତେଜସ୍' ଅପେକ୍ଷା 'ଏମରଜେନ୍ସି'ର ଓପନିଂ ଭଲ କରିଛି

କହିରଖୁଛୁ କି, କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' ରିଲିଜର ପ୍ରଥମ ଦିନ କମ ଆୟ କରିଛି । ତଥାପି, ଏହି ଫିଲ୍ମଟି ଅଭିନେତ୍ରୀଙ୍କ ପୂର୍ବ ଫିଲ୍ମ ତେଜସ ଅପେକ୍ଷା ପ୍ରଥମ ଦିନରେ ଅଧିକ ରୋଜଗାର କରିଛି । 'ତେଜସ'ର ପ୍ରଥମ ଦିନର କଲେକ୍ସନ ଥିଲା ୧.୨୫ କୋଟି ଟଙ୍କା । ତେବେ ଶନିବାର ଏବଂ ରବିବାର ଛୁଟି ଦିନ ରହିଥିବାରୁ ଚଳିତ ସପ୍ତାହରେ ଫିଲ୍ମର ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପଞ୍ଜାବରେ 'ଏମରଜେନ୍ସି' ବ୍ୟାନ୍ ଦାବି ନେଇ କଙ୍ଗନାଙ୍କ ପ୍ରତିକ୍ରିୟା, 'ଏହା କଳାକାର ପାଇଁ ଅତ୍ୟାଚାର..'

'ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି, 1975-1977 ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । କଙ୍ଗନା ଗତ 9 ବର୍ଷ ଧରି ବକ୍ସ ଅଫିସରେ ଫ୍ଲପ୍ ହୋଇଆସୁଥିଲେ ଏବଂ ଏହି ଚଳଚ୍ଚିତ୍ରରୁ ତାଙ୍କର ବହୁତ ଆଶା ଅଛି । ଆଗାମୀ ଦିନରେ ଫିଲ୍ମ ଭଲ ରୋଜଗାର କରିବ ବୋଲି ଆଶା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.