ETV Bharat / state

ବିପଦରେ ଗଜରାଜ, କେବେ ଥମିବ ହାତୀ-ମଣିଷ ଲଢେଇ? - ରାଉରକେଲା

ରାଜ୍ୟରେ ବିଭିନ୍ନ ସମୟରେ ହାତୀ ମଣିଷ ଲଢେଇ ଖବର ସାମ୍ନାକୁ ଆସିଥାଏ । କେତେବେଳେ ହାତୀ ହାବୁଡରେ ମଣିଷ ପଡି ଜୀବନ ହାରେ ତ ଆଉ କେତେବେଳେ ମଣିଷର ଆକ୍ରୋଶର ଶିକାର ହୁଏ ଏହି ବିଶାଳକାୟ ଜନ୍ତୁ । ତେବେ କଣ ପାଇଁ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ହାତୀ-ମଣିଷ ଲଢେଇ ? ଦେଖନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Jun 18, 2019, 4:31 PM IST

ରାଉରକେଲା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଦେଖାଦେଉଛି ହାତୀ-ମଣିଷ ମଧ୍ୟରେ ଖଣ୍ଡଯୁଦ୍ଧ । ତେବେ ସେଥିରୁ ବାଦ ପଡିନି ସୁନ୍ଦରଗଡ଼ ଜିଲ୍ଲା। ହାତୀର ଉତ୍ପାତରେ ମଣିଷ ସହ ଯାଉଛି ଏହି ବିଶାଳକାୟ ଜୀବର ଜୀବନ। ଯାହାକୁ ନେଇ ଚିନ୍ତାରେ ଏବେ ବନବିଭାଗ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ଏବେ ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ। ଏହାର କାରଣ, ଜଙ୍ଗଲ କ୍ଷୟ ସାଙ୍ଗକୁ ଖଣିଖାଦାନ। ଜଙ୍ଗଲ ନଷ୍ଟହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶୁଛନ୍ତି ହାତୀ। ତେବେ ହାତୀର ଗତିବିଧି ଉପରେ ନଜର ରଖିବା ମଧ୍ୟ ବନ ବିଭାଗର ଦାୟିତ୍ୱ। ହେଲେ ହାତୀଙ୍କୁ ଘଉଡାଇବା ସମୟରେ ବ୍ୟତିକ୍ରମ ଦେଖାଦେବାରୁ ଅନ୍ୟ ରେଞ୍ଜରେ ପ୍ରବେଶ କରୁଛନ୍ତି ହାତୀ। ଯାହାଫଳରେ ସତର୍କ ହେବା ଆଗରୁ ହାତୀଙ୍କ ଉତ୍ପାତରେ ସବୁକିଛି ଧୂଳିସାତ ହୋଇଯାଉଛି।

କେବଳ ଏତିକି ନୁହେଁ ହାତୀ ମଣିଷ ଉପରେ ଦାଉ ସାଧୁଥିବା ବେଳେ ହାତୀଙ୍କୁ ମାରିବାକୁ ମଧ୍ୟ ପଛାଇନାହାଁନ୍ତି ମଣିଷ। କେତେବେଳେ ବିଦ୍ୟୁତ ତାର ବିଛାଯାଇ ହାତୀକୁ ମରଣ ମୁହଁକୁ ଠେଲିଦିଆଯାଉଛି ତ ଆଉ କେଉଁଠି ହାତୀକୁ ମାରି ପୋଡିଦିଆଯାଉଛି। ଯାହାକୁ ନେଇ ଚିନ୍ତାରେ ବନବିଭାଗ ଓ ପଶୁପ୍ରେମୀ। ତେବେ ହାତୀ ଓ ମଣିଷଙ୍କ ଖଣ୍ଡଯୁଦ୍ଧର କିଭଳି ସମାଧାନ କରାଯାଇପାରିବ ସେ ନେଇ ଚିନ୍ତାକରିବା ଜରୁରୀ ହୋଇପଡିଛି।

ଖାଦ୍ୟ ଅନ୍ୱେଷଣରେ ହେଉ ବା ଅନ୍ୟ କିଛି କାରଣରୁ ହାତୀମାନେ ଜନବସତି ମୁହାଁ ହେଉଛନ୍ତି। ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ। ଅକାରଣେ ଜୀବନ ସହ ନଷ୍ଟ ହେଉଛି ହେକ୍ଟର ହେକ୍ଟର ଚାଷଜମି। ତେବେ ହାତୀଙ୍କ ଉତ୍ପାତରୁ ବନବିଭାଗ କେମିତି ସୁରକ୍ଷା ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.