ETV Bharat / state

ରାଇସିନା ହଲରୁ ଆସିଲା ଚିଠି, ରାଷ୍ଟ୍ରପତିଙ୍କୁ ଭେଟିବେ ୬ ପାଉଡି ଭୂୟାଁ - ରାଇସିନା ହଲ

ରାଷ୍ଟ୍ରପତି ଭବନରୁ ଆସିଲା ଡାକରା । ଦିଲ୍ଲୀ ଯିବେ ସୁନ୍ଦରଗଡ଼ର ୬ଜଣ ପାଉଡି ଭୂୟାଁ ଆଦିବାସୀ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଭେଟିବେ ୬ଜଣ ପାଉଡି ଭୂୟାଁ
ରାଷ୍ଟ୍ରପତିଙ୍କୁ ଭେଟିବେ ୬ଜଣ ପାଉଡି ଭୂୟାଁ
author img

By

Published : Jun 5, 2023, 8:40 PM IST

Updated : Jun 5, 2023, 8:47 PM IST

ରାଇସିନା ହଲରୁ ଆସିଲା ଚିଠି, ରାଷ୍ଟ୍ରପତିଙ୍କୁ ଭେଟିବେ ୬ ପାଉଡି ଭୂୟାଁ

ରାଉରକେଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଆଦିବାସୀ ଜନଜାତି ଲୋକେ । ଏନେଇ ଏକ ଚିଠି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅଞ୍ଚଳରୁ ୬ଜଣ ପାଉଡ଼ି ଭୂୟାଁ ଆଦିବାସୀ ସମ୍ପ୍ରଦାୟର ଲୋକେ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ଯିବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତିଙ୍କ ସହିତ ନିଜ ସମ୍ପ୍ରଦାୟର ଜୀବନ ଜୀବିକା ଆଦି ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୮ ତାରିଖରେ ଏହି ୬ ଜଣ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ବଣାଇ ଏକ ଆଦିବାସୀ ଅଞ୍ଚଳ ଭାବେ ବେଶ ପରିଚିତ । ଏହି ଅଞ୍ଚଳରେ ଶତକଡ଼ା ୭୦ ଭାଗ ଲୋକ ଆଦିମ ଜନଜାତି ବସବାସ କରନ୍ତି । ଏହାରି ମଧ୍ୟରେ ବଣାଇ ଉପଖଣ୍ଡରେ ବସବାସ କରୁଥିବା ପାଉଡ଼ି ଭୂୟାଁ ବେଶ ପରିଚିତ । ପାଉଡ଼ି ଭୂୟାଁ ଆଦିମ ଜନଜାତି ପ୍ରଥମେ ବହୁତ କଷ୍ଟରେ ଜୀବନଯାପନ କରିଆସୁଥିଲେ, କିନ୍ତୁ କିଛି ବର୍ଷ ହେବ ସରକାରଙ୍କ ଦ୍ବାରା ଏମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ବଣେଇ ଉପଖଣ୍ଡର ଖୁଣ୍ଟଗାଁ ଠାରେ ସ୍ଥାପିତ ହେବା ପରେ ଏବେ ପାଉଡି ଭୂୟାଁଙ୍କ ନିକଟରେ ସରକାରଙ୍କ ଅନେକ ଯୋଜନା ପହଞ୍ଚିପାରିଛି । ତଥାପି ଏବେ ମଧ୍ୟ ସେମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି ।

ଏହା ବି ପଢନ୍ତୁ- Balasore Train Tragedy: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ରାଉରକେଲା କଂଗ୍ରେସ ଏବଂ CPI(M)

ତେବେ ସାରା ଦେଶ ରାଜ୍ୟରେ ଆଦିବାସୀ ପାଉଡି ଭୂୟାଁଙ୍କ ବିକାଶ ଲାଗି ଏବେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଆଦିବାସୀ ଜନଜାତିଙ୍କ କିଭଳି ଜୀବନ ଜୀବିକା ରହିଛି କିଭଳି ଭାବରେ ସରକାରୀ ସହାୟତା ତାଙ୍କ ପାଖକୁ ପହଞ୍ଚି ପାରୁଛି ନା ନାହିଁ ଏବଂ କିଭଳି ଜୀବନଯାପନ କରୁଛନ୍ତି ସେନେଇ ସାକ୍ଷାତକାର କରିବା ପାଇଁ ରାଷ୍ଟ୍ରପତି ଆଦିବାସୀ ଜନଜାତି ଲୋକଙ୍କୁ ଡାକିଥିବା ବେଳେ ବଣାଇ ଅଞ୍ଚଳରୁ ୬ଜଣ ପାଉଡି ଭୂୟାଁ ଜନଜାତି ଦିଲ୍ଲୀ ଯିବେ । ଏହି ପାଉଡି ଭୂୟାଁମାନେ କିପରି ଜୀବନଯାପନ ଓ ତାଙ୍କର ଜୀବନୀ ଶୈଳୀ ଉପରେ ଜାଣିବା ପାଇଁ ଦିଲ୍ଲୀରେ ଏକ ସାକ୍ଷାତକାର ସଭା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏନେଇ ଆଦିବାସୀ ପାଉଡି ଭୂୟାଁମାନଙ୍କ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଥିଲା । ଉପଜିଲ୍ଲାପାଳ ତାଙ୍କୁ କିପରି ଯିବେ ରହିବେ ସେ ବିଷୟରେ ଅବଗତ କରାଇଥିଲେ । ସରକାରଙ୍କ ପକ୍ଷରୁ ଯିବା ଆସିବା ଖର୍ଚ୍ଚ ବହନ ସହିତ ତାଙ୍କୁ ସ୍ବାସ୍ଥ୍ୟ ଚିକିତ୍ସା କରାଯିବ । ତେବେ ବର୍ତ୍ତମାନ ପ୍ରଥମ ଥର କରି ମହାମହିମ ରାଷ୍ଟ୍ରପତିଙ୍କୁ ଲୋକେ ଭେଟ କରିବେ ଏବଂ ନିଜର ସୁବିଧା ଅସୁବିଧା ଜଣାଇବେ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଲୋକେ।

ଇଟିଭି ଭାରତ, ରାଉରକେଲା

Last Updated : Jun 5, 2023, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.