ETV Bharat / state

ଚତୁର୍ଥ ଦିନରେ 32 ମୌଜା ବିସ୍ଥାପିତ ପରିବାରଙ୍କ ଧାରଣା, ଚୁପ ପ୍ରଶାସନ - 32 ମୌଜା ବିସ୍ଥାପିତ ପରିବାର

32 ମୌଜା ବିସ୍ଥାପିତ ପରିବାରଙ୍କ ଧାରଣା ଦିନ ଗଡିବାକୁ ଲାଗୁଛି । ହେଲେ ପ୍ରଶାସନ ଚୁପ ବସିଛି । ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ପରିବାର । ଅଧିକ ପଢନ୍ତୁ

ଚତୁର୍ଥ ଦିନରେ 32 ମୌଜା ବିସ୍ଥାପିତ ପରିବାରଙ୍କ ଧାରଣା, ଚୁପ ପ୍ରଶାସନ

author img

By

Published : Dec 9, 2022, 3:21 PM IST

ରାଉରକେଲା: ବିସ୍ଥାପିତଙ୍କ ପାଇଁ ନାହିଁ ସ୍ଥାୟୀ ବ୍ୟବସ୍ଥା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରି 4 ଦିନ ଧରି ଧାରଣାରେ ବସିଛନ୍ତି 32 ମୌଜା ବିସ୍ଥାପିତ ପରିବାର । ହେଲେ ଫଳ ଶୂନ୍ । ଶହ ଶହ ସଂଖ୍ୟାର ବିସ୍ଥାପିତ ପରିବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଧାରଣଗତ ବିସ୍ଥାପିତ ପରିବାର ।

ଚତୁର୍ଥ ଦିନରେ 32 ମୌଜା ବିସ୍ଥାପିତ ପରିବାରଙ୍କ ଧାରଣା, ଚୁପ ପ୍ରଶାସନ

ଚାରି ଦିନ ଧରି ଦିନ ରାତି ଶୀତ କାକର ମଧ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବସି ରହିଛନ୍ତି ବିସ୍ଥାପିତ ପରିବାର । 32 ମୌଜା ବିସ୍ଥାପିତ ପରିବାର ପକ୍ଷରୁ କିଛି ଦିନ ତଳେ ଘେରାଉ କରାଯାଇଥିଲା । କିନ୍ତୁ ଫଳ ଶୂନ । ବାରମ୍ବାର ଦାବି ସତ୍ତ୍ବ କର୍ଣ୍ଣପାତ କରୁନାହିଁ ପ୍ରଶାସନ । ଏହାକୁ ନେଇ ଆଜିକୁ 4ଦିନ ଧରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଘେରାଉ କରି ବସି ରହିଛନ୍ତି 32 ମୌଜା ବିସ୍ଥାପିତ ପରିବାର । ତେବେ ଚାକିରୀ ଦିଆଯିବ ଦାବିକୁ ନେଇ 32 ମୌଜା ବିସ୍ଥାପିତ ପରିବାର ଧାରଣାରେ । ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମନ୍ଦିରା ଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା ତେବେ ଏଥିରେ ବହୁ ଲୋକ ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ଯାଏ ହିତାଧିକାରୀଙ୍କ ମିଳିପାରିନାହିଁ ଚାକିରୀ । ବାରମ୍ବାର ଦାବି ପରେ ବି କୌଣସି ପ୍ରକାର ଫଳ ମିଳୁନାହିଁ । ଫଳରେ ନ୍ୟାୟାଳୟର ଆଶ୍ରୟ ନେଲେ ବିସ୍ଥାପିତ ପରିବାର । ବିସ୍ଥାପିତଙ୍କୁ ଚାକିରୀ ଏବଂ ବଳକା ଜମି ଫେରସ୍ତ କରିବା ପାଇଁ କରିଥିଲେ ଦାବି ।

2021 ମସିହାରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ 3 ମାସ ମଧ୍ୟରେ ସମସ୍ତଙ୍କ ଦାବିକୁ ଧ୍ୟାନ ଦେଇ ଏହାର ସମସ୍ୟାକୁ ସମାଧାନ କରାଯାଉ । ତେବେ 22 ମାର୍ଚ୍ଚ 2022ରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏକ ଶୁଣାଣି କଲେ ଏବଂ 1015 ଜଣ ବିସ୍ଥାପିତ ଙ୍କୁ ଚାକିରୀ ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶ ଦେଲେ । କିନ୍ତୁ ଏହାରି ମଧ୍ୟରେ କୌଣସି ବିସ୍ଥାପିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାକିରୀ ଦିଆଯିବର ବ୍ୟବସ୍ଥା ହୋଇନାହିଁ । ବରଂ ସମସ୍ତଙ୍କ ନାମ ପେଣ୍ଡିଙ୍ଗ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି 32 ମୌଜା ବିସ୍ଥାପିତ ପରିବାର ମାନେ । ତେବେ ହଜାର ହଜାର ଲୋକେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ କିନ୍ତୁ ଏଥିରେ ସୁଫଳ ନପାଇବାରୁ ଶେଷରେ ବାଧ୍ୟ ହୋଇ ଗତ 4ଦିନ ଧରି ଅହୋରାତ୍ର ଧାରଣାରେ ବସିଛନ୍ତି 32 ମୌଜା ବିସ୍ଥାପିତ ପରିବାର ।

ସେପଟେ ବିସ୍ଥାପିତଙ୍କୁ ବଳକା ଜମି ଫେରସ୍ତ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରୀ ସୁଯୋଗ ଦିଆଯାଉ ନଚେତ ଆଗାମୀ ଦିନରେ ଏହି ବିକ୍ଷୋଭ ବଡ଼ ଧରଣର ଆନ୍ଦୋଳନର ରୂପ ନେବ ବୋଲି ଆନ୍ଦୋଳନକାରୀ ଧମକ ଚେତାବନୀ ଦେଇଛନ୍ତି । ତେବେ ଦାବୀ ପୂରଣ ନହେବା ଯାଏଁ ବିକ୍ଷୋଭ ଏବଂ ଧାରଣା ଜାରି ରହିବ ବୋଲି ସୂଚାଇ ଦେଇଛନ୍ତି ବିସ୍ଥାପିତ ପରିବାର । ସେପଟେ ରାଉରକେଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.