ETV Bharat / state

‘ବିଶ୍ବ ରକ୍ତଚାପ ଦିବସ’: ସଚେତନତାର ବାର୍ତ୍ତା ବାଣ୍ଟିଲେ ସୁବର୍ଣ୍ଣପୁରବାସୀ - ରକ୍ତଚାପ

ବିଶ୍ବ ରକ୍ତଚାପ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି ଆଲୋଚନାଚକ୍ର । କାର୍ଯ୍ୟକ୍ରମରେ ରକ୍ତଚାପ ରୋଗୀଙ୍କୁ ପକ୍ଷାଘାତ ରୋଗରୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 17, 2019, 9:38 PM IST

ସୁବର୍ଣ୍ଣପୁର: ବିଶ୍ବ ରକ୍ତଚାପ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି ଆଲୋଚନାଚକ୍ର । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ରକ୍ତଚାପ ରୋଗୀଙ୍କୁ ପକ୍ଷାଘାତ ରୋଗରୁ କିପରି ରକ୍ଷା କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ ।

ଆଲୋଚନା ଚକ୍ରରେ ସେ କହିଥିଲେ କି ରକ୍ତଚାପ ରୋଗୀ ପ୍ରତିଦିନ ଠିକ୍ ସମୟରେ ଔଷଧ ଗ୍ରହଣ କରିବା ଉଚିତ୍‌ । ଏଥିସହ ସେମାନେ ଅଧିକ ଭାରୀ କାର୍ଯ୍ୟ କରିବା ଉଚିତ୍‌ ନୁହେଁ । ଏନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଆବଶ୍ୟକ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଡ଼ଃ ପ୍ରଦୀପ କୁମାର ଗୁରୁ, ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଅନ୍ୟପଟେ ଏହି ସଚେତନତା କାର୍ଯ୍ୟକ୍ରମରେ ନିରାମୟ ଯୋଜନାରେ ଉଚ୍ଚ ରକ୍ତଚାପ ପାଇଁ ମୁଖ୍ୟ ଚିକିତ୍ସାଳୟରେ ମାଗଣା ଔଷଧ ପ୍ରଦାନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଯେଉଁଥିରେ ନର୍ସିଂ କଲେଜ ଛାତ୍ରୀଙ୍କ ସହ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visual by MOJO
tirthabashi panda 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.