ETV Bharat / state

ସୁବର୍ଣ୍ଣପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା - ଏସପିଙ୍କ କାର୍ଯ୍ୟାଳୟ

ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଛି ବାଲେଶ୍ବରର ବିନୋଦ ଜେନା ନାମକ ଜଣେ ବ୍ୟକ୍ତିକୁ ଗିରଫ ଦାବିରେ ସୁବର୍ଣ୍ଣପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ଅଧିକ ପଢନ୍ତୁ...

ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା
author img

By

Published : Dec 13, 2020, 8:01 AM IST

ସୁବର୍ଣ୍ଣପୁର: ଜିଲ୍ଲାର ସୁରକ୍ଷା ମଞ୍ଚ ପକ୍ଷରୁ ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଛି ବାଲେଶ୍ବରର ବିନୋଦ ଜେନା ନାମକ ଜଣେ ବ୍ୟକ୍ତି । ପୋଲିସ ଆଗରେ ଅଭିଯୋଗ କରିବା ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆ ହୋଇଛି ।

ସୂଚନାଅନୁସାରେ, ରଶ୍ମି ଇଣ୍ଡଷ୍ଟ୍ରି ନାଁରେ ବାଲେଶ୍ବର ଜିଲ୍ଲାର ବିନୋଦ ଜେନା ନାମକ ବ୍ୟକ୍ତି ବସ୍ତି ସୁରକ୍ଷା ମଞ୍ଚ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଏନେଇ 27 ସେପ୍ଟେମ୍ବର 2020ରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ସଦର ଥାନା ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ପକ୍ଷରୁ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ହେଲେ ଅଭିଯୁକ୍ତକୁ ଗିରଫ ନ କରାଯିବାରୁ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ଦୋଳନ ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ସୁବର୍ଣ୍ଣପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା

ପୋଲିସ ଅଭିଯୁକ୍ତକୁ ଗିରଫ ନ କରି ଓଲଟା କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ମହିଳାମାନଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା । ଏ ନେଇ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଅଭିଯୁକ୍ତକୁ ଗିରଫ ଦାବି କରି ମହିଳାମାନେ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଅଭିଯୁକ୍ତକୁ ଡିସେମ୍ବର 30 ସୁଦ୍ଧା ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.