ETV Bharat / state

ସୁବର୍ଣ୍ଣପୁର ଗସ୍ତରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ

author img

By

Published : Aug 24, 2019, 10:43 PM IST

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଶିଶୁ କଲ୍ୟାଣ ନେଇ ସମୀକ୍ଷା ବୈଠକ କଲେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । କେନ୍ଦ୍ର ସରକାରଙ୍କ ଅନୁଦାନରେ ଅଙ୍ଗନବାଡି କେନ୍ଦ୍ରରେ ଚାଲିଥିବା ଶିଶୁ ବିକାଶ, ମହିଳା ସଶକ୍ତିକରଣ, ମମତା ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତା ଉପରେ କରିଛନ୍ତି ଆଲୋଚନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଓଡିଶା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଜିଲ୍ଲା ଗସ୍ତରେ ଆସି ଶିଶୁ ଓ ମହିଳା କଲ୍ୟାଣ ସଂପର୍କୀତ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଶିଶୁଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଶିଶୁ କଲ୍ୟାଣ ସହ ମିଶନ ଶକ୍ତିକୁ ନେଇ ଜିଲ୍ଲାରେ ଚାଲିଥିବା କାର୍ଯ୍ୟକ୍ରମର ଗତି ଓ ସ୍ଥିତି ଉପରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବିଶେଷକରି କେନ୍ଦ୍ର ସରକାରଙ୍କ ଅନୁଦାନରେ ଅଙ୍ଗନବାଡି କେନ୍ଦ୍ରରେ ଚାଲିଥିବା ଶିଶୁ ବିକାଶ, ମହିଳା ସଶକ୍ତିକରଣ, ମମତା ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ । ଏନେଇ ବିଭାଗୀୟ ଉପ ସଚିବ ବିନୋଦ କୁମାର ଜେନା ଓ ଯୁଗ୍ମ ସଚିବ ରଶ୍ମି ରଞ୍ଜନ ନାୟକ ପ୍ରମୁଖ ଏ ସଂପର୍କୀତ କାର୍ଯ୍ୟକ୍ରମକୁ ନେଇ ଥିବା ଲକ୍ଷ୍ୟ ଓ ଭଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପରିଚାଳନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ କ୍ଷେତ୍ରୀୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । କ୍ଷେତ୍ରୀୟ କର୍ମଚାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Anchor - ଓଡିଶା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ସୁବର୍ଣ୍ଣପୁର ଜିଲ୍ଲାଗସ୍ତରେ ଆସି ଶିଶୁ ଓ ମହିଳା କଲ୍ୟାଣ ସଂପର୍କୀତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଶିଶୁଙ୍କ ସ୍ବାସ୍ଥ୍ୟ,ଶିକ୍ଷା ଓ ଶିଶୁ କଲ୍ୟାଣ ସହ ମିଶନ ଶକ୍ତିକୁ ନେଇ ଜିଲ୍ଲାରେ ଚାଲିଥିବା କାର୍ଯ୍ୟକ୍ରମର ଗତି ଓ ସ୍ଥିତି ଉପରେ ପ୍ରଶାସନିକ ଆଲୋଚନା କରିଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ଅନୁଦାନରେ ଅଂଗନବାଡି କେନ୍ଦ୍ରରେ ଚାଲିଥିବା ବାଳ ବିକାଶ,ମହିଳା ସଶକ୍ତିକରଣ ଏବଂ ମମତା ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତା ଉପରେ ବିଭାଗୀୟ ଉପ ସଚିବ ବିନୋଦ କୁମାର ଜେନା ଓ ଯୁଗ୍ମ ସଚିବ ରଶ୍ମି ରଂଜନ ନାୟକ ପ୍ରମୁଖ ଏ ସଂପର୍କୀତ କାର୍ଯ୍ୟକ୍ରମକୁ ନେଇ ଥିବା ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପରିଚାଳନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ କ୍ଷେତ୍ରିୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।Body:ଖେତ୍ରୀୟ କର୍ମଚାରୀ ମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.