ETV Bharat / state

ବେଆଇନ ମଦ କାରବାରକୁ ମହିଳା ମହାସଂଘର ବିରୋଧ, ବ୍ୟବସାୟୀ ଅଟକ

author img

By

Published : Sep 15, 2020, 7:52 AM IST

Updated : Sep 15, 2020, 9:44 AM IST

ଜିଲ୍ଲାରେ ଚାଲିଥିବା ବେଆଇନ ମଦ ବିକ୍ରିକୁ ମହିଳା ସ୍ବୟଂ ସହାୟକ ମହାସଂଘର ବିରୋଧ । ଏମିତିରେ ସୁବର୍ଣ୍ଣପୁର ସଦର ଥାନା ଝୁପୁଡି ପଡାରେ ଜଣେ ବ୍ୟକ୍ତି ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

subarnapur latest news, illegal liquor business in subarnapur, illegal liquor business, protest against liquor business in subarnapur, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ବେଆଇନ ମଦ କାରବାର, ବେଆଇନ ମଦ କାରବାର, ସୁବର୍ଣ୍ଣପୁରରେ ମଦ ବିରୋଧୀ ବିକ୍ଷୋଭ
ବେଆଇନ ମଦ କାରବାରକୁ ମହିଳା ମହାସଂଘର ବିରୋଧ, ବ୍ୟବସାୟୀ ଅଟକ

ସୁବର୍ଣ୍ଣପୁର: ଜିଲ୍ଲାରେ ଚାଲିଥିବା ବେଆଇନ ମଦ ବିକ୍ରିକୁ ମହିଳା ସ୍ବୟଂ ସହାୟକ ମହାସଂଘର ବିରୋଧ । ଏମିତିରେ ସୁବର୍ଣ୍ଣପୁର ସଦର ଥାନା ଝୁପୁଡି ପଡାରେ ଜଣେ ବ୍ୟକ୍ତି ବେଆଇନ ଭାବେ ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପଡାବାସୀ ବାରମ୍ବାର ମଦ ବିକ୍ରି କରିବାକୁ ବିରୋଧ କରୁଥିବା ବେଳେ ଗତ କିଛି ଦିନ ତଳେ ସେ ଲିଖିତ ଆକାରରେ ମହାସଂଘକୁ ମଦ ବିକ୍ରି ନ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାସତ୍ତ୍ବେ ଦୀର୍ଘ ଦିନ ହେବ ବେଆଇନ ଭାବେ ସେ ଦେଶୀ ମଦ ବିକ୍ରି କରୁଥିବାରୁ ସୋମବାର ମହିଳା ମହାସଂଘ ଜାଣିବାକୁ ପାଇଥିଲା ।

ଏହାପରେ ମହିଳା ମହାସଂଘର କର୍ମକର୍ତ୍ତା, ନ୍ୟୁ ଷ୍ଟାର କ୍ଲବ ଓ ଆମ୍ବେଦକର କ୍ଲବର କର୍ମକର୍ତ୍ତାମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ସେଠାରୁ ପାଖାପାଖି 5 ଲିଟର ଦେଶୀ ମଦ ଓ କିଛି ପଲିଥିନ ଜବତ କରିଥିଲେ । ଏନେଇ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ପରେ ମହିଳା ମହାସଂଘ ପକ୍ଷରୁ ପୋଲିସକୁ ଖବର ଦିଆ ଯାଇଥିବା ବେଳେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଥାନାକୁ ନେଇଛି ପୋଲିସ । ଏଥିସହ ଘଟଣାସ୍ଥଳରୁ ମଦ ଓ ପଲିଥିନକୁ ମଧ୍ୟ ଜବତ କରିଛି ପୋଲିସ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Sep 15, 2020, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.