ETV Bharat / state

ସିଂହାସନ ଜଙ୍ଗଲରେ ଅବାଧ ଜନ୍ତୁ ଶିକାର, କାର୍ଯ୍ୟାନୁଷ୍ଠାନ ଦାବି କଲେ ଆଇନଜୀବୀ - ସିଂହାସନ ଜଙ୍ଗଲ

ସିଂହାସନ ଜଙ୍ଗଲରେ ଅବାଧ ଜନ୍ତୁ ଶିକାର । ଜଙ୍ଗଲ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ନେଇ ଅଭିଯୋଗ ହେଉଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ । ଅଧିକ ପଢନ୍ତୁ

ଅବାଧ ଜନ୍ତୁ ଶିକାର
ଅବାଧ ଜନ୍ତୁ ଶିକାର
author img

By

Published : Jan 8, 2023, 1:23 PM IST

ଅବାଧ ଜନ୍ତୁ ଶିକାର

ସୁବର୍ଣ୍ଣପୁର: ଜିଲ୍ଲାର ସିଂହାସନ ଜଙ୍ଗଲରେ ଅବାଧରେ ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ଅଭିଯୋଗ ହେଉଛି । ହେଲେ ଶିକାରୀଙ୍କୁ ଅଂକୁଶ ଲଗାଇବା ସହିତ ବନ୍ୟଜନ୍ତୁଙ୍କ ଶିକାର ରୋକିବାରେ ବନ ବିଭାଗ ବିଫଳ ହେଉଥିବା ଦେଖିବାକୁ ମିଳୁଛି । ସୂଚନାଅନୁସାରେ, ଗତ ସେପ୍ଟେମ୍ବର 13 ତାରିଖରେ ଏକ ବିଲୁପ୍ତ ପ୍ରାୟ କଲରାପତରିଆ ବାଘକୁ ସ୍ଥାନୀୟ କିଛି ଲୋକ ଶିକାର କରି ବାଘର ନଖ ଦାନ୍ତ ଆଦି କାଟି ନେଇଥିଲେ । ଏହି ଘଟଣାରେ ବନ ବିଭାଗ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଏବେ ବି ମୁକ୍ତଭାବେ ବିଚରଣ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ନାଁରେ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମୃତ ବାଘର ନଖ, ଦାନ୍ତ ସବୁ ଜବତ କରି ପାରିନାହିଁ । ସେହିପରି ଅନେକ ସମୟରେ ଦନ୍ତାହାତୀ ଶିକାର, ବାରହା, କୁଟୁରା, ହରିଣ ଆଦି ଶିକାର ହେଉଥିବା ନଜରକୁ ଆସୁଛି ।

ଏହା ମଧ୍ୟ ପଢନ୍ତୁ: ପୂରଣ ହେବ ଦୀର୍ଘ ବର୍ଷର ସ୍ବପ୍ନ, BeMC ସାମିଲ ହେବ ସହରତଳି ପଞ୍ଚାୟତ

ଗତ ବର୍ଷ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ସର୍ଭେରେ ସିଂହାସନ ଜଙ୍ଗଲରେ ବାଘ ନ ଥିବା ସୂଚନା ଦିଆଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏହି ଜଙ୍ଗଲରେ ବାଘ ଶିକାର ହେଉଛି ତାହା ବନ ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଶିକାରୀମାନେ ଜଙ୍ଗଲ ଭିତରେ ଯାଇଥିବା ବିଦ୍ୟୁତରୁ ଖୋଲା ଲୁହାତାର ସାହାଯ୍ୟରେ ବନ୍ୟଜନ୍ତୁଙ୍କ ଶିକାର କରୁଛନ୍ତି । ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ସମୟରେ ନୀରିହ ଲୋକଙ୍କ ପ୍ରାଣହାନୀ ହେଉଛି । ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ବନ ବିଭାଗ ବିଫଳ ହୋଇଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ସମ୍ବେଦନଶୀଳ ନ ହେଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଆଇନଜୀବୀ ବଳଦେବ ବେଦବାଗ ଚେତାବନୀ ଦେଇଛନ୍ତି ।

ଆଇନଜୀବୀ ବଳଦେବ ବେଦବାଗ କହିଛନ୍ତି, "ଜଙ୍ଗଲରେ କେଉଁ ଜୀବଜନ୍ତୁ ରହିଛନ୍ତି ସେନେଇ ଜଙ୍ଗଲ ବିଭାଗ ପକ୍ଷରେ କୌଣସି ସୂଚନା ନାହିଁ । ବାରହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ବାଘ ମାରି ଦାନ୍ତ କାଟି ନେଉଛନ୍ତି । ସେନେଇ ଜଙ୍ଗଲ ବିଭାଗ ପକ୍ଷରେ କୌଣସି ସୂଚନା ନାହିଁ । ମିଥ୍ୟା ବିଲ କରି ଟଙ୍କା ଆଣି ଜଙ୍ଗଲ ବିଭାଗ ତାର କଳା କାରନାମା ଚଲାଇଛି । ଆମେ ଏହାକୁ ଦୃଢ ନିନ୍ଦା କରୁଛୁ । ଆଗାମୀ ଦିନରେ ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ନଚେତ ଆନ୍ଦୋଳନ ହେବ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.