ETV Bharat / state

ନଳକୂପ ଓ ପାନୀୟ ପ୍ରକଳ୍ପ ଥାଇ ବି ପାଣି ଅଭାବ, ହନ୍ତସନ୍ତ ଲୋକେ - ପାଣି ସମସ୍ୟା

ନଳକୂପ ଓ ପାନୀୟ ପ୍ରକଳ୍ପ ଥାଇ ବି ପାଣି ଅଭାବ । ହନ୍ତସନ୍ତ ଲୋକେ । ଅଧିକ ପଢନ୍ତୁ...

water problem in subarnapur
ନଳକୂପ ଓ ପାନୀୟ ପ୍ରକଳ୍ପ ଥାଇ ବି ପାଣି ଅଭାବ ,ହନ୍ତସନ୍ତ ଲୋକେ
author img

By

Published : Apr 8, 2021, 2:01 PM IST

ସୁବର୍ଣ୍ଣପୁର : ଜିଲ୍ଲା ବିରମହାରାଜପୁର ବ୍ଲକର ଖଇରମାଲ ଗାଁରେ ଦୀର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଛି । ନଳକୂପ ଅଛି , ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରହିଛି । ମାତ୍ର ଲୋକେ ପାଣି ଟିକିଏ ପାଇଁ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ପ୍ରଶାସନିକ ଅବହେଳାରୁ ନଳକୂଅ ମରାମତି କରାଯାଇ ପାରୁନାହିଁ କି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ତିନି କିଲୋମିଟର ଦୂରରେ ଥିବା ହରିହର ଯୋର ଉପରେ ନିର୍ଭର କରୁଛନ୍ତି । ଗାଁର ମହିଳାମାନେ ଉଭୟ ସକାଳ ଓ ସନ୍ଧ୍ୟାରେ ମାଠିଆ ,ଗରା ,ବାଲଟି ନେଇ ଚାଲି ଚାଲି ଯୋରକୁ ଯାଇ ସେଠାରେ ବାଲି ଚୁଆଁ ଖୋଲି ପିଇବା ପାଣି ସଂଗ୍ରହ କରୁଛନ୍ତି ।

ନଳକୂପ ଓ ପାନୀୟ ପ୍ରକଳ୍ପ ଥାଇ ବି ପାଣି ଅଭାବ ,ହନ୍ତସନ୍ତ ଲୋକେ

ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଗାଁ ଲୋକେ ଯାହାକୁ ଗୁହାରୀ କଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି । ଗାଁରେ ପ୍ରାୟ ୧୨ ଶହ ଲୋକ ବସବାସ କରୁଛନ୍ତି । ରହିଛି ଗୋଟିଏ ମାତ୍ର ନଳକୂପ, ହେଲେ ନଳ କୂପରୁ ପିଇବା ଯୋଗ୍ୟ ପାଣି ବାହାରୁନାହିଁ । ଗାଁରେ ୨୦୧୬-୧୭ ମସିହାରୁ ୧୩ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପାନୀୟ ଜଳ ପ୍ରକଳ୍ପ । ଗାଁ ସାରା ପାଇପ ବିଛା ଯାଇ ଷ୍ଟାଣ୍ଡପୋଷ୍ଟ ବି ନର୍ମାଣ ହୋଇଛି । ସରକାରୀ ନଥି ପତ୍ରରେ ପ୍ରକଳ୍ପ ଚାଲିଥିବା ବେଳେ ଉଦଘାଟନ ହେବା ହେବାର କିଛି ଦିନ ପରଠାରୁ ପ୍ରକଳ୍ପ ଅଚଳ ହୋଇ ପଡିଛି । ଅପରପକ୍ଷେ କଥାକୁ ବେଶ ହାଲୁକା ଭାବେ ନେଇ ପ୍ରକଳ୍ପର ସାମାନ୍ୟ ସମସ୍ୟା ରହିଥିବା ବିରମହାରାଜପୁର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ଯନ୍ତ୍ରୀ କହିଛନ୍ତି ।ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ପ୍ରଶାସନିକ ଅବହେଳାରୁ ବିଷୁଦ୍ଧ ପାନୀୟରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । ଏହାର ତୁରନ୍ତ ସାମାଧାନ ଜରୁରୀ ହୋଇ ପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.