ETV Bharat / state

ଗାଁରେ ଉଚ୍ଚ କ୍ଷମତା ବିଶିଷ୍ଟ ତାର ଟଣା କାର୍ଯ୍ୟକୁ ଗାଁଲୋକଙ୍କ ବିରୋଧ - Villagers protest over high voltage transmission towers

ଗାଁର ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଓ ଖେଳ ପଡିଆ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ 132 କେଭି ବିଦ୍ୟୁତ ତାର ଟଣା ନେଇ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ...

ଗାଁରେ ଉଚ୍ଚ କ୍ଷମତା ବିଶିଷ୍ଟ ତାର ଟଣା କାର୍ଯ୍ୟକୁ ଗାଁଲୋକଙ୍କ ବିରୋଧ

author img

By

Published : Dec 24, 2020, 10:49 PM IST

ସୁବର୍ଣ୍ଣପୁର: ଗାଁର ସୁରକ୍ଷା ପାଇଁ ଧାରଣାରେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଧୋବାବାହାଲି ଗାଁର ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଓ ଖେଳ ପଡିଆ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ 132 କେଭି ବିଦ୍ୟୁତ ତାର ଟାଓ୍ବାରରେ ଟଣାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ପକ୍ଷରୁ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ତାରକୁ ଅନ୍ୟତ୍ର ସ୍ଥାନନ୍ତରିତ କରିବାକୁ ଦାବି ହେଉଛି । ମାତ୍ର ଗାଁଲୋକଙ୍କ ଅଭିଯୋଗକୁ ଶୁଣୁ ନାହିଁ ଓପିଟିସିଏଲ ।

ଗାଁରେ ଉଚ୍ଚ କ୍ଷମତା ବିଶିଷ୍ଟ ତାର ଟଣା କାର୍ଯ୍ୟକୁ ଗାଁଲୋକଙ୍କ ବିରୋଧ

ଏହି ପରିପ୍ରେକ୍ଷୀରେ ଗାଁ ଉନ୍ନୟନ ପରିଷଦ ପକ୍ଷରୁ ସ୍ଥାନୀୟ ଗ୍ରୀଡ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ଅବା ଜିଲ୍ଲା ପ୍ରଶାସନ ଏହାକୁ ଖାତିର ନ କରି ବିଦ୍ୟୁତ କାର୍ଯ୍ୟ ଆଗେଇ ନେଉଛନ୍ତି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଆଖି ଆଗରେ ରଖି ପୋଲିସ ସହଯୋଗରେ ଉଚ୍ଚ କ୍ଷମତା ବିଶିଷ୍ଟ ଟାଓ୍ବାରରେ ତାର ଟଣାଯାଉଛି ।

ପୂର୍ବରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଓପିଟିସିଏଲ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଟାୱାରକୁ ସ୍ଥାନାନ୍ତର କରିବା ପାଇଁ ଅଭିଯୋଗ ହୋଇଥିଲା । ହେଲେ ଓପିଟିସିଏଲ କର୍ତ୍ତୃପକ୍ଷ ଗାଁ ଲୋକଙ୍କ ଗୁହାରିକୁ ଶୁଣି ନ ଥିଲେ ।

ତେବେ ଗାଁ ଲୋକେ ରାଜ୍ୟ ଶକ୍ତି ବିଭାଗ ପାଖରେ ଅଭିଯୋଗ କରିବା ପରେ ଶକ୍ତି ବିଭାଗର ଅତିରିକ୍ତ ସଚିବ ଓପିଟିସିଏଲ କର୍ତ୍ତୃପକ୍ଷଙ୍କୁ ଏହି ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଜଣାଇବା ପାଇଁ ଗତବର୍ଷ ଅକ୍ଟୋବର 18ରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେହି ନିର୍ଦ୍ଦେଶକୁ ବେଖାତିର କରିବା ସହ ଗାଁ ଲୋକଙ୍କ ଆନ୍ଦୋଳନକୁ ଦୃଷ୍ଟି ନ ଦେଇ ଓପିଟିସିଏଲ ପୁଣି ସେହି ଟାୱାରରେ ନୂତନ ତାର ଟାଣୁଛି । ତେବେ ଓପିଟିସିଏଲର ଏହି କାର୍ଯ୍ୟର ପ୍ରତିବାଦ କରିବା ସହିତ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଧୋବାବାହାଲି ଉନ୍ନୟନ ପରିଷଦ ଧମକ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.