ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସେବା ସମବାୟ ସମିତିର ଦୁଇ କର୍ମଚାରୀ - ଶିବତୁଲା ସେବା ସମବାୟ ସମିତି ଭିଜିଲାନ୍ସ ଗିରଫ ଖବର

ସୁବର୍ଣ୍ଣପୁର ଜିଲ୍ଲାର ଶିବତୁଲା ସେବା ସମବାୟ ସମିତିର ଦୁଇଜଣ କର୍ମଚାରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ଲାଞ୍ଚ ନେଇ ସେବା ସମବାୟ ସମିତିର ଦୁଇ କର୍ମଚାରୀ ଭିଜିଲାନ୍ସ ହାତରେ ଗିରଫ

author img

By

Published : Mar 11, 2022, 10:18 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଶିବତୁଲା ସେବା ସମବାୟ ସମିତିର ଦୁଇଜଣ କର୍ମଚାରୀ ଆଜି (ଶୁକ୍ରବାର) ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଜିଲ୍ଲାର ତରଭା ବ୍ଲକ ଶିବତୁଲା ସେବା ସମବାୟ ସମିତିର ସମ୍ପାଦକ କୁନା ନାୟକ ଓ ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାଏକ ଆଜି ଜଣେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଭାଲୁବାହାଲ ଗାଁର ଚାଷୀ ଜଳନ୍ଧର ଡାଙ୍ଗଙ୍କ ଠାରୁ ଧାନ ବିକ୍ରି ଟଙ୍କା ବ୍ୟାଙ୍କରେ ପକାଇ ଦେବା ପାଇଁ ଆଠ ହଜାର ଟଙ୍କା ଦାବି କରିଥିଲେ ।

ଲାଞ୍ଚ ନେଇ ସେବା ସମବାୟ ସମିତିର ଦୁଇ କର୍ମଚାରୀ ଭିଜିଲାନ୍ସ ହାତରେ ଗିରଫ

ତେବେ ଜଳନ୍ଧର ଟଙ୍କା ଦେବା କଥାରେ ରାଜି ହୋଇ ଏନେଇ ଜିଲ୍ଲା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଉଭୟ ସମ୍ପାଦକ ଓ ଡାଟାଏଣ୍ଟ୍ରି ଅପରେଟର ଜଳନ୍ଧରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିନେଇଥିଲା । ଏନେଇ ଜିଲ୍ଲା ଭିଜିଲାନ୍ସ ବିଭାଗ ଏକ ଲାଞ୍ଚ ମାମଲା ଦାୟର କରି ଦୁଇ କର୍ମଚାରୀଙ୍କୁ ଗିରଫ କରିବା ସହିତ ସେବା ସମବାୟ ସମିତିର ଦୁର୍ନୀତି ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.