ETV Bharat / state

ଅଜଣା ଜନ୍ତୁ ଭୟରେ ଆତଙ୍କିତ କୁମୁରସିଂହା ଗାଁ, କାରଣ ଖୋଜୁଛି ବନବିଭାଗ - ଅଜଣା ଜନ୍ତୁ ଆକ୍ରମଣରେ 25ମେଣ୍ଢା ମୃତ୍ୟୁ ଘଟଣା ।

ଅଜଣା ଜନ୍ତୁଭୟରେ ଆତଙ୍କିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁରସିଂହା ଗାଁ ।  କେଉଁ ଜନ୍ତୁ ଏଭଳି ଆକ୍ରମଣ କରୁଛି ତାହାର କାରଣ ଖୋଜିବାରେ ଲାଗିଛି ବନବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 14, 2019, 10:37 PM IST

ସୁବର୍ଣ୍ଣପୁର: ଅଜଣା ଜନ୍ତୁ ଭୟରେ ଆତଙ୍କିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁରସିଂହା ଗାଁ । କେଉଁ ଜନ୍ତୁ ଏଭଳି ଆକ୍ରମଣ କରୁଛି ତାହାର କାରଣ ଖୋଜିବାରେ ଲାଗିଛି ବନବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଅଜଣା ଜଙ୍ଗଲି ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁରଙ୍କ 25ଟି ମେଣ୍ଢାର ମୃତ୍ୟୁ ଓ 10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଜଙ୍ଗଲ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ମେଣ୍ଢା ପାଳକ କପିଳ ମହାକୁର ସହିତ ଆଲୋଚନା କରି ମେଣ୍ଢାଗୁଡିକର ଶବ ବ୍ୟବଛେଦ କରାଯାଇଥିଲା ।

ତେବେ କେଉଁ ଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହୋଇଛି ତାହା ଜାଣିବା ପାଇଁ ଜଙ୍ଗଲ ବିଭାଗ ଗାଁରେ ଦୁଇଟି ସିସିଟିଭି କ୍ୟାମେରା ଲଗାଇବା ସହିତ ବନ କର୍ମଚାରୀମାନେ ଗାଁକୁ ଜଗିଥିଲେ ।

ହେଲେ ସିସିଟିଭିରେ କୌଣସି ଜଙ୍ଗଲି ଜନ୍ତୁ ଗାଁକୁ ଆସିଥିବା ଫୁଟେଜରେ ଜଣା ପଡିନାହିଁ । ଏପଟେ କପିଳ ମହାକୁରଙ୍କ ମେଣ୍ଡା ଗୁଡିକୁ ଦଳବଦ୍ଧ ଭାବେ ଗଧିଆ ଆକ୍ରମଣ କରିଥିବା ଜଙ୍ଗଲ ବିଭାଗ ଅନୁମାନ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି କହିଛି ।

ଅନ୍ୟପଟେ ଅଜଣା ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଗାଁରେ ରାତ୍ରୀରେ ମୁତୟନ କରାଯାଇଛି । ମେଣ୍ଢା ପାଳକ କପିଳ ମହାକୁର ମେଣ୍ଢା ମୃତ୍ୟୁର କାରଣ ଖୋଜିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଅପରପକ୍ଷରେ ଜିଲ୍ଲା ବନ ଅଧିକାରୀ ଏହି ଘଟଣାରେ ବେଶ ସମ୍ବେଦନଶୀଳ ଥିବାବେଳେ 11ଟି ମେଣ୍ଢା ମୃତ୍ୟୁ ହୋଇଥିବା ଏବଂ ଆଠଗୋଟି ମେଣ୍ଢା ଗୁରୁତର ଆହତ ହୋଇଥିବା ତଦନ୍ତରୁ ଜଣାପଡିଥିବା କହିଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ମେଣ୍ଢାପାଳକ କପିଳକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁର ସିଂହା ଗାଁରେ ଅଜଣା ଜଂଗଲି ଜନ୍ତୁ ଆକ୍ରମଣ ପାଇଁ ଗାଁ ଲୋକଙ୍କ ଭିତରେ ଭୟ ଓ ଆତଙ୍କ ଖେଳି ଯାଇଛି ।ଗତ ଦୁଇ ଦିନ ତଳେ ଅଜଣା ଜଂଗଲି ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁରଙ୍କ 25ଟି ମେଣ୍ଢାର ମୃତ୍ୟୁ ଓ 10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା ।ଜଂଗଲ ବିଭାଗ ଘଟଣାସ୍ଥଳକୁ ପହଂଚି ମେଣ୍ଢା ପାଳକ କପିଳ ମହାକୁର ସହିତ ଆଲୋଚନା କରି ମେଣ୍ଢାଗୁଡିକର ଶବ ବ୍ୟବଛେଦ କରାଯାଇଥିଲା ।କେଉଁ ପ୍ରକାରର ଜନ୍ତୁ ଆକ୍ରମଣରେ ମେଣ୍ଢା ମାନଙ୍କ ମୃତ୍ୟୁ ହୋଇଛି ତାହା ଜାଣିବା ପାଇଁ ଜଂଗଲ ବିଭାଗ ଗାଁରେ ଦୁଇଟି ସିସି ଟିଭି ଲଗାଇବା ସହିତ ବନ କର୍ମଚାରୀମାନେ ଗାଁକୁ ଜଗିଥିଲେ ।ହେଲେ ସିସିଟିଭିରେ କୌଣସି ଜଂଗଲି ଜନ୍ତୁ ଗାଁକୁ ଆସିଥିବା ଫୁଟେଜରେ ଜଣା ପଡିନାହିଁ ।କପିଳ ମହାକୁରଙ୍କ ମେଣ୍ଡା ଗୁଡିକୁ ଦଳବଦ୍ଧ ଭାବେ ଗଧିଆ ଆକ୍ରମଣ କରିଥିବା ଜଂଗଲ ବିଭାଗ ଅନୁମାନ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି କହିଛି ।ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବା ବେଳେ ଜଂଗଲ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଗାଁରେ ରାତ୍ରୀରେ ମୁତୟନ କରାଯାଇଛି ।ମେଣ୍ଢା ପାଳକ କପିଳ ମହାକୁର ମେଣ୍ଢା ମୃତ୍ୟୁର କାରଣ ଖୋଜିବା ସହିତ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ।ଅପରପକ୍ଷରେ ଜିଲ୍ଲା ବନ ଅଧିକାରୀ ଏହି ଘଟଣାରେ ବେଶ ବିଭାଗ ବେଶ ସମ୍ବେଦନଶୀଳ ଥିବାବେଳେ 11ଟି ମେଣ୍ଢା ମୃତ୍ୟୁ ହୋଇଥିବା ବେଳେ ଆଠଗୋଟି ଗୁରୁତର ଆହତ ହୋଇଥିବା ତଦନ୍ତରୁ ଜଣା ପଡିଥିବା କହିଛନ୍ତି ।ଗୁରୁତର ମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ମେଣ୍ଢାପାଳକ କପିଳକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।Conclusion:ବିଦ୍ର-ଗୋଟିଏ ଭିଜୁଆଲ ଓ ଡି ଏଫ ଓଙ୍କ ବାଇଟ ମୋଜୋରେ ଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.