ETV Bharat / state

ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ ସୋମବାର ଉଲୁଣ୍ଡା ସହର 12 ଘଣ୍ଟା ବନ୍ଦ ଡାକରା - subarnapur will be shotdown for 12 hours

ତହସିଲରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହରରେ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚ । ପଢନ୍ତୁ ଅଧିକ.....

ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ ଆସନ୍ତାକାଲି ଉଲୁଣ୍ଡା ସହର 12 ଘଣ୍ଟା ବନ୍ଦ ଡାକରା

author img

By

Published : Nov 22, 2020, 9:42 PM IST

ସୁବର୍ଣ୍ଣପୁର: ତହସିଲରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହରରେ 12 ଘଣ୍ଟିଆ ବନ୍ଦ ପାଳିତ ହେବ । ସହରର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସହରର ବଣିକ ସଙ୍ଘ, ଟାକ୍ସି ଚାଳକ ସଙ୍ଘ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମର୍ଥନ କରୁଥିବା ସୂଚନା ମିଳିଛି ।

ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ ସୋମବାର ଉଲୁଣ୍ଡା ସହର 12 ଘଣ୍ଟା ବନ୍ଦ ଡାକରା

ତହସିଲରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବି ନେଇ ଗତ 17 ନଭେମ୍ବରରୁ ଗଣ ଧାରଣାରେ ବସିଛନ୍ତି ସଚେତନ ନାଗରିକ ମଞ୍ଚର କାର୍ଯ୍ୟକର୍ତ୍ତା । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ବି ମଞ୍ଚ ପକ୍ଷରୁ ଏହି ଦାବି ନେଇ ଦୀର୍ଘ ଦିନ ଧାରଣା ଦିଆ ଯାଇଥିଲା। ପରେ ବୀରମହରାଜପୁର ଉପଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ହେଲେ ଇତି ମଧ୍ୟରେ ଦିର୍ଘ ନଅ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନ ଥିବାରୁ ଆନ୍ଦୋଳନକୁ ବ୍ୟାପକ କରିଛି ସଚେତନ ନାଗରିକ ମଞ୍ଚ। ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ନ ଖୋଲିବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ମଞ୍ଚ ନିଷ୍ପତି ନେଇଥିବା ବେଳେ ସହରର ଜନସାଧାରଣଙ୍କ ଆନ୍ଦୋଳନକୁ ବିପୁଳ ସମର୍ଥନ ଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.