ETV Bharat / state

ଦୁଇ ବର୍ଷ ପରେ ଉଗାଡି ପର୍ବକୁ ଧୁମଧାମରେ ପାଳିଲେ ଦେବାଂଗୁଲୁ ସଂପ୍ରଦାୟ - ନବରାତ୍ରୀ 2022

ଆରମ୍ଭ ହୋଇଛି ନବରାତ୍ରୀ । ସୁବର୍ଣ୍ଣପୁର ସହରରରେ ଢେରା ବା ଦେବାଂଗୁଲୁ ସଂପ୍ରଦାୟର ଲୋକେ ଶନିବାର ମଧ୍ୟରାତ୍ର ଯାଏଁ ଉଗାଡି ପର୍ବକୁ ଧୁମଧାମରେ ପାଳନ କରିଛନ୍ତି । ଅଧିକ ପଢନ୍ତୁ

ଦୁଇ ବର୍ଷ ପରେ ଉଗାଡି ପର୍ବକୁ ଧୁମଧାମରେ ପାଳନକଲେ ଦେବାଂଗୁଲୁ ସଂପ୍ରଦାୟ

author img

By

Published : Apr 3, 2022, 12:02 PM IST

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ନବରାତ୍ରୀ । ସୁବର୍ଣ୍ଣପୁର ସହରରରେ ଢେରା ବା ଦେବାଂଗୁଲୁ ସଂପ୍ରଦାୟର ଲୋକେ ଶନିବାର ମଧ୍ୟରାତ୍ର ଯାଏଁ ଉଗାଡି ପର୍ବକୁ ଧୁମଧାମରେ ପାଳନ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ଦକ୍ଷିଣ ଭାରତୀୟ ପରମ୍ପରାକୁ ବଜାୟ ରଖି ହିନ୍ଦୁ ନବ ବର୍ଷକୁ ଉତ୍ସାହର ସହ ପାଳନ କରିଛନ୍ତି । ଏହି ପର୍ବରେ ଦକ୍ଷିଣ ଭାରତୀୟ ଅବା ଦେବାଂଗୁଲୁ ସଂପ୍ରଦାୟର ଦେବୀ ବୁଢୀମା ଠାକୁରାଣୀଙ୍କ ସ୍ବତନ୍ତ୍ର ପୂଜା ଆରଧନା କରାଯାଇଛି ।

ଦୁଇ ବର୍ଷ ପରେ ଉଗାଡି ପର୍ବକୁ ଧୁମଧାମରେ ପାଳନକଲେ ଦେବାଂଗୁଲୁ ସଂପ୍ରଦାୟ

ସେହିପରି ପାରସ୍ପରିକ ସଂପର୍କ ରକ୍ଷା ଓ ଭାତୃଭାବ ପ୍ରତିଷ୍ଠା ପାଇଁ ବିଭିନ୍ନ ବର୍ଗରେ ଦେବାଂଗୁଲୁ ବା ଢେରା ଲୋକେ ଭାଗ ଭାଗ ହୋଇ ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି । ବୟସ୍କ, ଅବିବାହିତ ଝିଅ, ଗୃହିଣୀ ଓ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏକ ଆଧ୍ୟାତ୍ମିକ ଓ ସାମାଜିକ ପରିବେଶ ସୃଷ୍ଟି ଦିଗରେ ଏହି ଉଗାଡି ପର୍ବ ବେଶ ସହାୟକ ହୋଇ ପାରିଛି ।

ସୁବର୍ଣ୍ଣପୁର ସହରବାସୀ ମଧ୍ୟ ଦକ୍ଷିଣ ଭାରତୀୟ ଏହି ଅନନ୍ୟ ପର୍ବରେ ନିଜକୁ ସାମିଲ କରି ବୁଢୀମା ଠାକୁରାଣୀଙ୍କ ଦର୍ଶନ ଲାଭ କରିବା ସହିତ ଏହି ପର୍ବ ପାଇଁ ତିଆରି ବିଭିନ୍ନ ପ୍ରକାରର ଦକ୍ଷିଣ ଭାରତୀୟ ପିଠାପଣା ଆଦି ଖାଇବାର ସୁଯୋଗ ଲାଭ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.