ETV Bharat / state

ସୁବର୍ଣ୍ଣପୁରରେ ଫେଲ ସ୍ବଚ୍ଛତା ଅଭିଯାନ, ଅସନ୍ତୋଷ ବିଜେଡି - Subarnapur Transparency avijan

ସୁବର୍ଣ୍ଣପୁରରେ ଫେଲ ମାରିଛି ସ୍ବଚ୍ଛତା ଅଭିଯାନ । ଏ ଦିଗରେ ଧ୍ୟାନ ଦେବାକୁ ପୌର ପରିଷଦକୁ ଅନୁରୋଧ କରିଛି ଟାଉନ ବିଜେଡି । ଅଧିକ ପଢନ୍ତୁ...

Transparency Campaign has failed in Subarnapur
ସୁବର୍ଣ୍ଣପୁରରେ ଫେଲ ସ୍ବଚ୍ଛତା ଅଭିଯାନ, ଅସନ୍ତୋଷ ବିଜେଡି
author img

By

Published : Nov 25, 2020, 4:20 PM IST

ସୁବର୍ଣ୍ଣପୁର: ସହରରେ ଫେଲ ମାରିଛି ସ୍ବଚ୍ଛତା ଅଭିଯାନ । ସୁବର୍ଣ୍ଣପୁରରେ ସଦର ପୌର ପରିଷଦ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି । ଏଠାରେ ସ୍ବଚ୍ଛତା ଅଭିଯାନ ଫେଲ ମାରିଥିବା ବେଳେ ସଫେଇ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଟାଉନ ବିଜେଡି । ଏପରିକି ସହରରେ ଚାଲୁଥିବା ଅଧିକାଂଶ ଉନ୍ନୟନ ପ୍ରକଳ୍ପଗୁଡିକର କାର୍ଯ୍ୟ ବନ୍ଦ ହୋଇ ପଡିଥିବା ବେଳେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ତେବେ ପୌର ପରିଷଦ ସହରର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ଉପରେ ଆଦୌ ଧ୍ୟାନ ଦେଉ ନଥିବା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

ସୁବର୍ଣ୍ଣପୁରରେ ଫେଲ ସ୍ବଚ୍ଛତା ଅଭିଯାନ, ଅସନ୍ତୋଷ ବିଜେଡି

ଜିଲ୍ଲା ଟାଉନ ବିଜେଡି ଜନ୍ମେଜୟ ପାତ୍ରଙ୍କ ନେତୃତ୍ବରେ ବିଜେଡି କର୍ମୀମାନେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି କାର୍ଯ୍ୟଗୁଡିକ ତ୍ବରାନ୍ବିତ କରିବା ସହିତ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ତେବେ ମାସକ ଭିତରେ ବିଜେଡି ପକ୍ଷରୁ ହୋଇଥିବା ଦାବି ପୂରଣ କରାଯିବ ବୋଲି ପୌର ପରିଷଦ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.