ETV Bharat / state

ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ଚେଇଁ ଶୋଇଛି ପୋଲିସ

author img

By

Published : Mar 21, 2021, 7:36 AM IST

ପୋଲିସର ନାକତଳେ ଟ୍ରାଫିକ ଜାମ। ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲା ଆମ୍ବୁଲାନ୍ସ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ବିରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଛକ ନିକଟରେ । ଅଧିକ ପଢନ୍ତୁ...

ଟ୍ରାଫିକ ଜାମରୁ ଫସି ରହିଲା ଆମ୍ବୁଲାନ୍ସ, ପୋଲିସ ନୀରବ

ସୁବର୍ଣ୍ଣପୁର:ପୋଲିସର ନାକତଳେ ଟ୍ରାଫିକ ଜାମ । ଅଧଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲା ଆମ୍ବୁଲାନ୍ସ । ଦେଖଣାହାରୀ ସାଜିଲା ପୋଲିସ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଛକ ନିକଟରେ। ଗୋଟିଏ ପଟେ ଠିକ ଛକ ନିକଟରେ ଟୋଲଗେଟ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି।

ଗୋଟିଏ ପଟେ ସୁବର୍ଣ୍ଣପୁରରୁ ସମ୍ବଲପୁର ଓ ବିରମହାରାଜପୁରକୁ ସଂଯୋଗ କରୁଥିବା 15 ନମ୍ବର ଜାତୀୟ ରାଜପଥରେ ଭାରି ଯାନ ବାହନ ଯାଉଥିବା ବେଳେ ଅନ୍ୟପଟେ ହିକୁଡିଠୁ ଧର୍ମଶାଳାକୁ ସଂଯୋଗ କରୁଥିବା ବାଏପାସ ରାସ୍ତାରେ ବି ଭାରୀ ଯାନ ବାହନ ଯାଉଛି । ଫଳରେ ପ୍ରତ୍ୟେକ ଦିନ ଟ୍ରାଫିକ ସମାସ୍ୟା ଦେଖା ଦେଉଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଠିକ ଛକ ନିକଟରେ ଧର୍ମଶାଳା ଫାଣ୍ଡି ରହିଛି, କିନ୍ତୁ ଫାଣ୍ଡି ଅଧିକାରୀଙ୍କ ନଜର ନାହିଁ ।

ଏନେଇ ଅନେକ ଲୋକ ଅଭିଯୋଗ କଲେ ବି ନିଦାବିଷ୍ଣୁ ସାଜିଛି ପୋଲିସ ପ୍ରଶାସନ। ଶେଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥିଙ୍କ ସହିତ ଯୋଗାଯୋଗ କରିବାରୁ ସେଠାରେ କିଛି ପୋଲିସ ମୁତୟନ କରି ଶିଘ୍ର ଏ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.