ETV Bharat / state

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି

author img

By

Published : Dec 13, 2022, 7:07 PM IST

ସୋନପୁର ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି

ସୁବର୍ଣ୍ଣପୁର : ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଦାବି । ଟ୍ରେଡ ୟୁନିୟନ ସମନ୍ବୟ ସମିତି ଏହି ଦାବି କରିଥିବା ବେଳେ ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

2023 ମସିହା ମାର୍ଚ୍ଚ ସୁଦ୍ଧା ଏହି ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ବଲାଙ୍ଗୀର ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ । ଯାହା ବର୍ତ୍ତମାନ ସଂପୂର୍ଣ୍ଣ ହେବାର ସମ୍ଭାବନା ନାହିଁ ବୋଲି ଅଭିଯୋଗ କରିଛି ଟ୍ରେଡ ୟୁନିୟନ ସମନ୍ବୟ ସମିତି । ତେବେ ଏହାର ସମୀକ୍ଷା କରାଯାଇ ଏହି ରେଳ ପ୍ରକଳ୍ପ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ଦୃଢ ଦାବି ହୋଇଛି । ସେହିପରି ସମ୍ବଲପୁର-ବ୍ରହ୍ମପୁର ରେଳ ପ୍ରକଳ୍ପ ଉଲୁଣ୍ଡା ,ସୁବର୍ଣ୍ଣପୁର ,କଣ୍ଟାମାଳ ,ଗୋଛାପଡା ,ଫୁଲବାଣୀ , ଭଂଜନଗର ଓ ଆସିକା ଦେଇ ବ୍ରହ୍ମପୁର ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ଦାବି ହୋଇଛି ।

ପୂର୍ବରୁ ଟ୍ରେଡ ୟୁନିୟନ ଓ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବତନ ରେଳମନ୍ତ୍ରୀଙ୍କୁ କୁହାଯାଇଥିବା ବେଳେ ବର୍ତ୍ତମାନ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଛି । ସମ୍ବଲପୁର-ବ୍ରହ୍ମପୁର ରେଳ ପ୍ରକଳ୍ପ ରେଢାଖୋଲରୁ ବୌଦ୍ଧ ଦେଇ ନିର୍ମାଣ ନ କରାଯାଇ ଉଲୁଣ୍ଡା, ସୁବର୍ଣ୍ଣପୁର ଓ କଣ୍ଟାମାଲ ଦେଇ ନିର୍ମାଣ କଲେ ବୌଦ୍ଧ ଜିଲ୍ଲାର ଏକ ପାହାଡିଆ ଓ ଆଦିବାସୀ ଅଞ୍ଚଳର ଲୋକେ ଗମନା ଗମନର ସୁବିଧା ହାସଲ କରି ପାରିବେ ବୋଲି ଦାବି ହୋଇଛି । ତେବେ ଦାବି ପୂରଣ ପାଇଁ ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.