ସୁବର୍ଣ୍ଣପୁର : ସଦର ଟାଉନ ଥାନା ପୋଲିସ ତିନି ଜଣ ମଦ୍ୟପ ଡ୍ରାଇଭର ଓ ବାଇକ ଆରୋହୀକୁ ଆଜି କୋର୍ଟ ଚାଲାଣ କରିଛି । ବୁଧବାର ଚାରି ଚକିଆ ଗାଡ଼ିର ଦୁଇ ଜଣ ଡ୍ରାଇଭର ଓ ଜଣେ ବାଇକ ଆରୋହୀ ମଦ ପିଇ ବେପରୁଆ ଭାବେ ୫୭ ନମ୍ବର ସୁବର୍ଣ୍ଣପୁର-ବଲାଙ୍ଗୀର ଜାତୀୟ ରାଜପଥରେ ଗାଡି ଚଲାଉଥିଲେ । ଏ ସମ୍ପର୍କରେ ଜଣା ପଡ଼ିବା ପରେ ହରଡଖୋଲ ଛକରେ ଚାରି ଚକିଆ ଗାଡି ଓ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ ।
ସେଠାରେ ବାଇକ ଚାଳକ ଓ ଡ୍ରାଇଭର ଦ୍ବୟଙ୍କ ମେଡିକାଲ ରିପୋର୍ଟରେ ଆଲକୋହଲ ଇନଟେକ ବୋଲି ଜଣାପଡିବା ପରେ ଗାଡି ଗୁଡ଼ିକୁ ଜବତ କରିବା ସହିତ ମଦ୍ୟପ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡାର ଅଭୟ କୁମାର ଜେନା, ବଲାଙ୍ଗୀରର ବୁଲୁ ବଗର୍ତ୍ତି ଓ ତରଭା ବ୍ଳକର କୁଶଳେଶ୍ବର ସାହୁ । ତେବେ ଦିନକୁ ଦିନ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ବଢି ବଢି ଚାଲିଥିବା ବେଳେ ପୋଲିସ ମଦ୍ୟପ ଡ୍ରାଇଭରଙ୍କ ଉପରେ ଅଂକୁଶ ଲଗାଇବାକୁ ବ୍ୟାପକ ଚେକିଂ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର