ETV Bharat / state

ବେଆଇନ ଦେଶୀ ମଦ କାରବାରରେ 3 ଗିରଫ - ସୁବର୍ଣ୍ଣପୁର ଅବକାରୀ ବିଭାଗ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ସଦର ବ୍ଲକର ବଲାଡି ଗାଁରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ଜବତ ସହ 3 ଗିରଫ । ଅଧିକ ପଢନ୍ତୁ...

ବେଆଇନ ଦେଶୀ ମଦ କାରବାରରେ 3ଜଣ ଗିରଫ
ବେଆଇନ ଦେଶୀ ମଦ କାରବାରରେ 3ଜଣ ଗିରଫ
author img

By

Published : Jun 5, 2021, 10:34 AM IST

ସୁବର୍ଣ୍ଣପୁର: ଲକଡାଉନର ସୁଯୋଗ ନେଇ ଉତ୍ପାତ ମଚାଉଛନ୍ତି ଦେଶୀମଦ ବେପାରୀ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ସଦର ବ୍ଲକର ବଲାଡି ଗାଁରେ ଚଢାଉ କରାଯାଇ ବ୍ୟାପକ ପରିମାଣରେ ବେଆଇନ ଦେଶୀ ମଦ ଜବତ ସହ 3 ମଦ ବେପାରୀଙ୍କୁ ଗିରଫ କରାଯାଇଛି । ତେବେ ଅବକାରୀ ବିଭାଗ ସହିତ ଏନଫୋରସମେଣ୍ଟ ଏଣ୍ଡ ଇନଟେଲିଜେନସ୍ ବ୍ୟୁରୋ ସମ୍ବଲପୁରର କର୍ମଚାରୀମାନଙ୍କ ସହିତ ମାଜିଷ୍ଟ୍ରେଟ ଭାବେ ସଦର ଅତିରିକ୍ତ ତହସିଲଦାର ସାମିଲ ହୋଇ ବିଭିନ୍ନ ଯାଗାରେ ଚଢାଉ କରାଯାଇଥିଲା ।

ବେଆଇନ ଦେଶୀ ମଦ କାରବାରରେ 3ଜଣ ଗିରଫ

ଏହି ଚଢାଉରେ ଜିଲ୍ଲା ପୋଲିସ ବିଭାଗର ଏପିଆର କର୍ମଚାରୀମାନେ ବି ସାମିଲ ହୋଇ ବେପାରୀମାନଙ୍କୁ ଗିରଫ କରିବାରେ ସଫଳତା ପାଇଛନ୍ତି । ବଲାଡି ଗାଁର ସୁରୁବାଲି ବାଗଙ୍କ ପାଖରୁ 120 ଲିଟର ଦେଶୀ ମଦ ପାଉଚ ,ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କ ପାଖରୁ 15 ଲିଟର ଓ ପୂର୍ଣ୍ଣ ମହାନନ୍ଦଙ୍କ ପାଖରୁ 30 ଲିଟର ଦେଶୀ ମଦ ଜବତ କରାଯିବା ସହିତ ମଦ ବେପାରୀମାନଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିଲା ଅବକାରୀ ଇନସପେକ୍ଟର ରାଧାକାନ୍ତ ଭୋଇ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.