ETV Bharat / state

ତୃତୀୟ ଦେଶଫାଲ ମହୋତ୍ସବ ଉଦଘାଟିତ: ଡାଲଖାଇ-ରସରକେଲିରେ ଝୁଲିଲେ ଦର୍ଶକ

ସୁବର୍ଣ୍ଣପୁର ଜିଲ୍ଲାର ଧର୍ମଶାଳାଠାରେ ଉଦଘାଟିତ ହୋଇଯାଇଛି ତୃତୀୟ ଦେଶଫାଲ ମହୋତ୍ସବ-2022 । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଗୀତ ସହିତ ପଶ୍ଚିମ ଓଡିଶାର ଲୋକନୃତ୍ୟ ରସରକେଲି,ଡାଲଖାଇ ,ମାଏଲାଜଡ ,ଚୁଟକୁଚୁଟା ଆଦି ଲୋକନୃତ୍ୟ ପରିବେଷଣ ହୋଇଥିଲା ।

ତୃତୀୟ ଦେଶଫାଲ ମହୋତ୍ସବ-2022 ଉଦଘାଟିତ
ତୃତୀୟ ଦେଶଫାଲ ମହୋତ୍ସବ-2022 ଉଦଘାଟିତ
author img

By

Published : Mar 17, 2022, 11:37 AM IST

ସୁବର୍ଣ୍ଣପୁର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଗତକାଲି ସନ୍ଧ୍ୟାରେ ଜିଲ୍ଲାର ଧର୍ମଶାଳାଠାରେ ଉଦଘାଟିତ ହୋଇଯାଇଛି ତୃତୀୟ ଦେଶଫାଲ ମହୋତ୍ସବ-2022। ତିନିଦିନ ଧରି ଆୟୋଜିତ ହେଉଥିବା ଏହି ମହୋତ୍ସବରେ ପ୍ରଫେସର ପ୍ରଫୁଲ୍ଲ କୁମାର ରଥ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗଡଜାତ ଶାସନ ଅମଳରେ ଏହି ଅଂଚଳର ଲୋକ ସଂସ୍କୃତି ,ଲୋକ କଳା ତାର ଉତ୍କର୍ଷ ଛୁଇଁଥିବା ବେଳେ ଏହାକୁ ବଞ୍ଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ଦିଗରେ ସଭିଏଁ ଯତ୍ନବାନ ହେବାକୁ କହିଥିଲେ। ଉଦଘାଟନୀ ସଭା ଶେଷ ହେବା ପରେ ଉତ୍କଳୀୟ ନୃତ୍ୟ ବା ଓଡିଶୀ ନୃତ୍ୟ ଓ ଗୀତରେ ମହାପାର୍ବଣର ଆସର ଆରମ୍ଭ ହୋଇଥିଲା।

ତୃତୀୟ ଦେଶଫାଲ ମହୋତ୍ସବ-2022 ଉଦଘାଟିତ

ତେବେ ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀର ନଟରାଜ କଳାମନ୍ଦିରର କଳାକାରମାନେ ଓଡିଶୀ ନୃତ୍ୟରେ କୋଣାର୍କର ଗର୍ବଗୌରବର ଗାଧା ପରିବେଷଣ କରିଥିଲେ। ପରେ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ । ଶେଷ ପର୍ଯ୍ୟାୟରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର କଳାକାର ମାନେ ବଜାଶାଲ ନୃତ୍ୟ ପରିବେଷଣ କରିଥିଲେ।

ବଜାଶାଲ ସହିତ ପଶ୍ଚିମ ଓଡିଶାର ଲୋକନୃତ୍ୟ ରସରକେଲି ,ଡାଲଖାଇ ,ମାଏଲାଜଡ, ଚୁଟକୁଚୁଟା ଆଦି ଲୋକନୃତ୍ୟରେ ବିଳମ୍ବିତ ରାତ୍ରୀଯାଏଁ କଳାକାରମାନେ ଦେଖଣାହାରୀଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ପ୍ରାୟ ଦୁଇ ବର୍ଷ ପରେ ଏହି ମହୋତ୍ସବରେ ସାମିଲ ହୋଇ ଦେଖଣାହାରୀ ଯେତିକି ମନୋରଞ୍ଜଜନ ନେଇଥିଲେ କଳାକାରମାନେ ବି ବେଶ ଖୁସି ବ୍ୟକ୍ତ କରିଥିଲେ ।ତେବେ ମହାମାରୀର ପ୍ରଭାବ ପରେ ଏହି ଦେଶଫାଲ ମହୋତ୍ସବ ଆୟୋଜକ କମିଟିକୁ ଦେଖଣାହାରୀମାନେ ବେଶ ପ୍ରଶଂସା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.