ETV Bharat / state

ନାହିଁ ମନ୍ଦିର; ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ମହାକାଲେଶ୍ବର

ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧଦିନ ହେବ ମହାକାଲେଶ୍ବର ବାବାଙ୍କ ମନ୍ଦିରର ପୁନଃରୁଦ୍ଧାର କରାଯାଇ ପାରି ନାହିଁ । ଅନେକ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପର୍ବାଣୀ ହେଉଥିବା ବେଳେ କିଛି ମନ୍ଦିରରେ ପୂଜା ବନ୍ଦ ହୋଇଯାଇଛି । ଅନେକ ସ୍ଥାନରେ ଦୁର୍ବଳ ହେଲାଣି ମନ୍ଦିରର ସ୍ଥିତି । ଏପରି ସ୍ଥଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ମହାକାଲେଶ୍ବର
ମହାକାଲେଶ୍ବର
author img

By

Published : Dec 2, 2019, 4:57 AM IST

Updated : Dec 2, 2019, 6:56 AM IST

ସୁବର୍ଣ୍ଣପୁର: ମନ୍ଦିର ମାଳିନୀ ସହର ସୁବର୍ଣ୍ଣପୁର । ଏହି ଐତିହାସିକ ମାଟିରେ ଶହଶହ ମନ୍ଦିର ପ୍ରତିଷ୍ଠିତ ହୋଇଛି । ଅନେକ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପର୍ବାଣୀ ହେଉଥିବା ବେଳେ କିଛି ମନ୍ଦିରରେ ପୂଜା ବନ୍ଦ ହୋଇଯାଇଛି । ଖାଲି ଏତିକି ନୁହେଁ ପ୍ରାୟ ପଞ୍ଚମ ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିବା ବହୁ ମନ୍ଦିର ଏବେ ଭଗ୍ନ ଅବସ୍ଥାରେ । କେଉଁଠି ମନ୍ଦିରର ସ୍ଥିତି ଦୁର୍ବଳ ଅବସ୍ଥାରେ ଥିବା ବେଳେ କେଉଁଠି ମନ୍ଦିର ନଥିବାରୁ ଭଗବାନ ଖୋଲା ଆକାଶ ତଳେ ପୂଜା ପାଉଛନ୍ତି । ଜିଲ୍ଲାର ଏମିତି ଏକ ଦୃଶ୍ୟ ଏବେ ସମସ୍ତଙ୍କୁ ବିଚଳିତ କରୁଛି ।

ଘଟଣାଟି ହେଉଛି ଏମିତି ଆଜକୁ ପାଞ୍ଚ ଦଶନ୍ଧିରୁ ଅଧିକ ଦିନ ହେଲା ମହାକାଲେଶ୍ବର ବାବାଙ୍କ ମନ୍ଦିରର ପୁନଃରୁଦ୍ଧାର କରାଯାଇ ପାରି ନାହିଁ । ତ୍ରୀ-କୋଣୀୟ ଭାବେ ବାବା ମହା କାଲେଶ୍ବର, ଶୋଭେଶ୍ବର ଓ କୋଶଳେଶ୍ବର ବାବାଙ୍କ ପାଇଁ ଗୋଟିଏ ଜାଗାରେ ହିଁ ମନ୍ଦିର ନିର୍ମାଣ ହୋଇଥିଲା । ହେଲେ 1967 ମସିହାରେ ତେଲ ନଦୀର ପ୍ରଖର ବନ୍ୟାରେ ବାବା କାଲେଶ୍ବର ମନ୍ଦିର ନଦୀ ଗର୍ଭରେ ବିଲୀନ ହୋଇଯାଇଛି। ।

ନାହିଁ ମନ୍ଦିର; ଖୋଲା ଆକାଶ ତଳେ ପୂଜା ପାଉଛନ୍ତି ମହାକାଲେଶ୍ବର

ସେହଦିନ ଠାରୁ ହରଡଖୋଲ ଛକ ଠାରୁ ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ ବୈଦନାଥ ଗ୍ରାମରେ ଥିବା ଶୈବପୀଠରେ କୋଶଳେଶ୍ବର ଓ ଶୋଭେଶ୍ବର ପୂଜା ପାଉଥିବା ବେଳେ ବାବା ମହା କାଲେଶ୍ବର ଅବସ୍ଥାନ କରିଛନ୍ତି ଖୋଲା ଆକାଶ ତଳେ । ଯାହା ଭକ୍ତଙ୍କୁ ଦାରୁଣ ଦୁଃଖ ଦେଉଛି । ଏହି ପ୍ରାଚୀନ ଶୈବ ପୀଠରେ ବର୍ଷର ସବୁ ସମୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷକରି ଶ୍ରାବଣ, କାର୍ତ୍ତିକ, ମାଘ ଆଦି ପୂଣ୍ୟ ମାସରେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥାନ୍ତି ଶୈବ କୃପା ଲାଭ କରିବାକୁ । ଗୋଟିଏ ସ୍ଥାନରେ ମହା କାଲେଶ୍ବର, ଶୋଭେଶ୍ବର ଓ କୋଶଳେଶ୍ବରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଇଥାନ୍ତି ଭକ୍ତମାନେ ।

କଣ ରହିଛି ବିଧିବ୍ୟବସ୍ଥା...

ଜିଲ୍ଲା ଦେବୋତ୍ତର ବିଭାଗ ଅଧୀନରେ ରହିଛି ଏହି ଶୈବ ପୀଠତ୍ରୟ । ପୂଜା ଆରାଧନା ପାଇଁ ଗଡଜାତ ଶାସନ ଅମଳରୁ ପୂଜକମାନଙ୍କ ପୂଜାସେବା ଓ ଇଶ୍ବରଙ୍କ ଦୈନନ୍ଦିନ ପୂଜା ପାଇଁ ଜମି ଜମାର ବ୍ୟବସ୍ଥା କରାଯାଇଛି । ହେଲେ ମନ୍ଦିରର ରକ୍ଷଣା ବେକ୍ଷଣ ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗ ଦାଇତ୍ବ ନେଇଛି । ଏହି ପ୍ରାଚୀନ ମନ୍ଦିରର ସୁରକ୍ଷା ପାଇଁ ଅତୀତରେ କିଛି କାର୍ଯ୍ୟ ବି ହୋଇଛି । ହେଲେ 1967ରେ ତେଲ ନଦୀର ଭୟଙ୍କର ବନ୍ୟା ଯୋଗୁଁ ନଦୀକୂଳରେ ଥିବା ବାବା କାଲେଶ୍ବରଙ୍କ ମନ୍ଦିର ଧ୍ବଂସ ହୋଇ ଯିବା ପରେ ଏହାର ପୁନଃନିର୍ମାଣ ଆଉ ହୋଇପାରି ନାହିଁ । ସେହିପରି କୋଶଳେଶ୍ବର ମନ୍ଦିରର କେବଳ ପ୍ରାଚୀନ ମୁଖଶାଳାଟି ଥିବାବେଳେ ମନ୍ଦିରର ଅନ୍ୟ ଭାଗ ସବୁ ପ୍ରାୟ ଭାଙ୍ଗି ଗଲାଣି । କୋଶଳେଶ୍ବର ମନ୍ଦିରର ରକ୍ଷଣା ବେକ୍ଷଣ ସହିତ କାଲେଶ୍ବର ମନ୍ଦିରର ପୁନଃନିର୍ମାଣ ପାଇଁ ଦଶନ୍ଧି ଦଶନ୍ଧି ଧରି ଦାବି ହେଉଥିବା ବେଳେ ମନ୍ଦିର ନିର୍ମାଣ ପାଇଁ କେହି ଆଗ୍ରହ ଦେଖାଉ ନାହାଁନ୍ତି ।

କ’ଣ ହୁଏ ଇତିହାସ...

ଗବେଷକଙ୍କ ମତ ଅନୁସାରେ ପ୍ରାୟ ପଞ୍ଚମ ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏହି ମନ୍ଦିର ବୈଦନାଥ ମନ୍ଦିର । ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ ତନ୍ତ୍ର ତାର କାୟା ବିସ୍ତାର କରିଥିବା ବେଳେ ଏହି ମନ୍ଦିର ତ୍ରୟ ବୌଦ୍ଧପୀଠ ଥିଲା ବୋଲି ଗବେଷକ କୁହନ୍ତି । ପ୍ରାୟ ଅଷ୍ଟମ ଶତାଦ୍ଦୀର ମଧ୍ୟ ଭାଗରେ ଏହା ଶୈବ ପୀଠରେ ପରିଣତ ହୋଇଥିବା ଇତିହାସରେ ବର୍ଣ୍ଣିତ ହୋଇଛି । ରାଜା ଜନ୍ମେଜୟ ମହାଭଵଗୁପ୍ତଙ୍କ ଅମଳରୁ ଏହି ଶୈବପୀଠ ତ୍ରୟରେ ମହା କାଲେଶ୍ବର, ଶୋଭେଶ୍ବର ଓ କୋଶଳେଶ୍ବର ପୂଜା ପାଇ ଆସୁଛନ୍ତି । ଲାଲ ପଥରରେ କଳିଙ୍ଗ ଶୈଳୀରେ ତିଆରି ହୋଇଛି ଏହି ପ୍ରାଚୀନ ଶୈବ ପୀଠ । କାରୁ କାର୍ଯ୍ୟପୂର୍ଣ୍ଣ କୋଶଳେଶ୍ବରଙ୍କ ମନ୍ଦିର ଦେଖିଲେ ଦେହ ମନରେ ଶିହରଣ ଖେଳିଯାଏ । ବିଭିନ୍ନ ପ୍ରକାରର ପ୍ରାଚୀନ ହିନ୍ଦୁ ଦେବଦେବୀଙ୍କ ପ୍ରତିମୂର୍ତ୍ତୀରେ ଆଖି ଲାଖିରହେ ।

ସୋମବଂଶୀଙ୍କ ଏହି ଅକ୍ଷୟ କୀର୍ତ୍ତିର ପୁନଃନିର୍ମାଣ ସହିତ ଏବେକାର ଅବସ୍ଥିତ ମନ୍ଦିର ତ୍ରୟର ରକ୍ଷଣା ବେକ୍ଷଣ ପାଇଁ ସରକାର ଓ ଶ୍ରଦ୍ଧାଳୁ ମିଳିତ ଭାବେ ଆଗେଇ ଆସିବା ଜରୁରୀ ହୋଇ ପଡିଛି । ନଚେତ ଦିନେ ଏହି ସବୁ ଐତିହାସିକ ଶୈବପୀଠ ଇତିହାସ ପାଲଟିଯିବ ଏଥିରେ ସନ୍ଦେହ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Dec 2, 2019, 6:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.