ETV Bharat / state

ବିତିଛି 17 ଦିନ, ସ୍ବଧାର ଗୃହରୁ ଫେରାର ଯୁବତୀଙ୍କ ମିଳୁନି ପତ୍ତା

ସ୍ବଧାର ଗୃହରୁ ଫେରାର ତରଭା ସହରର ଆଶ୍ରୀତା ଉଜ୍ଜଳା ନାମକ ଯୁବତୀଙ୍କ ମିଳୁନି ପତ୍ତା । ଆଜକୁ ଦୁଇ ସପ୍ତାହ ହେଲା ପୋଲିସ ଯୁବତୀଙ୍କୁ ଖୋଜି ପାଉନି । ଫଳରେ ଯୁବତୀଙ୍କୁ ତୁରନ୍ତ ଖୋଜି ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଯୁବତୀଙ୍କ ବାପା ମା’। ଅଧିକ ପଢନ୍ତୁ...

author img

By

Published : Aug 10, 2021, 2:37 PM IST

ଆଜକୁ 17 ଦିନ, ହେଲେ ସୁଧାର ଗୃହରୁ ଫେରାର ଯୁବତୀଙ୍କ ମିଳୁନି ପତ୍ତା

ସୁବର୍ଣ୍ଣପୁର: ସ୍ବଧାର ଗୃହରୁ ଫେରାର ତରଭା ସହରର ଆଶ୍ରିତା ଉଜ୍ଜଳା ନାମକ ଯୁବତୀଙ୍କ ମିଳୁନି ପତ୍ତା । ଆଜକୁ ଦୁଇ ସପ୍ତାହ ହେଲା ପୋଲିସ ଯୁବତୀଙ୍କୁ ଖୋଜି ପାଉନି । ଫଳରେ ଯୁବତୀଙ୍କୁ ତୁରନ୍ତ ଖୋଜି ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଯୁବତୀଙ୍କ ବାପା ମା’। ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ନିରାଶ ହେବା ପରେ ପରିବାର ବର୍ଗ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ଯୁବତୀ ଜଣକ ଅନ୍ୟାନ୍ୟ ଅନ୍ତେବାସୀମାନଙ୍କ ସହଯୋଗରେ ଗତ ଜୁଲାଇ 24 ତାରିଖରେ ସ୍ବଧାର ଗୃହର ଝରକା ଦେଇ ରାତିରେ କୁଆଡ଼େ ଫେରାର ହୋଇଯାଇଥିଲେ ।

ଏନେଇ ସ୍ବଧାର ଗୃହର ପ୍ରକଳ୍ପ ନିର୍ଦ୍ଦେଶିକା କବିତା ସେଠୀ ତରଭା ଥାନାରେ ଲିଖିତ ଏତଲା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗତ ଜୀବନ ପଟେଲଙ୍କ ନେତୃତ୍ବରେ ଏକ ପୋଲିସ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଯୁବତୀଙ୍କ ପତ୍ତା ଏଯାଏଁ ମିଳି ପାରିନାହିଁ । ଯୁବତୀଙ୍କୁ ତାଙ୍କ ବାପା ମା ବିବାହ ଦେଇଥିଲେ । ହେଲେ ବିବାହ ପରେ ଯୁବତୀଜଣକୁ ତାଙ୍କ ପୂର୍ବତନ ପ୍ରେମିକ ଜୋର ଜବରଦସ୍ତ ନେଇଯାଇଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ଯୁବତୀକୁ ଖୋଜି ଆଣି ସ୍ବଧାର ଗୃହରେ ରଖିଥିଲେ । ହେଲେ ଆଜକୁ 17 ଦିନ ହେଲା ଯୁବତୀ ଜଣକ ସୁଧାର ଗୃହରୁ ଫେରାର ମାରିଥିବା ବେଳେ ତାଙ୍କ ପତ୍ତା ଏଯାଏଁ ମିଳିନାହିଁ ।

ଯୁବତୀଙ୍କୁ ଖୋଜି ଆଣିବା ପାଇଁ ବାପା ମା ଜିଲ୍ଲା ପ୍ରଶାସନ ପାଖରେ ଆକୁଳ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.