ETV Bharat / state

ବନ ବିଭାଗର ଚିକିତ୍ସା ସତ୍ତ୍ବେ ହରିଣ ମୃତ - ବନ ବିଭାଗ

ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ । ଶିକାର ଉଦ୍ଦେଶ୍ୟରେ କେହି ହରିଣକୁ ଆକ୍ରମଣ କରିଥିବା ନେଇ ବନ ବିଭାଗର ଅନୁମାନ । ବନ ବିଭାଗର ଚିକିତ୍ସା ସତ୍ତ୍ବେ ହରିଣ ମୃତ । ଶବ ବ୍ୟବଚ୍ଛେଦ ରିପୋର୍ଟ ବନ ବିଭାଗର ତଦନ୍ତରେ ସହାୟକ ହେବ । ଅଧିକ ପଢନ୍ତୁ ...

ବନ ବିଭାଗର ଚିକିତ୍ସା ସତ୍ବେ ହରିଣ ମୃତ
ବନ ବିଭାଗର ଚିକିତ୍ସା ସତ୍ବେ ହରିଣ ମୃତ
author img

By

Published : May 1, 2021, 5:39 PM IST

ସୁବର୍ଣ୍ଣପୁର: ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କଲା ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କେଲଗାଁ ନଦୀ କୂଳରୁ ଏକ ହରିଣକୁ ଉଦ୍ଧାର କରାଯାଇଛି । ନଦୀ କୂଳରେ ଆହତ ଅବସ୍ଥାରେ ଏକ ହରିଣ ପଡିଥିବାର ଲୋକେ ଦେଖି ବୀରମହାରାଜପୁର ବନ ବିଭାଗକୁ ଖବର ଦେଇଥିଲେ । ଆହତ ହରିଣକୁ ବନବିଭାଗ ଉଦ୍ଧାର କରି ଚିକିତ୍ସା ପାଇଁ ନେବାବେଳେ ହରିଣର ମୃତ୍ୟୁ ହୋଇଥିଲା ।

ବନ ବିଭାଗର ଚିକିତ୍ସା ସତ୍ବେ ହରିଣ ମୃତ
ବନ ବିଭାଗର ଚିକିତ୍ସା ସତ୍ବେ ହରିଣ ମୃତ

ଶିକାର ଉଦ୍ଦେଶ୍ୟରେ କେହି ହରିଣକୁ ଆକ୍ରମଣ କରିଥିବା ନେଇ ଅନୁମାନ କରୁଛି ବନ ବିଭାଗ । ବୀରମହାରାଜପୁର ରେଞ୍ଜର ଅବିନାଶ ବରିହା ଓ ଫରେଷ୍ଟେର କବିତା ପାତ୍ରଙ୍କ ଉପସ୍ଥିତିରେ ପ୍ରାଣୀ ଚିକିତ୍ସକ ହରିଣର ଶବ ବ୍ୟବଚ୍ଛେଦ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ବନ ବିଭାଗର ତଦନ୍ତରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । ପରେ ହରିଣକୁ ପୋତି ଦିଆଯାଇଥିବା ନେଇ ବୀରମହାରାଜପୁର ରେଞ୍ଜର ସୂତନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.