ETV Bharat / state

ଅର୍ଥ ଅଭାବ, ଅସନ୍ତୋଷରେ ମନ୍ଦିର ସେବାୟତ - ମନ୍ଦିର ସେବାୟତ

ଅର୍ଥ ଅଭାବକୁ ନେଇ ସୁବର୍ଣ୍ଣପୁର ସହରର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅର୍ଥ ଅଭାବ, ଅସନ୍ତୋଷରେ ମନ୍ଦିର ସେବାୟତ
ଅର୍ଥ ଅଭାବ, ଅସନ୍ତୋଷରେ ମନ୍ଦିର ସେବାୟତ
author img

By

Published : Jul 11, 2021, 6:55 PM IST

ସୁବର୍ଣ୍ଣପୁର: ଜିଲ୍ଲାର ସହରର ମନ୍ଦିରଗୁଡିକର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ସହରରେ ଅଷ୍ଟୋତ୍ତର 108 ମନ୍ଦିର ରହିଥିବାବେଳେ ସେବାୟତମାନେ ସେବା ପୂଜା ପାଇଁ ଆବଶ୍ୟକ ଅର୍ଥ ପାଉନାହାନ୍ତି । ବାରମ୍ବାର ଦେବୋତ୍ତର ବିଭାଗ ପାଖରେ ଦାବି କରୁଥିଲେ ମଧ୍ୟ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

ଅର୍ଥ ଅଭାବ, ଅସନ୍ତୋଷରେ ମନ୍ଦିର ସେବାୟତ

ଦେବାଦେବୀଙ୍କର ଦୈନନ୍ଦିନ ନୀତିକାନ୍ତି ଓ ଭୋଗ ଲାଗି ପ୍ରତି ମନ୍ଦିର ପାଇଁ ଦୈନିକ 400ରୁ 500 ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସେବାୟତମାନେ ଦିନକର ଖର୍ଚ୍ଚରେ ମାସେ ବ୍ୟାପି ସେବା ପୂଜା କରିବା ସହିତ ମନ୍ଦିର ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ଗଡଜାତ ଶାସନ ଅମଳରୁ ଚୌହାନ ରାଜାମାନେ ପ୍ରତିଟି ମନ୍ଦିରର ନୀତିକାନ୍ତି ଓ ପରିଚାଳନା ପାଇଁ ବ୍ୟାପକ ଭୂସଂପତ୍ତିର ବ୍ୟବସ୍ଥା କରିଥିଲେ ।

ହେଲେ ଦେବୋତ୍ତର ଅଧୀନରେ ଥିବା ଭୂସଂପତ୍ତିର ଅଧିକାଂଶ ଜବର ଦଖଲରେ ଥିବାରୁ ଦେବୋତ୍ତର ବିଭାଗ ଆବଶ୍ୟକ ରାଜସ୍ବ ପାଉନାହିଁ । ଫଳରେ ଦଶନ୍ଧି ଦଶନ୍ଧି ଧରି ନିର୍ଦ୍ଧାରିତ ହୋଇଥିବା ପାଉଣାରେ ସେବାୟତମାନେ ପୂଜା ସେବା ଓ ମନ୍ଦିର ପରିଚାଳନା କରିବାକୁ ପଡୁଥିବା ଅଭିଯୋଗ ହେଉଛି ।

ତେବେ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନ ଥିବାରୁ ସେବାୟତମାନଙ୍କ ଭିତରେ ଯାନିଯାତ୍ରା ଓ ପର୍ବପର୍ବାଣିଗୁଡିକରେ ଅସନ୍ତୋଷ ଦେଖିବାକୁ ମିଳୁଛି । ତେବେ ରାଜୁଡା ଅମଳରୁ ଥିବା ପର୍ଯ୍ୟାପ୍ତ ଭୂସଂପତ୍ତିର ସଠିକ ପରିଚାଳନା କରାଗଲେ ସେବାୟତମାନଙ୍କ ପାରିଶ୍ରମିକ ଓ ମନ୍ଦିର ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.