ETV Bharat / state

ସୁବର୍ଣ୍ଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Jan 5, 2021, 12:46 PM IST

ଜିଲ୍ଲାରେ ଜଣେ ଯୁବତୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Suspect death of young lady in Subarnapur
ସୁବର୍ଣ୍ଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ସୁବର୍ଣ୍ଣପୁର: ଜିଲ୍ଲାର ମଝିପଡ଼ାରେ ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଯୁବତୀଙ୍କ ମୃତଦେହର ଗଳା ଚାରି ପାଖରେ କଳା ଦାଗ ଦେଖିବାକୁ ମିଳିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସୁବର୍ଣ୍ଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ପରିବାର ବର୍ଗ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀର ଗଳା ଚାରି ପାଖରେ କଳା ଦାଗ ରହିଥିବା ଦେଖିବାକୁ ମିଳିଛି । ତେବେ ଯୁବତୀଙ୍କ ମୃ୍ତ୍ୟୁର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ମୃତ ଯୁବତୀଙ୍କୁ 20 ବର୍ଷ ହୋଇଥିବା ବେଳେ ସେ ଶାନ୍ତ ସ୍ବଭାବର ବୋଲି ପରିବାର ବର୍ଗ କହିଛନ୍ତି । ସେପଟେ ଯୁବତୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମୀୟ ସ୍ବଜନ, ବନ୍ଧୁ ବର୍ଗଙ୍କ ସମେତ ଶତାଧିକ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ ଜମାଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.